ପ୍ରୀତି ଜିଣ୍ଟା (ଉଚ୍ଚାରଣ: [ˈpriːt̪i ˈzɪɳʈaː]; ଜନ୍ମ: ୩୧ ଜାନୁଆରୀ ୧୯୭୫[୧]), ଜଣେ ଭାରତୀଯ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ଉଦ୍ୟୋଗପତି । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି । ଏଥି ସ‌ହିତ ସେ କିଛି ତେଲୁଗୁ, ପଞ୍ଜାବୀ ଏବଂ ଇଂରାଜୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ପ୍ରୀତି ଇଂରାଜୀ ସାହିତ୍ୟ ଏବଂ ଅପରାଧିକ ମନୋବିଜ୍ଞାନରେ ତାଙ୍କର ସ୍ନାତକ ଶେଷ କରିବା ପରେ ୧୯୯୮ ମସିହାରେ ହିନ୍ଦୀ କଥାଚିତ୍ର ଜଗତରେ ଦିଲ୍ ସେ.. ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ସେହି ବର୍ଷ ସେ ସୋଲ୍‌ଜର ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ଦୁଇଟିରେ ପ୍ରୀତିଙ୍କର ଅଭିନୟ ସଭିଙ୍କୁ ପସନ୍ଦ ଆସିଥିଲା ଏବଂ ତାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା । ଏହାପରେ ସେ କ୍ୟା କେହେନା ଚଳଚ୍ଚିତ୍ରରେ ୨୦୦୦ ମସିହାରେ ଅଭିନୟ କରିଥିଲେ, ଯେଉଁଥିରେ ସେ ଜଣେ କିଶୋରୀ ମାଆ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ପ୍ରୀତିଙ୍କୁ ଅଧିକ ଲୋକପ୍ରିୟତା ମିଳିଥିଲା । ଏହାପରେ ସେ ହିନ୍ଦୀ କଥାଚିତ୍ର ଜଗତରେ ତାଙ୍କର ଅଭିନୟରେ ବିଭିନ୍ନ ପ୍ରକାରର ପରୀକ୍ଷା କରିଥିଲେ ଏବଂ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ହିନ୍ଦୀ କଥାଚିତ୍ର ଜଗତରେ ନାୟିକାମାନଙ୍କର ପରିଚୟକୁ ପ୍ରୀତି ବଦଳାଇଦେଇଥିଲେ ଏବଂ ଅନେକ ପୁରସ୍କାର ମଧ୍ୟ ପାଇଥିଲେ ।[୨]

ପ୍ରୀତି ଜିଣ୍ଟା
୨୦୧୫ରେ ପ୍ରୀତି
ଜନ୍ମ (1975-01-31) ୩୧ ଜାନୁଆରୀ ୧୯୭୫ (ବୟସ ୪୯)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ପ୍ରଯୋଜିକା, ଉଦ୍ୟୋଗପତି
ସକ୍ରିୟ ବର୍ଷ୧୯୯୮–ଏବେଯାଏଁ
ବୈବାହିକ-ସାଥୀ
ଜେନେ ଗୁଡ୍ଇନାଫ୍
(m. ୨୦୧୬)

