ପ୍ୟାମେଲା ଚୋପ୍ରା
ପ୍ୟାମେଲା ଚୋପ୍ରା (୧୯ ଫେବୃଆରୀ ୧୯୪୮ - ୨୦ ଏପ୍ରିଲ ୨୦୨୩) ଜଣେ ଭାରତୀୟ ପ୍ରଚ୍ଛଦପଟ ଗାୟକ ଥିଲେ । ସେ ବଲିଉଡର ଭେଟେରାନ ଚଳଚ୍ଚିତ୍ର ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ପତ୍ନୀ ଥିଲେ ଏବଂ ନିଜେ ଚଳଚ୍ଚିତ୍ର ଲେଖକ ତଥା ନିର୍ମାତା ମଧ୍ୟ ଥିଲେ ।
ପ୍ୟାମେଲା ଚୋପ୍ରା | |
---|---|
ଜନ୍ମ | ପ୍ୟାମେଲା ଚୋପ୍ରା ୧୯ ଫେବୃଆରୀ ୧୯୪୮ |
ମୃତ୍ୟୁ | ୨୦ ଅପ୍ରେଲ ୨୦୨୩ ମୁମ୍ବାଇ, ମହାରାଷ୍ଟ୍ର, ଭାରତ | (ବୟସ ୭୫)
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ପାମ ଚୋପ୍ରା |
ବୃତ୍ତି(ସମୂହ) | ପ୍ଲେକ୍ ଗାୟକ, ଚଳଚ୍ଚିତ୍ର ନିର୍ମାତା, ଲେଖକ |
ବୈବାହିକ-ସାଥୀ | ୟଶ ଚୋପ୍ରା |
ସନ୍ତାନ | ଆଦିତ୍ୟ ଚୋପ୍ରା ଉଦୟ ଚୋପ୍ରା |
ସମ୍ପର୍କୀୟ | ସିମି ଗାରେୱାଲ (ପ୍ରଥମ ସମ୍ପର୍କୀୟ) |
ପ୍ରାରମ୍ଭିକ ଜୀବନ
ସମ୍ପାଦନାପ୍ୟାମେଲା ସିଂହ ୧୯ ଫେବୃଆରୀ ୧୯୪୮ ମସିହାରେ ପଞ୍ଜାବ (ଭାରତ)ର ଅମୃତସରରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତୀୟ ସେନାର ଜଣେ ଅଧିକାରୀ ମୋହିନ୍ଦର ସିଂହଙ୍କ ଝିଅ ଥିଲେ । ତିନି ପିଲାଙ୍କ ମଧ୍ୟରୁ ସେ ଜ୍ୟେଷ୍ଠ ସନ୍ତାନ ଥିଲେ ଏବଂ ତାଙ୍କର ଦୁଇଟି ସାନ ଭାଇ ଥିଲେ । ଯେହେତୁ ତାଙ୍କ ପିତା ଭାରତର ବିଭିନ୍ନ ଦୂରସ୍ଥ ସ୍ଥାନରେ ଚାକିରୀ ହୋଇଥିଲେ ସେଥିପାଇଁ ଚୋପ୍ରା ଅନେକ ସେନା ବିଦ୍ୟାଳୟରେ ଶିକ୍ଷିତ ହୋଇଥିଲେ । ସେ ଅଭିନେତ୍ରୀ ସିମି ଗାରେୱାଲଙ୍କ ସମ୍ପର୍କୀୟ ଥିଲେ । ଚୋପ୍ରାଙ୍କ ପିତା ମୋହିନ୍ଦର ସିଂହ ଏବଂ ଗରେୱାଲଙ୍କ ମା ଦର୍ଶୀ ଗରେୱାଲ ଭାଇଭଉଣୀ ଥିଲେ ।[୧]
ବୃତ୍ତି
ସମ୍ପାଦନାଚୋପ୍ରା ଚଳଚ୍ଚିତ୍ର ସହିତ ସଂଯୁକ୍ତ ଅନେକ କ୍ଷେତ୍ରରେ ଅଂଶଗ୍ରହଣ କରିଥିଲେ । ସେ କଭି କଭି (୧୯୭୬) ଏବଂ ମୁଝସେ ଦୋସ୍ତି କରୋଗେ! (୨୦୦୨) ସମେତ ଅନେକ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ ।[୨] ତାଙ୍କ ସ୍ୱାମୀଙ୍କଦ୍ୱାରା ନିର୍ମିତ କିଛି ଚଳଚ୍ଚିତ୍ରର କ୍ରେଡିଟରେ ତାଙ୍କ ନାମ 'ପ୍ରଡ୍ୟୁସର' ଭାବରେ ମଧ୍ୟ ଦେଖାଦେଇଥିଲା । ପ୍ୟାମେଲା ତାଙ୍କ ସ୍ୱାମୀଙ୍କ ୧୯୯୭ ମସିହା ଚଳଚ୍ଚିତ୍ର "ଦିଲ ତୋ ପାଗଲ ହେ!"ର ସ୍କ୍ରିପ୍ଟ ତାଙ୍କ ସ୍ୱାମୀ ୟଶ ଚୋପ୍ରା, ପୁଅ ଆଦିତ୍ୟ ଚୋପ୍ରା ଏବଂ ବୃତ୍ତିଗତ ଲେଖକ ତନୁଜା ଚନ୍ଦ୍ରଙ୍କ ସହ ଲେଖିଥିଲେ ।
ପବ୍ୟକ୍ତିଗତ ଜୀବନ
