ଫାଇମୋସିସ ବା ଚୁଚୁନ୍ଦ୍ରୀ (ଇଂରାଜୀ ଭାଷାରେ Phimosis) ଏକ ରୋଗ ଯେଉଁଥିରେ ମାନବ ଲିଙ୍ଗର ଚର୍ମ ବା ଅଗ୍ରଚ୍ଛଦକୁ (foreskin) ଗ୍ଲାନ୍ସ/ଲିଙ୍ଗମୁଣ୍ଡି (glans) ପଛ ପାଖକୁ ଟାଣି ହୁଏନି । ପରିସ୍ରା କଲାବେଳେ ଅଗ୍ରଚ୍ଛଦ ତଳେ ପରିସ୍ରା ଜମିଯାଇ ବେଲୁନ ଭଳି ଫୁଲିଯାଏ । କିଶୋର ଓ ଯୁବାବସ୍ଥାରେ ଲିଙ୍ଗ ଉଦ୍ଧତ (erection) ହେଲାବେଳେ କଷ୍ଟ ହୁଏ, ଅନ୍ୟଥା କଷ୍ଟ ହୁଏନାହିଁ । ଏହି ବେମାରୀ ଥିଲେ ଲିଙ୍ଗମୁଣ୍ଡି ପ୍ରଦାହ ବା ବାଲାନାଇଟିସ (balanitis) ରୋଗ ହେବା ସଙ୍କଟ ରହେ । [୩]

ଫାଇମୋସିସ
ଫାଇମୋସିସ ରୋଗ ଥିବା ଲିଙ୍ଗ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/fɪˈms[invalid input: 'ɨ']s/ or /fˈms[invalid input: 'ɨ']s/[୧][୨]
ସ୍ପେଶାଲିଟିUrology
ଆଇସିଡ଼ି-୧୦N47.
ଆଇସିଡ଼ି-୯-ସିଏମ୍605
ରୋଗ ଡାଟାବେସ10019
ଇ-ମେଡ଼ିସିନemerg/423
MeSHD010688

ଅଳ୍ପ ବୟସ୍କ ପିଲାଙ୍କର ଅଗ୍ରଚ୍ଛଦ ପଛକୁ ଟାଣି ନ ହେବା ସାଧାରଣ କଥା । ପ୍ରାୟ ୯୦% କେଶ୍‌ରେ ୭ ବର୍ଷ ବୟସ ବେଳକୁ ଓ ୯୯% ୧୬ ବର୍ଷ ବୟସ ବେଳକୁ ଏହି ଅସୁବିଧା ସୁଧୁରିଯାଏ ।[୪][୫] ବାଲାନାଇଟିସ (balanitis) ବା ବାଲାନାଇଟିସ ଜିରୋଟିକା ଓବଲିଟରାନ୍ସ (balanitis xerotica obliterans) ରୋଗ ଥିଲେ ସ୍କାର ହୋଇ ଏହି ରୋଗ ହୋଇପାରେ । ଅଗ୍ରଚ୍ଛଦ ତଳେ ସ୍କାର ଦେଖି ଏହି ରୋଗ ସ‌ହଜରେ ନିର୍ଣ୍ଣୟ କରିହୁଏ ।[୫]

ଏହି ବେମାରୀ ପ୍ରାୟ ୩ ବର୍ଷ ବେଳକୁ ଭଲ ହୋଇଯାଏ । ଅଳ୍ପ ବୟସ ବେଳେ ଚର୍ମକୁ ପଛକୁ ଟାଣିବାକୁ ଚେଷ୍ଟା ନ କରିବା ଉଚିତ । ଏହି ସମୟ ସୀମା ମଧ୍ୟରେ ଭଲ ନ ହେଲେ ସ୍ଟିରଏଡ କ୍ରିମ (steroid cream) ଲଗେଇଲେ ଟାଇଟ ଚର୍ମ ଢିଲା ହୋଇଯାଏ । ଏହି ଚିକିତ୍ସା ସ‌ହିତ ପଛକୁ ଟାଣିଲେ ମଧ୍ୟ ଯଦି ତ‌ଥାପି ଭଲ ନ ହେଲା ତା'ହେଲେ ସୁନତ୍ ଅପରେଶନ କରିବାକୁ ସୁପାରିସ କରାଯାଏ । [୪] ଟାଇଟ ଚର୍ମ ବେଳେବେଳେ ଗ୍ଲାନ୍ସ ପଛପାଖରେ ଜାମ ହୋଇଗଲେ ତାହାକୁ ପାରାଫାଇମୋସିସ (paraphimosis) କୁହାଯାଏ । [୫] ଏହି ଶବ୍ଦଟି Greek ଭାଷାର phimos (φῑμός), ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ମଜଲ୍ ("muzzle") ।[୬]

ଆଧାର ସମ୍ପାଦନା

  1. OED 2nd edition, 1989 as /faɪˈməʊsɪs/.
  2. Entry "phimosis" in Merriam-Webster Online Dictionary.
  3. "Phimosis". PubMed Health. Retrieved 28 October 2016.
  4. ୪.୦ ୪.୧ "What are the treatment options for phimosis?". PubMed Health. Institute for Quality and Efficiency in Health Care. 7 October 2015. Retrieved 28 October 2016.
  5. ୫.୦ ୫.୧ ୫.୨ McGregor, TB; Pike, JG; Leonard, MP (March 2007). "Pathologic and physiologic phimosis: approach to the phimotic foreskin". Canadian family physician Medecin de famille canadien. 53 (3): 445–8. PMID 17872680.
  6. Kirk, Raymond Maurice; Winslet, Marc C. (2007). Essential General Surgical Operations (in ଇଂରାଜୀ). Elsevier Health Sciences. p. 365. ISBN 0443103143.