ପ୍ରୋବେନେସିଡ

ଏହା ଏକ ଔଷଧ ଯାହା ମୁଖ୍ୟତଃ ଗାଉଟ ସହିତ ହାଇପର‌ୟୁରିସେମିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ପ୍ରୋବେନେସିଡ (ଆଗରୁ ବ୍ୟାବସାୟିକ ନାମ ପ୍ରୋବାଲାନ ଭାବେ ବିକ୍ରୀ ହେଉଥିଲା) ମୁଖ୍ୟତଃ ଗାଉଟ ଏବଂ ହାଇପର‌ୟୁରିସେମିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଏକ ଔଷଧ ।[୧] ଏହା β-ଲାକ୍ଟାମ ଆଣ୍ଟିବାୟୋଟିକ୍ ଏବଂ ସିଡୋଫୋଭିରର କ୍ଲିୟରାନ୍ସ ହ୍ରାସ କରିବାକୁ ମଧ୍ୟ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]

ପ୍ରୋବେନେସିଡ
Clinical data
Trade namesProbalan
AHFS/Drugs.commonograph
MedlinePlusa682395
Routes of
administration
By mouth
Legal status
Legal status
  • ℞ (Prescription only)
Pharmacokinetic data
Protein binding75-95%
Elimination half-life2-6 hours (dose: 0.5-1 g)
Excretionkidney (77-88%)
Identifiers
  • 4-(dipropylsulfamoyl)benzoic acid
ECHA InfoCard100.000.313 Edit this at Wikidata
Chemical and physical data
FormulaC13H19NO4S
Molar mass୨୮୫.୩୬ g·mol−1
3D model (JSmol)
  • O=S(=O)(N(CCC)CCC)c1ccc(C(=O)O)cc1
  • InChI=1S/C13H19NO4S/c1-3-9-14(10-4-2)19(17,18)12-7-5-11(6-8-12)13(15)16/h5-8H,3-4,9-10H2,1-2H3,(H,15,16) checkY
  • Key:DBABZHXKTCFAPX-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବାନ୍ତି ଏବଂ ଅଇ ହୁଏ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି, ବୃକ୍‌କ ପଥର ରୋଗ ଏବଂ ଗାଉଟର ଆକ୍ରମଣ ସମୟରେ ଦେଲେ ଖରାପ ଦିଗକୁ ଗତି କରିପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ମନେହୁଏ, ଯଦିଓ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୨] ଏହା କିଡନୀର ୟୁରେଟ ପୁନଃଶୋଷଣ କ୍ଷମତାକୁ ଅବରୋଧ କରି କାମ କରେ ।[୧]

ପେନିସିଲିନ ଯୋଗାଣକୁ ବଢ଼ାଇବା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରୋବେନେସିଡ ପ୍ରଥମେ ବିକଶିତ ହୋଇଥିଲା ।[୩] ୧୯୫୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା ଏବଂ ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୧] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ବିଶିଷ୍ଟ ୧୦୦ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୭୮ ଡଲାର ଥିଲା ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Probenecid Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 29 October 2021.
  2. "Probenecid (Benemid) Use During Pregnancy". Drugs.com (in ଇଂରାଜୀ). Archived from the original on 29 November 2020. Retrieved 29 October 2021.
  3. Butler D (2005). "Wartime tactic doubles power of scarce bird-flu drug". Nature. 438 (7064): 6. doi:10.1038/438006a. PMID 16267514.
  4. "Probenecid Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 January 2021. Retrieved 29 October 2021.