ଫିରଦୌସ ଓଡ଼ିଶାର ଜଣେ ପ୍ରଖର ସ୍ମରଣଶକ୍ତିଧାରୀ ଶିଶୁ ପ୍ରତିଭା ଅଟନ୍ତି । ସେ ୨୦୧୭ ମାର୍ଚ୍ଚ ୧୫ରେ ଓଡ଼ିଶାର କେନ୍ଦ୍ରାପଡ଼ାଠାରେ ଆୟୋଜିତ ଏକ ଜିଲ୍ଲାସ୍ତରୀୟ ଭାଗବତ ଗୀତା ଆବୃତ୍ତି ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ । [୧][୨]

ବାଲ୍ୟ ଜୀବନ, ଶିକ୍ଷା ଓ ପ୍ରତିଭା ପରିଚୟ ସମ୍ପାଦନା

କେନ୍ଦ୍ରାପଡ଼ାର ଗୋଟିଏ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଶେଖ ନୁରୁଦ୍ଦିନ ଦୁବାଇରେ ମିସ୍ତ୍ରୀକାମ କରୁଛନ୍ତି । ମା’ଙ୍କ ନାମ ଅରିଫା ବିବି । ଫିରଦୌସଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡା ବ୍ଲକ ଅନ୍ତର୍ଗତ ଦାମରପୁର ଗାଁରେ । ତାଙ୍କ ବଡ଼ ଭାଇ ଶେଖ ସଲିମଉଦ୍ଦିନଙ୍କ ସହ ଶୋଭନୀୟ ଆବାସିକ ବିଦ୍ୟାଳୟରେ ପଢୁଛନ୍ତି । [୩]

୨୦୧୭ ମାର୍ଚ୍ଚ ୧୫ରେ ପ୍ରଜ୍ଞା ମିଶନଦ୍ୱାରା ଆୟୋଜିତ କେନ୍ଦ୍ରାପଡ଼ାଠାରେ ଏକ ଜିଲ୍ଲାସ୍ତରୀୟ ୬ରୁ ୧୪ ବର୍ଷର ସବଜୁନିୟର ଗୀତା ଆବୃତ୍ତି ପ୍ରତିଯୋଗିତାରେ ଯୋଗଦେଇ ବୟସରେ ବଡ଼ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ୫୬ ଜଣଙ୍କ ମଧ୍ୟରୁ ଫିରଦୌସ ପ୍ରଥମ ହୋଇଥିଲେ ।[୪] ତାଙ୍କର ସହପାଠୀମାନେ ଅକ୍ଷର ପଢ଼ିବା ଶିଖୁ ଥିବା ବେଳେ ସେ ହିନ୍ଦୁଙ୍କ ଧାର୍ମିକ ଗ୍ରନ୍ଥ ଆବୃତ୍ତି କରିବା ଓ ପୁଣି ପ୍ରଥମ ହେବା ସେଠାରେ ଉପସ୍ଥିତ ବିଚାରପତି ଓ ଶ୍ରୋତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସେ ଗୀତା ଆବୃତ୍ତି କଲା ବେଳେ ଆଦୌ ଅଟକି ନଥିଲେ । ତାଙ୍କ ଉଚ୍ଚାରଣ ସଂପୂର୍ଣ୍ଣ ସ୍ପଷ୍ଟ ଓ ତ୍ରୁଟିହୀନ ଥିଲା । ସେ ୧୦୦ରୁ ୯୦ ମାର୍କ ପାଇଥିଲେ ।[୫]

ଆଧାର ସମ୍ପାଦନା

  1. http://odishasuntimes.com/2017/03/17/meet-this-muslim-girl-from-odisha-who-topped-gita-recitation-contest/
  2. http://www.india.com/news/india/odisha-six-year-old-muslim-girl-wins-bhagavad-gita-recitation-contest-1933383/
  3. http://www.newindianexpress.com/states/odisha/2017/mar/17/beyond-religion-muslim-girl-recites-gita-1582248--1.html&grqid=MjUSQMXm&hl=en-IN[permanent dead link]
  4. http://www.thehindu.com/news/national/other-states/six-year-old-muslim-girl-tops-gita-recitation-contest-in-odisha/article17488321.ece
  5. http://odishareporter.in/or-special/5-years-old-muslim-girl-came-first-in-bhagwat-gita/