ଫାଲଗୁନି ସଞ୍ଜୟ ନାୟର (ଜନ୍ମ ୧୯ ଫେବୃଆରୀ ୧୯୬୩) ଜଣେ ଭାରତୀୟ ବ୍ୟବସାୟୀ ଅଟନ୍ତି ।[] ସେ ସୌନ୍ଦର୍ଯ୍ୟ ଏବଂ ଜୀବନଶୈଳୀର କମ୍ପାନୀ ନାୟିକାର ପ୍ରତିଷ୍ଠାତା ଏବଂ ସିଇଓ ଅଟନ୍ତି । ଦୁଇଜଣ ଆତ୍ମନିର୍ଭରଶୀଳ ପ୍ରତିଷ୍ଠିତ ଭାରତୀୟ ମହିଳା ବ୍ୟବସାୟୀଙ୍କ ମଧ୍ୟରୁ ନାୟର ଅନ୍ୟତମ ଅଟନ୍ତି ।

ଫାଲଗୁନି ନାୟର
ଜନ୍ମ (1963-02-19) ୧୯ ଫେବୃଆରୀ ୧୯୬୩ (ବୟସ ୬୧)[]
ଅନ୍ୟ ନାମଫାଲଗୁନି ସଞ୍ଜୟ ନାୟର[]
ଶିକ୍ଷା MBA ଫାଇନାନ୍ସ
ଶିକ୍ଷାନୁଷ୍ଠାନ
  • ସିଡେନହମ୍ କଲେଜ ଅଫ୍ କମର୍ସ ଆଣ୍ଡ ଇକୋନୋମିକ୍ସ, ମୁମ୍ବାଇ
  • ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଅହମ୍ମଦାବାଦ
ବୃତ୍ତିନାୟକାର ପ୍ରତିଷ୍ଠାତା ତଥା ସିଇଓ
ଚାକିରିକ୍ଷେତ୍ରକୋଟାକ ମହିନ୍ଦ୍ରା ବ୍ୟାଙ୍କ (୧୯୯୩–୨୦୧୨)
ବୈବାହିକ-ସାଥୀ
ସଞ୍ଜୟ ନାୟର
(m. ୧୯୮୭)
ସନ୍ତାନ

ପ୍ରାଥମିକ ଜୀବନ ଏବଂ ଶିକ୍ଷା

ସମ୍ପାଦନା

ନାୟର ମୁମ୍ବାଇ, ମହାରାଷ୍ଟ୍ରର ଏକ ଗୁଜରାଟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ବ୍ୟବସାୟୀ ଥିଲେ ଏବଂ ଏକ ଛୋଟ ବିୟରିଂ କମ୍ପାନୀ ଚଳାଉଥିଲେ । ସେହି ବ୍ୟବସାୟରେ ତାଙ୍କ ମା' ସାହାଯ୍ୟ କରୁଥିଲେ ।[] ସେ ସିଡେନହମ କଲେଜ ଅଫ କମର୍ସ ଆଣ୍ଡ ଇକୋନୋମିକ୍ସରୁ ବି.କମରେ ସ୍ନାତକ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଅହମ୍ମଦାବାଦ (୧୯୮୫ ବ୍ୟାଚ)ରୁ ସ୍ନାତକୋତ୍ତର ଲାଭ କରିଥିଲେ ।[]

ବୃତ୍ତି

ସମ୍ପାଦନା

୧୯୯୩ ମସିହାରେ, ନାୟର ଏ.ଏଫ୍ ଫର୍ଗ୍ୟୁସନ୍ ଆଣ୍ଡ କମ୍ପାନୀରେ ପରାମର୍ଶଦାତାର ଚାକିରି ଛାଡିବା ପରେ କୋଟାକ ମହିନ୍ଦ୍ରା ଗ୍ରୁପରେ ଯୋଗ ଦେଇଥିଲେ । କୋଟାକ ମହିନ୍ଦ୍ରାଠାରେ ସେ ଲଣ୍ଡନ ଏବଂ ନ୍ୟୁୟର୍କ ସିଟିରେ ଅନୁଷ୍ଠାନିକ ଇକ୍ୱିଟି ଅଫିସ ଖୋଲିବା ପୂର୍ବରୁ ପ୍ରଥମେ Mergers and acquisitions (M&A) ଦଳର ନେତୃତ୍ୱ ନେଇଥିଲେ । ୨୦୦୧ ମସିହାରେ ସେ ଭାରତକୁ ଫେରିଥିଲେ ।[] [] [] ୨୦୦୫ ମସିହାରେ, ସେ କୋଟାକ ମହିନ୍ଦ୍ରା କ୍ୟାପିଟାଲର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ । ପରେ ସେ ୨୦୧୨ ମସିହାରେ ଚାକିରି ଛାଡିଥିଲେ ।[] [୧୦]

