ପ୍ରେଡର-ଉଇଲି ସିଣ୍ଡ୍ରୋମ
ପ୍ରେଡର-ଉଇଲି ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Prader–Willi syndrome ବା ପିଡବ୍ଲ୍ୟୁଏସ PWS) ଏକ ଜେନେଟିକ ବେମାରୀ (genetic disorder) ଯେଉଁଥିରେ ମାନବ କ୍ରୋମୋଜୋମ ୧୫ରେ (chromosome 15) ଥିବା ନିର୍ଦ୍ଦିଷ୍ଟ ଜିନମାନଙ୍କର କାର୍ଯ୍ୟ ବନ୍ଦ ହୋଇଯାଏ ।[୩] ହାଇପୋଟୋନିଆ (weak muscles|), ସ୍ୱଳ୍ପ ଖାଦ୍ୟ ଗ୍ରହଣ ଓ ଧୀର ଶାରୀରିକ ବିକାଶ ଇତ୍ୟାଦି ଲକ୍ଷଣମାନ ନବଜାତ ଶିଶୁଙ୍କଠାରେ ଲେଖାଯାଏ । ପିଲା ସମୟରେ ସର୍ବଦା ଅଧିକ ଭୋକ ଲାଗିବାରୁ ମୋଟାପଣ ଓ ମଧୁମେହ ଟାଇପ ୨ ରୋଗ ଦିଗକୁ ଗତି କରେ । ଏହା ସହିତ ସାମାନ୍ୟରୁ ମଧ୍ୟମ ଧରଣର ବୌଦ୍ଧିକ ଦୁର୍ବଳତା (intellectual impairment) ଓ ବ୍ୟବହାରିକ ସମସ୍ୟା ସାଧାରଣତଃ ଦେଖାଯାଏ । ଏହି ରୋଗୀମାନଙ୍କର କପାଳ ଅଣଓସାରିଆ, ହାତ ତଥା ପାଦ ଛୋଟ, ଅଳ୍ପ ଉଚ୍ଚତା, ଚର୍ମ ରଙ୍ଗ ଫିକା ଓ ବନ୍ଧ୍ୟା ଦୋଷ ଥାଏ ।[୩]
ପ୍ରେଡର-ଉଇଲି ସିଣ୍ଡ୍ରୋମ | |
---|---|
ଇଂରାଜୀ ପ୍ରତିଶବ୍ଦ - Labhart-Willi syndrome, Prader's syndrome, Prader-Labhart-Willi-Fanconi syndrome[୧] | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ଉଚ୍ଚାରଣ | /ˈprɑːdər ˈvɪli/ |
ସ୍ପେଶାଲିଟି | medical genetics[*], pediatrics[*], neurology[*] |
ଆଇସିଡ଼ି-୧୦ | Q87.1 |
ଆଇସିଡ଼ି-୯-ସିଏମ୍ | 759.81 |
ଓଏମ୍ଆଇଏମ୍ | 176270 |
ରୋଗ ଡାଟାବେସ | 10481 |
ମେଡ଼ିସିନ-ପ୍ଲସ | 001605 |
ଇ-ମେଡ଼ିସିନ | ped/1880 |
Patient UK | ପ୍ରେଡର-ଉଇଲି ସିଣ୍ଡ୍ରୋମ |
MeSH | D011218 |
GeneReviews | |
Orphanet | 739 |
ଏ ରୋଗର ୭୦% କେଶ୍ରେ ବାପାର କ୍ରୋମୋଜୋମ ୧୫ ଆଂଶିକ ନଷ୍ଟ ହୋଇଯାଇଥାଏ । ଅନ୍ୟ ୨୫% କେଶ୍ରେ ମାଆଠାରୁ କ୍ରୋମୋଜୋମ ୧୫ର ଦୁଇଟି କପି ଆସିଥାଏ, ବାପାଠାରୁ କିଛି ଆସିନଥାଏ । ମାଆର କ୍ରୋମୋଜୋମର କିଛି ଅଂଶ ଅକାମୀ ଥିବାରୁ କେତେକ ଜିନର କାର୍ଯ୍ୟକାରୀ କପି ମିଳିନଥାଏ । ପିଡବ୍ଲ୍ୟୁଏସ ରୋଗ ସାଧାରଣତଃ ବଂଶାନୁକ୍ରମିକ ନୁହେଁ କିନ୍ତୁ ଅଣ୍ଡା, ସ୍ପର୍ମ ତିଆରି ବେଳେ ବା ପ୍ରାରମ୍ଭକ ବିକାଶ ସମୟରେ ଜେନେଟିକ ପରିବର୍ତ୍ତନ ହୁଏ ।[୩] ଏହାର କୌଣସି ଜଣାଶୁଣା ସଙ୍କଟ କାରକ ନ ଥାଏ । ଗୋଟିଏ ପିଲାର ପିଡବ୍ଲ୍ୟୁଏସ ଥଲେ ପରବର୍ତ୍ତୀ ପିଲାର ଏହି ରୋଗ ହେବା ଆଶା ୧%ରୁ କମ ଥାଏ ।[୪] ଆଞ୍ଜେଲମ୍ୟାନ ସିଣ୍ଡ୍ରୋମରେ (Angelman syndrome) ଏକା ଭଳି ତୃଟି ଦେଖାଗଲେ ମଧ୍ୟ ମାଆର କ୍ରମୋଜୋମ ୧୫ ତୃଟିପୁର୍ଣ୍ଣ ଥାଏ ଓ ବାପାଠାରୁ ଦୁଇ କପି ଆସିଥାଏ ।[୫][୬]
ପ୍ରେଡର-ଉଇଲି ସିଣ୍ଡ୍ରୋମ ଆରୋଗ୍ୟସାଧ୍ୟ ନୁହେଁ । ଆରମ୍ଭ ଅବସ୍ଥାରେ ଚିକିତ୍ସା କଲେ ଫଳ ଉନ୍ନତ ହୁଏ । [୭] ନବଜାତକୁ ଖୁଏଇବା ଅସୁବିଧା ହେଲେ ଖାଦ୍ୟନଳୀ ମାଧ୍ୟମରେ ତରଳ ପଦାର୍ଥ ବା କ୍ଷୀର ଦିଆଯାଏ । ପ୍ରାୟ ୩ ବର୍ଷ ବୟସ ବେଳକୁ ପ୍ରୋଗ୍ରାମ ଅନୁସାରେ ଖାଦ୍ୟ ପର୍ଯ୍ୟବେକ୍ଷଣ ଓ ବ୍ୟାୟାମ କରାଯାଏ । ଗ୍ରୋଥ ହରମୋନ ଥେରାପି (Growth hormone therapy ପ୍ରୟୋଗ କଲେ ଫଳ ଭଲ ହୁଏ । ବ୍ୟବହାରୀକ ସମସ୍ୟା ଥିଲେ କାଉନସେଲିଙ୍ଗ (Counseling) ଓ ଔଷଧ ଦେଲେ ସାହାଯ୍ୟ ହୁଏ । ବୟଃପ୍ରାପ୍ତ ଲୋକଙ୍କ ନିମନ୍ତେ ଅନେକ ସମୟରେ ଗ୍ରୁପ ହୋମ (Group homes) ଆବଶ୍ୟକ ହୁଏ ।[୮]
