ଫରିଦା ଅଖତାର

ବଙ୍ଗଳାଦେଶୀ ଅଭିନେତ୍ରୀ

ଫରିଦା ଅଖତାର (ଜନ୍ମ: (1953-07-30)ଜୁଲାଇ ୩୦, ୧୯୫୩

ବବିତା
ববিতা
୨୦୧୪ରେ ବବିତା
ଜନ୍ମ
ଫରିଦା ଅଖତାର ପପି

(1953-07-30) ୩୦ ଜୁଲାଇ ୧୯୫୩ (ବୟସ ୭୦)[୧]
ଜେସର୍, ଖୁଲ୍‌ନା, ବଙ୍ଗଳାଦେଶ
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିଅଭିନେତ୍ରୀ
ବୈବାହିକ-ସାଥୀଇଫ୍‌ତେଖାର୍
ସନ୍ତାନଓନିକ୍ (ପୁଅ)
ସମ୍ପର୍କୀୟ
  • ସୁଚନ୍ଦା (ଭଉଣୀ)
  • ଚମ୍ପା (ଭଉଣୀ)
  • ଜାହିର ରାଇହାନ୍ (ଭିଣେଇ)
  • ରିଆଜ (ସମ୍ପର୍କୀୟ)
  • ଓମାସ ସାନି (ସମ୍ପର୍କୀୟ)
  • ମୌସୁମୀ (ସମ୍ପର୍କୀୟ)
ପୁରସ୍କାରଜାତୀୟ ଚଳଚ୍ଚିତ୍ର ପୁରସ୍କାର (ବଙ୍ଗଳାଦେଶ)


ଜନ୍ମସ୍ଥାନ
ଜେସର୍, ଖୁଲ୍‌ନା, ବଙ୍ଗଳାଦେଶ) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ବଙ୍ଗଳାଦେଶ କଥାଚିତ୍ର ଜଗତରେ ବବିତା[୨] ନାମରେ ଜଣା । ସେ ୧୯୬୮ ମସିହାରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୭୨ ମସିହାରେ ସେ ସତ୍ୟଜିତ ରାୟଙ୍କ କଥାଚିତ୍ର ଦିସ୍ଟାଣ୍ଟ ଥଣ୍ଡରରେ ସେ ଲୋକପ୍ରିୟତା ପାଇଥିଲେ, ଯାହାକି ୧୯୪୩ ମସିହାର ଏକ ଉପନ୍ୟାସ ଉପରେ ଆଧାରିତ ଥିଲା । ଏହି କଥାଚିତ୍ର ପାଇଁ ତାଙ୍କୁ ୧୯୭୩ ମସିହାରେ ୨୩ତମ ବର୍ଲିନ୍ ଇଣ୍ଟରନେସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲରେ ଗୋଲ୍ଡେନ୍ ବିଅର୍ ପୁରସ୍କାର ମିଳିଥିଲା । ସେ ୧୯୭୦ ଦଶକରୁ ୧୯୯୦ ଦଶକଯାଏଁ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ସକ୍ରିୟ ଅଭିନେତ୍ରୀ ଥିଲେ ।[୩][୪]

ପ୍ରାରମ୍ଭିକ ଜୀବନ ସମ୍ପାଦନା

ବବିତା ୩୦ ଜୁଲାଇ ୧୯୫୩ରେ ବଙ୍ଗଳାଦେଶର ଜେସର୍, ଖୁଲ୍‌ନାଠାରେ ଜନ୍ମଗ୍ରହଣ କରିଥିଲେ । ଜନ୍ମବେଳେ ତାଙ୍କ ନାମ ଥିଲା ଫରିଦା ଅଖତାର ଏବଂ ଡାକନାମ ଥିଲା ପପି ଏବଂ ଅଭିନୟ ଜଗତରେ କାମ କରିବାପରେ ସେ ବବିତା ନାମରେ ପରିଚିତ ହୋଇଥିଲେ । ୨୦୦୪ରେ ବବିତା ଇନ୍‌ଡିପେଣ୍ଡେଣ୍ଟ ଖବରକାଗଜକୁ ଏକ ସାକ୍ଷାତକାର ଦେଇଥିଲେ, ଯେଉଁଥିରେ ସେ ତାଙ୍କର ଏହି ନାମ ପରିବର୍ତ୍ତନ ବିଷୟରେ ଦର୍ଶାଇଥିଲେ । ଅଫଜଲ ଚୌଧୁରୀଙ୍କ ଉପଦେଶ ଅନୁସାରେ ସେ ଅଭିନୟ ଜଗତରେ ତାଙ୍କର ନାମ ବବିତାକୁ ପରିବର୍ତ୍ତନ କରିଥିଲେ । ତାଙ୍କ ନାମ ପରିବର୍ତ୍ତନ ପଛରେ ଅନ୍ୟ ଏକ କଥା ଅଛି କି, ସେ ଏଥେସାମଙ୍କ ଚଳଚ୍ଚିତ୍ର ପିଚ୍ ଧଳା ପାଥ୍‌‌ରେ ଅଭିନୟ କରିବାପରେ ତାଙ୍କ ନାମ ବଦଳାଇଥିଲେ ।[୫]