ଏପ୍ରିଲ ୨୦୧୨ ମସିହାରେ, ୫୦ ବର୍ଷ ବୟସରେ,[୧୧] ସେ ନିଜର ୨ ମିଲିୟନ ଡଲାର ସହିତ ନିୟକା ପ୍ରତିଷ୍ଠା କରିଥିଲେ ।[୧୨] ନାୟର ମହିଳା ଭାରତୀୟ କୋଟିପତିଙ୍କ ମଧ୍ୟରୁ ଅନ୍ୟତମ । ଦ୍ୱିତୀୟ ଜଣଙ୍କ କିରଣ ମଜୁମଦାର-ଖାଁ ଅଟନ୍ତି ।[୧୩] ୧୦ ନଭେମ୍ବର ୨୦୨୧ ମସିହାରେ ନିୟକା ୧୩ ବିଲିୟନ ଡଲାର ମୂଲ୍ୟରେ ତାଲିକାଭୁକ୍ତ ହୋଇଗଲା । ନାୟର ସବୁଠାରୁ ଧନୀ ଆତ୍ମନିର୍ଭରଶୀଳ ମହିଳା ଭାରତୀୟ ହୋଇ ନିଜର ସମ୍ପତ୍ତି ମୂଲ୍ୟକୁ ୬.୫ ବିଲିୟନ ଡ଼ଲାରରେ ପହଞ୍ଚାଇଥିଲେ ଏବଂ ତାଙ୍କର ସମ୍ପତି ମୂଲ୍ୟ ଅନୁଯାୟୀ ସେ ଶ୍ରେଷ୍ଠ ୨୦ ଭାରତୀୟ ତାଲିକାରେ ପ୍ରବେଶ କରିଥିଲେ ।[୧୪] ୨୦୨୨ ମସିହାରେ, ନାଇର "ଫୋର୍ବେସ ଇଣ୍ଡିଆ ରିଚ" ତାଲିକାରେ ୪୪ ତମ ସ୍ଥାନରେ ରହିଥିଲେ ।[୧୫]

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ଫାଲଗୁନି ନାୟର ୧୯୮୭ ମସିହାରେ ସଞ୍ଜୟ ନାୟରଙ୍କୁ ବିବାହ କରିଥିଲେ । ସଞ୍ଜୟ ନାୟର କୋହଲବର୍ଗ କ୍ରାଭିସ୍ ରୋବର୍ଟସ୍ ଇଣ୍ଡିଆର ସିଇଓ ଅଟନ୍ତି ।[୧୬] [୧୭] [୧୮] ସେମାନଙ୍କର ଦୁଇଟି ଯାଆଁଳା ସନ୍ତାନ ଅଛନ୍ତି - ଅଦ୍ୱିତ ନାୟାର ଏବଂ ଅଞ୍ଚିତ ନାୟାର ।[୧୯] ଅଦ୍ୱିତ ନାୟକା ଫ୍ୟାଶନର ସିଇଓ ହୋଇଥିବାବେଳେ ଅଞ୍ଚିତ ଇ-ବାଣିଜ୍ୟ ବିଭାଗର ମୁଖ୍ୟ ଅଟନ୍ତି ।[୨୦]

  1. "Bio". Leaderbiography.com. 26 July 2018. Retrieved 30 April 2021.
  2. "Falguni Sanjay Nayar, FSN E-Commerce Ventures LTD: Profile and Biography". Bloomberg News.
  3. Bhandari, Shashwat (2020-03-08). "International Women's Day: Top 5 women ruling world of business". www.indiatvnews.com (in ଇଂରାଜୀ). Retrieved 2021-04-16.
  4. Kapur, Mallika (2017-03-24). "Falguni Nayar: The beauty entrepreneur". mint (in ଇଂରାଜୀ). Retrieved 2021-11-10.
  5. "Falguni Nayar: The Nykaa among Nayaks". The Indian Express (in ଇଂରାଜୀ). 14 November 2021. Retrieved 23 February 2023.
  6. "I take on measured responsibility". Financial Express. 17 November 2004. Archived from the original on 29 April 2021. Retrieved 23 February 2023.
  7. "Power Women". Financial Express (in ଇଂରାଜୀ). Archived from the original on 24 June 2021. Retrieved 23 February 2023.
  8. "Kotak's next move". Business Today (in ଇଂରାଜୀ). 21 July 2009. Retrieved 23 February 2023.
  9. "Giving advice on beauty is best way to sell beauty products, says Falguni Nayar, Nykaa". Firstpost. 2015-11-06. Retrieved 2021-07-02.
  10. Kazi, Zainab S. (2016-11-02). "E-beauty space leader Nykaa to open 30 stores by 2020". Indiaretailing.com (in ଆମେରିକୀୟ ଇଂରାଜୀ). Retrieved 2021-07-02.
  11. "Get A Glimpse Into The Mind Of Falguni Nayar, The Woman Behind The Force That Is Nykaa". iDiva (in Indian English). 2017-03-08. Retrieved 2021-04-16.
  12. Raghunathan, Anu. "Beauty Retailer Nykaa Lists At $13 Billion, Making Founder Falguni Nayar India's Richest Self-Made Woman". Forbes (in ଇଂରାଜୀ). Retrieved 2021-11-10.
  13. "Nykaa owner billionaire Falguni Nayar is all set to triple her net worth to an estimated Rs 28,000 crore". GQ India (in Indian English). 2021-10-28. Retrieved 2021-11-08.
  14. Singh, Tushar Deep. "Who is Falguni Nayar, India's richest self-made woman?". The Economic Times. Retrieved 2021-11-10.
  15. Bhasin, Swati (29 November 2022). "Nykaa's Falguni Nayar, other newcomers on India's 100 richest Forbes 2022 list". Hindustan Times. Retrieved January 11, 2023.
  16. "Sanjay Nayar - Leaders | Avendus". www.avendus.com. Archived from the original on 24 नवंबर 2021. Retrieved 2022-04-22. {{cite web}}: Check date values in: |archive-date= (help)
  17. Chowdhry, Tamal Bandyopadhyay and Seema (2008-02-09). "The power of 2". mint (in ଇଂରାଜୀ). Retrieved 2021-07-02.
  18. "Falguni Nayar: The Woman Behind Nykaa". thenewsmen. Retrieved 2021-07-02.
  19. Bahl, Taru (11 September 2008). "Students learn to manage the hardest thing of all-- their hearts". mint (in ଇଂରାଜୀ). Retrieved 23 February 2023.
  20. "Anchit And Adwaita Nayar: Grooming For Glory". Forbes India (in ଇଂରାଜୀ). Retrieved 2022-04-22.