ପିଡବ୍ଲ୍ୟୁଏସ ପ୍ରତି ୧୦,୦୦୦-୩୦,୦୦୦ ଲୋକଙ୍କ ମଧ୍ୟରୁ ଜଣକୁ ଆକ୍ରମଣ କରେ ।[୩] ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[୪] ସନ ୧୯୫୬ରେ ଏହି ରୋଗର ବର୍ଣ୍ଣନା କରିଥିବା ଆଣ୍ଡ୍ରେ ପ୍ରେଡର (Andrea Prader), ହେନରିଚ ଉଇଲି ଓ ଆଲେକ୍ସିସ ଲାଭାର୍ଟମାନଙ୍କ ନାମାନୁସାରେ ଏହି ବେମାରୀର ନାମକରଣ ହୋଇଛି ।[୧] ଏହା ପୂର୍ବରୁ ସନ ୧୮୮୭ରେ ଜନ ଲାଙ୍ଗଡିନ ଡାଉନ (John Langdon Down) ଏହି ବିଷୟରେ କିଛି ସୂଚନା ଦେଇଥିଲେ ।[୯][୧୦]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Prader-Labhardt-Willi syndrome". Whonamedit?. Retrieved 20 August 2016.
- ↑ Cortés M, F; Alliende R, MA; Barrios R, A; Curotto L, B; Santa María V, L; Barraza O, X; Troncoso A, L; Mellado S, C; Pardo V, R (January 2005). "[Clinical, genetic and molecular features in 45 patients with Prader-Willi syndrome]". Revista medica de Chile. 133 (1): 33–41. PMID 15768148.
- ↑ ୩.୦ ୩.୧ ୩.୨ ୩.୩ "Prader-Willi syndrome". Genetics Home Reference. June 2014. Retrieved 19 August 2016.
- ↑ ୪.୦ ୪.୧ "How many people are affected/at risk for Prader-Willi syndrome (PWS)?". NICHD. 01/14/2014. Retrieved 20 August 2016.
{{cite web}}
: Check date values in:|date=
(help) - ↑ "Prader-Willi Syndrome (PWS): Other FAQs". NICHD. 01/14/2014. Retrieved 2016-08-19.
{{cite web}}
: Check date values in:|date=
(help) - ↑ "Angelman syndrome". Genetic Home Reference. May 2015. Retrieved 20 August 2016.
- ↑ "Is there a cure for Prader-Willi syndrome (PWS)?". NICHD. 01/14/2014. Retrieved 20 August 2016.
{{cite web}}
: Check date values in:|date=
(help) - ↑ "What are the treatments for Prader-Willi syndrome (PWS)?". NICHD. 01/14/2014. Retrieved 20 August 2016.
{{cite web}}
: Check date values in:|date=
(help) - ↑ Mia, Md Mohan (2016). Classical and Molecular Genetics (in ଇଂରାଜୀ). American Academic Press. p. 195. ISBN 9781631817762.
- ↑ Jorde, Lynn B.; Carey, John C.; Bamshad, Michael J. (2015). Medical Genetics (in ଇଂରାଜୀ) (5 ed.). Elsevier Health Sciences. p. 120. ISBN 9780323188371.