ପ୍ରାଇମାକୁଇନ

ମ୍ୟାଲେରିଆ ରୋଗର ପ୍ରତିଷେଧ ଔଷଧ

ପ୍ରାଇମାକୁଇନ (ଇଂରାଜୀରେ Primaquine) ଏକ ଔଷଧ ଯାହା ମ୍ୟାଲେରିଆ ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ତ‌ଥା ନିମୋସିସ୍ଟିସ ନିମୋନିଆ ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ । ପ୍ଲାଜମିଡିଅମ ଭାଇଭାକ୍ସ (Plasmodium vivax) ଓ ପ୍ଲାଜମୋଡିଅମ ଓଭେଲ (Plasmodium ovale) ଯୋଗୁ ହେଉଥିବା ମ୍ୟାଲେରିଆର ଚିକିତ୍ସା ନିମନ୍ତେ ଅନ୍ୟାନ୍ୟ ଔଷଧ ସ‌ହିତ ଦିଆଯାଏ ଓ ଅନ୍ୟ ବିକଳ୍ପ ନ ଥିଲେ ସେମାନଙ୍କ ପ୍ରତିଷେଧ ନିମନ୍ତେ ମଧ୍ୟ ଦିଆଯାଏ ।[୨] ନିମୋସିସ୍ଟିସ ନିମୋନିଆ ରୋଗ ନିମନ୍ତେ ଏହା କ୍ଲିଣ୍ଡାମାଇସିନ ସ‌ହିତ ଦିଆଯାଏ ।[୨][୩] ଏହି ଔଷଧ ପାଟିରେ ଦିଆଯାଏ । [୨]

ପ୍ରାଇମାକୁଇନ
Clinical data
Synonymsପ୍ରତିଶବ୍ଦ ପ୍ରାଇମାକୁଇନ ଫସଫେଟ/primaquine phosphate
AHFS/Drugs.commonograph
MedlinePlusa607037
Pregnancy
category
  • ?
Routes of
administration
ପାଟିରେ ଦିଆଯାଏ
ATC code
Legal status
Legal status
  • US: Rx-କେବଳ ପ୍ରେସକ୍ରିପସନରେ
  • Unlicensed (UK)
Pharmacokinetic data
Bioavailability୯୬%[୧]
Metabolismଯକୃତ
Elimination half-life୬ ଘଣ୍ଟା
Excretion?
Identifiers
  • (RS)-N-(6-methoxyquinolin-8-yl)pentane-1,4-diamine
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.001.807 Edit this at Wikidata
Chemical and physical data
FormulaC15H21N3O
Molar mass259.347 g/mol
3D model (JSmol)
ChiralityRacemic mixture
  • O(c1cc(NC(C)CCCN)c2ncccc2c1)C
  • InChI=1S/C15H21N3O/c1-11(5-3-7-16)18-14-10-13(19-2)9-12-6-4-8-17-15(12)14/h4,6,8-11,18H,3,5,7,16H2,1-2H3 checkY
  • Key:INDBQLZJXZLFIT-UHFFFAOYSA-N checkY
  (verify)

ସାଧାରଣ ପ୍ରତିକ୍ରିୟାରେ ଅଇ (nausea), ବାନ୍ତି ଓ ପାକସ୍ଥଳୀ କ୍ରାମ୍ପ ହୁଏ ।[୨][୪] ଦେହରେ ଗ୍ଲୁକୋଜ-୬-ଫସଫେଟ ଡିହାଇଡ୍ରୋଜେନେଜ ଅଭାବ (glucose-6-phosphate dehydrogenase (G6PD) deficiency) ଥିଲେ ଏହି ଔଷଧ ଦିଆଯାଏ ନାହିଁ କାରଣ ଏହାଦ୍ୱାରା ଲୋହିତ ରକ୍ତ କଣିକା ଫାଟିଯିବା (red blood cell breakdown) ସମ୍ଭାବନା ରହେ ।[୪] ଗର୍ଭାବସ୍ଥାରେ ଏହା ବ୍ୟବ‌ହାର କରିବାକୁ ମନାକରାଯାଏ ।[୫][୬] ଜି୬ପିଡି ଅଭାବ ନଥିଲେ ଶିଶୁକୁ ସ୍ତନ୍ୟପାନ କରାଯାଇପାରେ ।[୬] ସଠିକ୍ ଭାବରେ ଏହାର କାର୍ଯ୍ୟବିଧି ଜଣାଯାଇନଥିଲେ ମଧ୍ୟ ମ୍ୟାଲେରିଆ ପରଜୀବୀର ଡିଏନଏ (DNA) ଉପରେ ଏହାର ପ୍ରଭାବ ଥିବା ବିଶ୍ୱାସ କରାଯାଏ । [୨]

ସନ ୧୯୪୬ରେ ପ୍ରଥମେ ପ୍ରାଇମାକୁଇନ ପ୍ରସ୍ତୁତ କରାଯାଇଥିଲା । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୨] ବିକାଶଶୀଳ ଦେଶମାନଙ୍କରେ ଏହାର ଦୈନିକ ଖର୍ଚ୍ଚ ୦.୦୪ରୁ ୦.୧୧ ଆମେରିକୀୟ ଡଲାର ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ଗୋଟିଏ ମାସର ଔଷଧ ଖର୍ଚ୍ଚ ପ୍ରାୟ ୫୦ରୁ ୧୦୦ ଡଲାର ।[୫]

ଆଧାର ସମ୍ପାଦନା

  1. Mihaly GW, Ward SA, Edwards G, et al. (1985). "Pharmacokinetics of primaquine in man. I. Studies of the absolute bioavailability and effects of dose size". Br J Clin Pharmacol. 19 (6): 745–50. doi:10.1111/j.1365-2125.1985.tb02709.x. PMC 1463857. PMID 4027117.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Primaquine Phosphate". The American Society of Health-System Pharmacists. Retrieved 2 December 2016.
  3. ୩.୦ ୩.୧ Vale, Nuno; Moreira, Rui; Gomes, Paula (March 2009). "Primaquine revisited six decades after its discovery". European Journal of Medicinal Chemistry. 44 (3): 937–953. doi:10.1016/j.ejmech.2008.08.011. PMID 18930565.
  4. ୪.୦ ୪.୧ Arguin, Paul M.; Tan, Kathrine R. (2016). "Malaria - Chapter 3". In Brunette, Gary W. (ed.). CDC Health Information for International Travel 2016 (Yellow Book). CDC and Oxford University Press. ISBN 978-0-19-937915-6.
  5. ୫.୦ ୫.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 57. ISBN 9781284057560.
  6. ୬.୦ ୬.୧ Hill, D. R.; Baird, J. K.; Parise, M. E.; Lewis, L. S.; Ryan, E. T.; Magill, A. J. (2006). "Primaquine: Report from CDC expert meeting on malaria chemoprophylaxis I". The American journal of tropical medicine and hygiene. 75 (3): 402–15. PMID 16968913. Archived from the original on 2014-01-23. Retrieved 2016-12-30.
  7. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  8. "Primaquine". International Drug Price Indicator Guide. Retrieved 3 December 2016.[permanent dead link]