ବତୀଘର ସମ୍ମୁଖରେ, ଓଡ଼ିଶାର ତଟରେଖାରେ ଫଲ୍‌ସ ପଏଣ୍ଟ ଥିଲା ପ୍ରଥମ ଆଧୁନିକ ବନ୍ଦର । ମହାନଦୀ ଓ ଜମ୍ବୁନଦୀର ମୁହଁରେ ଏହି ବନ୍ଦର ୧୮୮୫ ମସିହାରେ କାର୍ଯ୍ୟାରମ୍ଭ କରାଯାଇଥିଲା, ଏହା ୧୯୨୪ ମସିହା ଅକ୍ଟୋବର ୨୨ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା । ଏକ ବିଧ୍ୱଂସୀ ଝଡ଼ ୧୮୮୫ ମସିହା ୨୨ତାରିଖରେ ବନ୍ଦରକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା । ସମୁଦ୍ର ନିକଟରେ ଏକ ବୁଡିଯାଇଥିବା ଜାହାଜ ଅଛି, ଯେଉଁଟା ଅତୀତ ଗୌରବର ଏକ ମୁକସାକ୍ଷୀ । ସମୁଦ୍ରରେ ଯାତାୟତ କରୁଥିବା ଜାହାଜ, ଏହାକୁ ବନ୍ଦର ମନେକରି ଏଠାକୁ ଚାଲିଆସି ବିପଦରେ ପଡୁଥିବାରୁ ସେମାନଙ୍କୁ ସତର୍କ କରାଇଦେବାକୁ ଏଠାରେ ବତୀଘର ନିର୍ମାଣ କରାଯାଇଥିଲା ଏବଂ ସେହିଦିନରୁ ସ୍ଥାନର ନାମ ହେଲା ଫଲ୍‌ସ ପଏଣ୍ଟ ।[୧]

ଫଲ୍‌ସ ପଏଣ୍ଟ

ଆଧାର ସମ୍ପାଦନା