ପ୍ରମୋଦ ପତି
ପ୍ରମୋଦ ପତି (୧୫ ଜାନୁଆରୀ ୧୯୩୨ - ୨୦ ଜାନୁଆରୀ ୧୯୭୫)[୧], ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ।[୨] ଭାରତରେ ଆନିମେସନ ଚଳଚ୍ଚିତ୍ର ଶିଳ୍ପର ନିର୍ମାଣ ଓ ପ୍ରସାର ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ପ୍ରଥମ ଓଡ଼ିଆ ଭାବରେ, ସେ ନିଜ ଚଳଚ୍ଚିତ୍ର 'ପର୍ସପେକ୍ଟିଭ' ପାଇଁ ୧୯୬୮ ମସିହାରେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ ।
ପ୍ରମୋଦ ପତି | |
---|---|
ଜନ୍ମ | ସମ୍ବଲପୁର, ଓଡ଼ିଶା | ୧୫ ଜାନୁଆରୀ ୧୯୩୨
ମୃତ୍ୟୁ | ୨୦ ଜାନୁଆରୀ ୧୯୭୫ ମୁମ୍ବାଇ, ମହାରାଷ୍ଟ୍ର | (ବୟସ ୪୩)
ଜାତୀୟତା | ଭାରତୀୟ |
ଶିକ୍ଷା | ଡିପ୍ଲୋମା ସିନେମାଟୋଗ୍ରାଫି |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ଚଳଚ୍ଚିତ୍ର ନିର୍ଦ୍ଦେଶକ |
ପୁରସ୍କାର | ଫିଲ୍ମଫେୟାର ପୁରସ୍କାର, ୧୯୬୮ |
ଜନ୍ମ ଓ ଶିକ୍ଷା
ସମ୍ପାଦନା୧୯୩୨ ମସିହା ଜାନୁଆରୀ ୧୫ତାରିଖ ଦିନ, ନାରାୟଣ ପତି ଓ କ୍ଷେତ୍ରମଣି ଦେବୀଙ୍କ ସନ୍ତାନ ପ୍ରମୋଦ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ ।[୩] ୧୯୫୦ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାଠ୍ୟକ୍ରମ ଶେଷକରି, ୧୯୫୨ ମସିହାରେ ବେଙ୍ଗାଳୁରୁର ଏସ. ଜେ. ପଲିଟେକନିକରୁ ସିନେମାଟୋଗ୍ରାଫିରେ ଡିପ୍ଳୋମା ହାସଲ କରିଥିଲେ । ଏହାପରେ, ସେ ୧୯୫୨-୫୬ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଅଧିନରେ ଫିଲ୍ମ ଅଫିସର ଭାବରେ କାର୍ଯ୍ୟ କରିଥିଲେ । ଏହି ସମୟ ମଧ୍ୟରେ, ସେ ୧୪ଟି ଚଳଚ୍ଚିତ୍ର ନିର୍ମାଣ ସହିତ ଚିତ୍ରତ୍ତୋଳକ, ପଟ୍ଟକଥା ଲେଖକ ଏବଂ ସମ୍ପାଦକ ଭାବରେ ଜଡ଼ିତ ରହିଥିଲେ । ଏହିସମୟରେ ବାଲ୍ୟବନ୍ଧୁ ଅନ୍ନଦା ଚରଣ ଦାସ ଚଳଚ୍ଚିତ୍ର ନିର୍ମାଣରେ ତାଙ୍କର ସହାୟକ ଥିଲେ । ଅନ୍ନଦା ଚରଣ ମଧ୍ୟ ଭୁବନେଶ୍ୱରରେ ସରକାରୀ ଚାକିରି କରୁଥିଲେ । ଦୁହେଁ ସ୍କୁଲ, କଲେଜ ଜୀବନରୁ ବକ୍ସ କ୍ୟାମେରା ବ୍ୟବହାର କରି, ଫଟୋଗ୍ରାଫି କରିଆସୁଥିଲେ । ଦୁଇବନ୍ଧୁ ଭୁବନେଶ୍ୱରରେ ଏକାଠି ରହି ଚଳଚ୍ଚିତ୍ର ନିର୍ମାଣ କରି ପ୍ରୋସେସିଙ୍ଗ କରିବା ପାଇଁ ବମ୍ବେ ପଠାଉଥିଲେ । ପରବର୍ତ୍ତୀ ସମୟରେ ପ୍ରମୋଦ ଭାରତ ସରକାରଙ୍କ ଫେଲୋସିପ ଲାଭ କରି ଚେକୋସ୍ଳୋଭାକିଆର ଫାମୁ ଅନୁଷ୍ଠାନରୁ ପପେଟ୍ ଆନିମେସନରେ ଶିକ୍ଷାଗ୍ରହଣ କରିଥିଲେ । ଏହି ଅନୁଷ୍ଠାନରେ ସେ ଆନିମେସନ ଗୁରୁ ଜିଫି ବ୍ରେଡେକା, ଏଡୱର୍ଡ ହଫମ୍ୟାନ ଓ ଜିରି ଟ୍ରିଙ୍କା ଆଦିଙ୍କଠାରୁ ଆନିମେସନ କଳାରେ ପ୍ରଶିକ୍ଷଣ ଲାଭ କରିଥିଲେ । ୧୯୫୯ ମସିହାରେ ଭାରତ ପ୍ରତ୍ୟାବର୍ତ୍ତନ କରି, ପ୍ରମୋଦ ପତି ଭାରତ ସରକାରଙ୍କ ଅଧିନରେ ଥିବା ଫିଲ୍ମସ୍ ଡିଭିଜନରେ ଆନିମେସନ ବିଭାଗର ମୁଖ୍ୟ ରୂପେ ଯୋଗଦାନ କରିଥିଲେ ।