ସମ୍ପାଦନାପ୍ୟାମେଲା ଚୋପ୍ରା ୧୯୭୦ ମସିହାରେ ଚଳଚ୍ଚିତ୍ର ନିର୍ମାତା ୟଶ ଚୋପ୍ରାଙ୍କୁ ବିବାହ କରିଥିଲେ । ଏହି ବିବାହକୁ ସେମାନଙ୍କ ପରିବାର ପାରମ୍ପାରିକ ଭାରତୀୟ ଢ଼ଙ୍ଗରେ ଆୟୋଜନ କରିଥିଲେ । ଉଭୟ ପରିବାରର ଜଣେ ସାଧାରଣ ବନ୍ଧୁ ଚଳଚ୍ଚିତ୍ର ନିର୍ମାତା ରୋମେଶ ଶର୍ମା ଥିଲେ । ଶର୍ମା ବି.ଆର ଚୋପ୍ରାଙ୍କ ପତ୍ନୀଙ୍କ ସହ ଯୋଗାଯୋଗ କରି ପାମେଲା ସିଂହଙ୍କ ପାଇଁ ବି.ଆରଙ୍କ ସାନଭାଇ ୟଶ ଚୋପ୍ରା 'ଆଦର୍ଶ ବର' ହେବେ ବୋଲି ପରାମର୍ଶ ଦେଇଥିଲେ ।[୩]
ଏହି ଦମ୍ପତି ପ୍ରଥମ ଥର ପାଇଁ ଏକ ଆନୁଷ୍ଠାନିକ ସେଟିଂରେ ପରସ୍ପରକୁ ଭେଟି ପରସ୍ପରକୁ ବିବାହ ପାଇଁ ନିଜ ନିଜର ମତ ପ୍ରକାଶ କରିଥିଲେ । ୧୯୭୦ ମସିହାରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ସେମାନଙ୍କର ଆଦିତ୍ୟ (୧୯୭୧) ଏବଂ ଉଦୟ (୧୯୭୩) ନାମକ ଦୁଇଜଣ ପୁତ୍ର ଥିଲେ ।[୪]
ମୃତ୍ୟୁ
ସମ୍ପାଦନା୨୦ ଏପ୍ରିଲ ୨୦୨୩ ମସିହାରେ ପ୍ୟାମେଲା ଚୋପ୍ରା ୭୫ ବର୍ଷ ବୟସରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ନିମୋନିଆରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା ସେଥିପାଇଁ ତାଙ୍କୁ ମୃତ୍ୟୁ ବେଳକୁ ଏକ ଭେଣ୍ଟିଲେଟରରେ ରଖାଯାଇଥିଲା ।[୫]
ଆଧାର
ସମ୍ପାଦନା- ↑ Parker, Shaheen (24 October 2012). "Yashji was always Pam's priority: Simi Garewal". Mid-Day. Mumbai. Archived from the original on 17 May 2013. Retrieved 24 January 2013.
- ↑ Vijayakar, Rajiv (25 October 2012). "Women in Yash Chopra's films". Bollywood Hungama. Archived from the original on 28 October 2012. Retrieved 24 January 2013.
- ↑ N, PATCY. "'I was told Yash and Mumtaz were 'just friends.' That wasn't the truth!'". Rediff (in ଇଂରାଜୀ). Retrieved 2023-04-27.
- ↑ "The life and times of Yash Chopra". Pune Mirror. 22 ଅକ୍ଟୋବର 2012. Archived from the original on 13 ଡିସେମ୍ବର 2013. Retrieved 24 ଜାନୁଆରୀ 2013.
- ↑ "Yash Chopra's wife Pamela Chopra passes away at 74". The Times of India. ISSN 0971-8257. Retrieved 2023-04-20.