ପ୍ଲାଷ୍ଟିକ୍ ଇଂଜିନିୟରିଂ ଓ ଟେକ୍ନୋଲଜି ପ୍ରତିଷ୍ଠାନ( ଭାରତ)


CIPET ବା  Central Institute of Plastics Engineering and Technology ଭୁବନେଶ୍ୱର,ଭାରତ ସରକାରଙ୍କ ରସାୟନ ଓ ପେଟ୍ରୋ କେମିକାଳ ମନ୍ତ୍ରଣାଳୟ ଅଧିନସ୍ଥ  ଏକ ସ୍ୱଯାଂଶାସିତ ପ୍ରତିଷ୍ଠାନ । [୧] ଏହି ଅନୁଷ୍ଠାନରେ ପଲିମର୍ ବିଜ୍ଞାନ, ପ୍ଲାଷ୍ଟିକ ଟେକ୍ନୋଲୋଜି,ମ୍ୟାଟେରିଆଲ୍ ବିଜ୍ଞାନ ଇତ୍ୟାଦି ବିଷୟରେ ସ୍ନାତକ, ସ୍ନାତକୋତ୍ତର ଏବଂ ଡ଼କ୍ଟରେଟ ଶିକ୍ଷା ପ୍ରଦାନ କରାଯାଉଛି ।

ପ୍ଲାଷ୍ଟିକ୍ ଇଂଜିନିୟରିଂ ଓ ବୈଷୟିକ ପ୍ରତିଷ୍ଠାନ, ଭୁବନେଶ୍ୱର
ସିପେଟ୍, ଭୁବନେଶ୍ୱର
CIPET Logo
ସ୍ଥାପିତ୧୯୭୮
ନିର୍ଦ୍ଦେଶକଏସ୍. ଏନ୍. ଯାଦବ
ଶିକ୍ଷାସମ୍ବନ୍ଧୀୟ ସଦସ୍ୟ୧୭୮
ଅବସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ
20°20′40″N 85°48′55″E / 20.344466°N 85.815325°E / 20.344466; 85.815325
ଅନୁବନ୍ଧନBPUT AICTE CIPET
ୱେବସାଇଟcipet.gov.in

ଇତିହାସ  ସମ୍ପାଦନା

CIPET  ର ମୁଖ୍ୟାଳୟ 1968 ମସିହାରେ ଚେନ୍ନଇଠାରେ UNDP  ସହାୟତାରେ ସ୍ଥାପିତ ହେଇଥିଲା । ଏହା ପରିଚାଳନା ପାଇଁ ଆର୍ଥିକ ସାହାଯ୍ୟ ଭାରତ ସରକାରଙ୍କ ପ୍ରଶାସନିକ ବିଭାଗ , OPEC, UNIDO ତଥା ବିଶ୍ୱ ବେଙ୍କରୁ ପାଇଥାଏ । ବିଶ୍ୱାସ କରାଯାଏ ଯେ CIPET ତତ୍କାଳୀନ ବ୍ରିଗେଡିର A॰ F॰ Eugeneଙ୍କଦ୍ୱାରା ପ୍ରଥମେ ପ୍ରତିଷ୍ଠିତ ହେଇଥିଲା ।  

ଉପଲବ୍ଧ ସୁବିଧା ସମୂହ  ସମ୍ପାଦନା

ଏହା ପ୍ଲାଷ୍ଟିକ୍ ଜାତୀୟ ଦ୍ରବ୍ୟର ଡିଜାଇନ , ପ୍ରସ୍ତୁତି ବିଧି , ନିର୍ମାଣରେ ବ୍ୟବହୃତ ଯନ୍ତ୍ରପାତି , ଗୁଣବତ୍ତାର ପରିକ୍ଷ୍ୟା ନିରୀକ୍ଷ୍ୟା ସବୁ କରିବା ପାଇଁ ଗୋଟିଏ ଜାଗାରେ ହେଇପାରିବା ପାଇଁ  ଭାରତର ଏକମାତ୍ର ପ୍ରତିଷ୍ଠାନ ।ଏହି ପ୍ରତିଷ୍ଠାନରେ ପ୍ଲାଷ୍ଟିକ ଜାତୀୟ ଦ୍ରବ୍ୟ ପ୍ରସ୍ତୁତି , ଉତ୍ପାଦନ ପାଇଁ ଦରକାର ଟ୍ରେନିଂ , ପରାମର୍ଶ ସବୁ ଏଠାରେ ପ୍ରଦାନ କରା ଯାଏ।  

ପ୍ଲାଷ୍ଟିକ୍ ଜାତୀୟ ଦ୍ରବ୍ୟର ପୁନଃ ବ୍ୟବହାରକରଣର ଆବଶ୍ୟକତା ପାଇଁ CIPET ତରଫରୁ ଦେଶର ବିଭିନ୍ନ ରାଜ୍ୟରେ ଶାଖା ସମୂହ ରହିଛି । ପ୍ରତି କେବଦ୍ରାରେ ଉତ୍ପାଦନ ସମ୍ପର୍କିତ ସମସ୍ତ ସୁବିଧ୍ହ ପ୍ରଦାନ କରାଯିବା ସହ ଗୁଣବତ୍ତାର  ପରିକ୍ଷ୍ୟା ପାଇଁ ସୁବିଧା  ମଧ୍ୟ ପ୍ରଦାନ କରାଯାଇଥାଏ । ଦେଶରେ ପ୍ଲାଷ୍ଟିକ ଶିଳ୍ପର ବିଶେଷ ଉନ୍ନୟନ ପାଇଁ ଏହି ସବୁ କେନ୍ଦ୍ର କାମ କରିଥାନ୍ତି । 

ପ୍ରବେଶ  ସମ୍ପାଦନା

CIPET କେବର ସମୂହ  ରେ ଡିପ୍ଲୋମା ଓ ଉତଛତର ଡିପ୍ଲୋମା କୋର୍ସ ସହ ସ୍ୱଳ୍ପକାଳୀନ କୋର୍ସ ମଧ୍ୟ ପ୍ରଚାଳନ କରାଯାଇଥାଏ । ଏହା ସହିତ ସ୍ନାତକୋତ୍ତର ଡିଗ୍ରୀ , Ph॰ D॰ ପାଇଁ ଗବେଷଣାର ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା ଉପଲବ୍ଧ କରା ଯାଇଥାଏ । ଏହି କାର୍ଜ୍ୟକ୍ରମ ପାଇଁ ସ୍ଥାନୀୟ ବିଶ୍ୱବିଦ୍ୟାଳୟମାନଙ୍କ ସହ ଅନୁବନ୍ଧିତ ମଧ୍ୟ କରାଯାଇଛି । 

ଆଧାର ସମ୍ପାଦନା

  1. "Satyam signs MoU with CIPET". The Hindu. Apr 3, 2008. Retrieved 5 November 2012. {{cite news}}: More than one of |accessdate= and |access-date= specified (help)