୨୦୦୩ ମସିହାରେ ପ୍ରୀତି ହିନ୍ଦୀ କଥାଚିତ୍ର କଲ୍‌ ହୋ ନା ହୋ ପାଇଁ ଫିଲ୍ମ‌ଫେୟାର ପୁରସ୍କାର ପାଇଥିଲେ । ୨୦୦୩ ଓ ୨୦୦୪ରେ ଭାରତରେ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ରର ମୁଖ୍ୟ ନାୟିକା ଭୂମିକାରେ ପ୍ରୀତି ଅଭିନୟ କରିଥିଲେ । ୨୦୦୩ର ଚଳଚ୍ଚିତ୍ର କୋଇ... ମିଲ୍ ଗୟା ଏବଂ ୨୦୦୪ର ଚଳଚ୍ଚିତ୍ର ବୀର୍-ଜାରାରେ ପ୍ରତୀ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ର ଦୁଇଟି ଦୁଇବର୍ଷର ସବୁଠାରୁ ଅଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ଥିଲା ।[୩] ଏହାପରେ ସେ ୨୦୦୫ରେ ସଲାମ୍ ନମସ୍ତେ ଏବଂ ୨୦୦୬ରେ କଭି ଅଲ‌୍‌ବିଦା ନା କେହେନା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ଦୁଇଟି ମଧ୍ୟ ବ‌ହୁତ ବଡ଼ ସଫଳତା ପାଇଥିଲା ।[୪] ଏହି ଚଳଚ୍ଚିତ୍ରଗୁଡ଼ିକ ପରେ ପ୍ରୀତି ହିନ୍ଦୀ କଥାଚିତ୍ର ଜଗତର ଜଣେ ପ୍ରତିଷ୍ଠିତ କଳାକାର ଭାବରେ ପରିଗଣିତ ହେଲେ ।[୫][୬] ୨୦୦୭ରେ ପ୍ରୀତି ପ୍ରଥମ‌ଥର ପାଇଁ ଭାରତୀୟ ଚଳଚ୍ଚିତ୍ର ବ୍ୟତୀତ ଆନ୍ତର୍ଜାତୀୟ ଚଳଚ୍ଚିତ୍ରରେ କାମ କରିଥିଲେ । ସେ ୨୦୦୭ରେ ଏକ କାନ୍ନାଡ଼ା ଚଳଚ୍ଚିତ୍ର ହେଭେନ୍ ଓନ୍ ଆର୍ଥ‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ପ୍ରୀତିଙ୍କୁ ୨୦୦୮ରେ ଚିକାଗୋରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସିଲ୍‌ଭର୍ ହ୍ୟୁଜୋ ପୁରସ୍କାର ମିଳିଥିଲା ।[୭]

ଅଭିନୟ ବ୍ୟତୀତ ପ୍ରୀତି ଦକ୍ଷିଣ ଏସିଆର ବିବିସି ନ୍ୟୁଜ୍‌ପାଇଁ କିଛି ଧାରାବାହିକ ସ୍ତମ୍ଭ ମଧ୍ୟ ରଚନା କରିଥିଲେ । ସେ ସମାଜସେବୀ, ଦୂରଦର୍ଶନ ଉପସ୍ଥାପିକା, ମଞ୍ଚ ଉପସ୍ଥାପିକା ଏବଂ କଳାକାର ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ନିଜର ଗୋଟିଏ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ମଧ୍ୟ ଅଛି । ଏଥିସ‌ହିତ ସେ ଇଣ୍ଡିଆନ ପ୍ରିମିୟର୍ ଲିଗ୍‌ର ପଞ୍ଜାବ ଦଳର ୨୦୦୮ରୁ ମାଲିକ । ସେ ୨୦୧୭ରେ ଦକ୍ଷିଣ ଆଫ୍ରିକା ଟି୨୦ ଗ୍ଲୋଗାଲ୍ କ୍ରିକେଟ୍ ଲିଗ୍‌ର ସ୍ଟେଲେନ୍‌ବୋଚ କିଙ୍ଗ୍‌ସ୍‌ର ମାଲିକ ।

ଆଧାର ସମ୍ପାଦନା

  1. Jalan, Shivangi (31 January 2018). "Happy Birthday Preity Zinta: The dimpled beauty sure knows her craft". The Indian Express. Retrieved 31 January 2018.
  2. "Now showing Chakde! – Fiesty [sic] foot forward". The Indian Express. 14 ଅଗଷ୍ଟ 2007. Archived from the original on 20 February 2009. Retrieved 14 September 2007.
  3. "Most Grossing Movies by actresses". IBOS. Retrieved 10 April 2007.[permanent dead link]
  4. "Top Lifetime Grossers OVERSEAS (IND Rs)". Box Office India. Archived from the original on 9 November 2013. Retrieved 17 September 2010.
  5. Kulkarni, Ronjita (8 December 2003). "The unanimous No 1: Preity Zinta". Rediff.com. Archived from the original on 27 February 2007. Retrieved 6 April 2007.
  6. "Exceptional roles in Hollywood acceptable : Priety". The Hindu. Chennai, India. 20 September 2006. Archived from the original on 23 December 2007. Retrieved 6 November 2007.
  7. "Awards 2008". Chicago International Film Festival. Archived from the original on 5 January 2009. Retrieved 27 January 2009.

ବାହାର ଆଧାର ସମ୍ପାଦନା