ଅଭିନୟ ଜୀବନ ସମ୍ପାଦନା

ବବିତାଙ୍କର ଭିଣେଇ ଜାହିର ରାଇହାନ ତାଙ୍କୁ ଜଲ୍‌ତେ ସୁରଜ କା ନିଚେ ପାଇଁ ବାଛିଥିଲେ, ମାତ୍ର ଏହି କଥାଚିତ୍ରଟି ସମ୍ପୂର୍ଣ୍ଣ ହୋଇପାରିନଥିଲା ଏବଂ ମୁକ୍ତିଲାଭ କରିଥିବା ତାଙ୍କ ପ୍ରଥମ କଥାଚିତ୍ର ଥିଲା ଶେଷ ପର୍ଯ୍ୟନ୍ତ । ୨୦୦୫ରେ ଡେଲି ଷ୍ଟାର ସ‌ହ ଅନ୍ୟ ଏକ ସାକ୍ଷାତକାରରେ ସେ କ‌ହିଥିଲେ କି ଜାହିର ରାଇହାନ ତାଙ୍କୁ ପ୍ରକୃତରେ ସଂଘର୍ଷ କଥାଚିତ୍ର ପାଇଁ ବାଛିଥିଲେ ।[୬]

ବବିତା ସୁଖେ ଖାକୋ, ଟାକା ଅନା ପାଇ, ଶରୋଲିପି, ମନୁଷେର ମନ୍, ପିଚ୍ ଧଳା ପାଥ୍, ନୟନ ମଣି, ଜନ୍ମ ଥେକେ ଜଳୁଚି ଏବଂ ଅନାରକଲି ଆଦି ପ୍ରସିଦ୍ଧ କଥାଚିତ୍ରରେ ଅଭିନୟ କରିଥିଲେ । ତାଙ୍କ ଅଭିନୟ ଦେଖି ଭାରତୀୟ ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ ରାୟ ତାଙ୍କୁ ୧୯୭୩ ମସିହାରେ ତାଙ୍କ କଥାଚିତ୍ର ଅଶାନି ସଙ୍କେତରେ (ଦିସ୍ଟାଣ୍ଟ ଥଣ୍ଡର) ନାୟିକା ଭାବରେ ନେଇଥିଲେ, ଯାହାକି ୧୯୪୩ର ଏକ ଉପନ୍ୟାସ ଉପରେ ପର୍ଯ୍ୟବସିତ ଥିଲା । ଏହି କଥାଚିତ୍ରଟିରେ ବବିତା ଜଣେ ଗାଁ ଡାକ୍ତରଙ୍କର ପତ୍ନୀ ଭୂମିକାରେ ସୌମିତ୍ର ଚାଟାର୍ଜୀଙ୍କ ସ‌ହ ଅଭିନୟ କରିଥିଲେ ।

ବବିତା ଅନେକ ଯୁକ୍ତ ଚଳଚ୍ଚିତ୍ର ଜଗତରେ ଅଭିନୟ କରିଥିଲେ । ସେ ୧୯୮୩ରେ ହିନ୍ଦୀ ଏବଂ ବଙ୍ଗଳାଦେଶ କଥାଚିତ୍ର ଜଗତର ମିଶ୍ରିତ କଥାଚିତ୍ର ଦୂର୍ ଦେଶରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ନଦୀମ୍ ବେଗ୍ ଅଭିନୟ କରିଥିଲେ । ଏହପରେ ୧୯୮୫ରେ ସେ ମିସ୍ ଲଙ୍କା ନାମକ ଏକ କଥାଚିତ୍ରରେ ଅଭିନୟ କରିଥିଲେ, ଯାହାକି ପାକିସ୍ତାନ କଥାଚିତ୍ର ଜଗତ ସ‌ହ ମିଶି କରାଯାଇଥିଲା ।

ବବିତା କିଛି କଥାଚିତ୍ରର ପ୍ରଯୋଜନା କରିଥିଲେ । ୨୦୦୨ ମସିହାରେ ବବିତାଙ୍କୁ ହାସନ ରାଜା ନାମକ ଚଳଚ୍ଚିତ୍ର ପାଇଁ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ସ‌ହ-ଅଭିନେତ୍ରୀ ପୁରସ୍କାର ମିଳିଥିଲା ।

ବ୍ୟକ୍ତିଗତ ଜୀବନ ସମ୍ପାଦନା

ବବିତା ଇଫ୍‌ତେଖାର୍‌ଙ୍କୁ ବିବାହ କରିଥିଲେ । ବବିତାଙ୍କର ପୁଅ ତିନିବର୍ଷର ହୋଇଥିବାବେଳେ ତାଙ୍କ ପତିଙ୍କର ମୃତ୍ୟ ହୋଇଥିଲା ।[୭] ତାଙ୍କ ଭଉଣୀ ସୁଚନ୍ଦା ଏବଂ ଚମ୍ପା ମଧ୍ୟ ଅଭିନେତ୍ରୀ ।[୮]

ଆଧାର ସମ୍ପାଦନା

  1. "Bobita celebrates her birthday in Canada". The Daily Star. July 30, 2015. Retrieved 2015-09-02.
  2. Leonard Maltin (September 2, 2014). Leonard Maltin's 2015 Movie Guide. Penguin Group US. p. 614. ISBN 978-0-698-18361-2.
  3. "Babita becomes DCI Goodwill Ambassador". Priyo News. June 8, 2011. Archived from the original on October 4, 2015. Retrieved 2015-10-07.
  4. "Babita Akhtar". distressedchildren. Retrieved 2015-10-07.
  5. Afsar Ahmed (May 6, 2005). "The celebrity name game". The Daily Star. Retrieved 2012-07-10.
  6. "Q & A". The Daily Star. June 28, 2005. Archived from the original on 2015-04-03. Retrieved 2012-07-10.
  7. 'কে কি বলল, মাথা ঘামাতে রাজি ছিলাম না'. Prothom Alo. March 9, 2015. Archived from the original on September 5, 2017. Retrieved November 19, 2018. {{cite news}}: Invalid |script-title=: missing prefix (help)
  8. ""Teen Kanya" on queue". The Daily Star. 3 October 2016. Retrieved 2 October 2016.

ବାହାର ଆଧାର ସମ୍ପାଦନା