ପ୍ରେମଲତା ବାରିକ
ପ୍ରେମଲତା ବାରିକ, ଓଡ଼ିଶା ସରକାରଙ୍କ ଅଧିନରେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ସ୍ୱାସ୍ଥ୍ୟ ପରିଦର୍ଶିକା । ୨୦୨୦ ମସିହା ପାଇଁ ତାଙ୍କୁ ଦେଶର ସର୍ବତ୍କୃଷ୍ଟ ସେବା ସମ୍ମାନ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୧] ସ୍ବାସ୍ଥ୍ୟ କ୍ଷେତ୍ରରେ ତାଙ୍କର୍ ସେବା, ସମର୍ପଣ ଓ କର୍ତ୍ତବ୍ଯର ପରାକାଷ୍ଠାପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।[୨] ଏହାବ୍ୟତୀତ ସେ ଅନ୍ୟ ୫୦ଟିରୁ ଉର୍ଦ୍ଧ ସରକାରୀ ଓ ବେସରକାରୀ ପୁରସ୍କାରରେ ସମ୍ମାନୀତ ।
ପ୍ରେମଲତା ବାରିକ | |
---|---|
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି | ସ୍ୱାସ୍ଥ୍ୟ ସେବା |
ଉଲ୍ଲେଖନୀୟ କୃତି | ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ୨୦୨୦, ମଦର ଟେରେସା ପୁରସ୍କାର 1996 |
ବୈବାହିକ-ସାଥୀ | ଧ୍ରୁବଚରଣ ମହାପାତ୍ର |
ପିତାମାତା | ଧର୍ମାନନ୍ଦ ବାରିକ, ହାରମଣି ବାରିକ |
ପୁରସ୍କାର | ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ୨୦୨୦ |
ବୃତ୍ତିଗତ ଜୀବନ
ସମ୍ପାଦନାକୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଗୋଟିଏ ପଞ୍ଚାୟତର ୨୧ଟି ଗାଁ ଏବଂ ସହରାଅଞ୍ଚଳର ୪ଟି ବସ୍ତିରେ ପ୍ରେମଲତା କାମ କରନ୍ତି । ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ଦିଗରେ ପ୍ରେମଲତାଙ୍କ ପ୍ରୟାସର ସୁଫଳ ଦେଖାଯାଇଛି । ସରକାରଙ୍କ ନେସନାଲ ହେଲ୍ଥ ମିଶନ ଅଧିନରେ ଚାଲିଥିବା ବିଭିନ୍ନ ପ୍ରୋଜେକ୍ଟ ସେ ଗର୍ଭବତୀ ମହିଳାମାନଙ୍କ ପାଖରେ ପହଞ୍ଚିବା ପାଇଁ କାର୍ଯ୍ୟ କରୁଛନ୍ତି ।[୩]
ବ୍ୟକ୍ତିଗତ ଜୀବନ
ସମ୍ପାଦନାପ୍ରେମଲତାଙ୍କ ପୈତୃକ ଘର ଜଗତସିଂହପୁର ଜିଲ୍ଲାର ଦେଉଳିସାହି । ତାଙ୍କ ପିତାଙ୍କ ନାମ ଧର୍ମାନନ୍ଦ ବାରିକ ଓ ମାତାଙ୍କ ନାମ ହେନାମଣି । ୧୯୮୦ ମସିହାରେ ସେ ମାଟ୍ରିକ ପାସ କରିଥିଲେ । ସେ ଧ୍ରୁବଚରଣ ସାହୁଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଦୁଇ ଜଣ ସନ୍ତାନ୍ତ ଅଛନ୍ତି ।
ଜଣେ କବି ଭାବରେ ମଧ୍ୟ ପ୍ରେମଲତା ପରିଚିତ । ୧୯୯୨ରେ ତାଙ୍କର ପ୍ରଥମ କବିତା ପୁସ୍ତକ ପ୍ରେମାଞ୍ଜଳି ପ୍ରକାଶ ପାଇଥିଲା । ଏଯାବତ ତାଙ୍କର ୬ଟି ପୁସ୍ତକ ପ୍ରକାଶ ପାଇଛି ।
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର - ୨୦୨୦
- ମଦର ଟେରେସା ସମ୍ମାନ
- ସ୍ୱାସ୍ଥ ହିଁ ସମ୍ପଦ ସମ୍ମାନ[୪]
ଆଧାର
ସମ୍ପାଦନା- ↑ "Odisha health worker on a 'zero maternal mortality' mission". www.newindianexpress.com. The Indian Express. Retrieved 16 September 2021.
- ↑ "ପ୍ରେମଲତାଙ୍କୁ ଦେଶର ସର୍ବତ୍କୃଷ୍ଟ ସେବା ସମ୍ମାନ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା". www.etvbharat.com. ଇ ଟିଭି. Archived from the original on 16 September 2021. Retrieved 16 September 2021.
- ↑ "ସ୍ବାସ୍ଥ୍ୟ ପରିଦର୍ଶିକା ପ୍ରେମଲତା ବାରିକଙ୍କୁ ମର୍ଯ୍ୟାଦାଜନକ ସମ୍ମାନ, ମିଳିଲା ନ୍ୟାସନାଲ ଫ୍ଲୋରେନ୍ସ ନାଇଟିଙ୍ଗଲ ଆୱାର୍ଡ-୨୦୨୦". www.prameyanews7.com/. ପ୍ରମେୟ. Retrieved 16 September 2021.
- ↑ "ଦୃଷ୍ଟାନ୍ତ ସାଜିଛନ୍ତି ପ୍ରେମଲତା". www.dharitri.com. ଧରିତ୍ରୀ. Archived from the original on 16 September 2021. Retrieved 16 September 2021.