[୪] ତାଙ୍କରି ଚେଷ୍ଟାରେ ଭାରତରେ ଆନିମେସନ ଚଳଚ୍ଚିତ୍ର ଶିଳ୍ପର ମୂଳଦୁଆ ପଡ଼ିଥିଲା । ଏହି ସମୟରେ ତାଙ୍କୁ ଏସ୍. ସୁଖଦେବ, କେ.ଏସ୍. ଚାରୀ, ଗ୍ଳେନ ବାପ୍ତିସ୍ତା, ଫଲି ବିଲିମୋରିଆ ଇତ୍ୟାଦି ବ୍ୟକ୍ତିବିଶେଷଙ୍କର ସହାୟତା ମିଳିଥିଲା ଓ ବହୁ କ୍ଷୁଦ୍ର ଏବଂ ଆନିମେସନ ଧର୍ମୀ ଚଳଚ୍ଚିତ୍ରର ନିର୍ମାଣ ହୋଇପାରିଥିଲା । ଅନ୍ନଦା ଚରଣ, ଭୁବନେଶ୍ୱର ରହି "ଭୁବନେଶ୍ୱର କଳାକେନ୍ଦ୍ର" ପ୍ରତିଷ୍ଠା କରିଥିଲେ । [୫] ତାଙ୍କ ନାମରେ ନାମିତ ପ୍ରମୋଦ ପତି ଟ୍ରଷ୍ଟଦ୍ୱାରା ପ୍ରତିବର୍ଷ ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ ପ୍ରଦାନ କରାଯାଏ ।[୬]
ପ୍ରମୋଦଙ୍କୁ ଖୁବ କମ ବୟସରେ ତାଙ୍କୁ କର୍କଟ ବ୍ୟାଧି ଆକ୍ରାନ୍ତ କରିଥିଲା । ଦେଶ ବିଦେଶରେ ବହୁ ଚିକିତ୍ସା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇପାରିଲା ନାହିଁ ଓ ୧୯୭୫ ମସିହାରେ ମାତ୍ର ୪୩ ବର୍ଷ ବୟସରେ ତାଙ୍କର ତିରୋଧାନ ଘଟିଥିଲା । [୭][୮]
ଭାରତୀୟ ଚଳଚ୍ଚିତ୍ରକୁ ଅବଦାନ
ସମ୍ପାଦନାଚଳଚ୍ଚିତ୍ର | ମୁକ୍ତିଲାଭ ବର୍ଷ | ବିଶେଷକଥା |
---|---|---|
Ravi's Sitar II: India | ୧୯୭୪ | ପଣ୍ଡିତ ରବିଶଙ୍କର ଉପରେ ପର୍ଯ୍ୟବେଷିତ ବୃତ୍ତଚିତ୍ର-୨ |
Ravi's Sitar I: India | ୧୯୭୪ | ପଣ୍ଡିତ ରବିଶଙ୍କର ଉପରେ ପର୍ଯ୍ୟବେଷିତ ବୃତ୍ତଚିତ୍ର-୧ |
Abid | ୧୯୭୨ | |
Moments with the Maestro | ୧୯୭୦ | ପଣ୍ଡିତ ରବିଶଙ୍କର ଉପରେ ପର୍ଯ୍ୟବେଷିତ ବୃତ୍ତଚିତ୍ର |
Ravi Shankar | ୧୯୭୦ | ପଣ୍ଡିତ ରବିଶଙ୍କର ଉପରେ ପର୍ଯ୍ୟବେଷିତ ବୃତ୍ତଚିତ୍ର |
Trip | ୧୯୭୦ | |
Claxplosion | ୧୯୬୮ | |
Explorer[୯][୧୦] | ୧୯୬୮ | |
Perspectives | ୧୯୬୮ | |
Man And His World | ୧୯୬୭ | |
A Fable Retold | ୧୯୬୫ | |
Aao Milkar Gaen | ୧୯୬୪ | |
Exploration of Upper Air | ୧୯୬୪ | |
Hamara Rashtragan | ୧୯୬୪ | |
Mansube Machlidar | ୧୯୬୩ | |
The Chinese Threat[୧୧] | ୧୯୬୩ | |
Building a Nest | ୧୯୬୨ | |
Certificate of Security | ୧୯୬୨ | |
Healthy and Happy | ୧୯୬୨ | |
Industrial Worker | ୧୯୬୨ | |
Wives and Wives | ୧୯୬୨ | |
This Our India | ୧୯୬୧ | |
This Our Earth | ୧୯୬୦ |
ପୁରସ୍କାର ଓ ସ୍ୱୀକୃତି
ସମ୍ପାଦନା- ଫିଲ୍ମଫେୟାର ପୁରସ୍କାର - ୧୯୬୮- ପର୍ସପେକ୍ଟିଭ ଚଳଚ୍ଚିତ୍ର ପାଇଁ
- ମଣ୍ଟ୍ରିଲ ଏକସ୍ପୋ(ରୌପ୍ୟ ପଦକ) - ୧୯୬୭ - ମ୍ୟାନ ଆଣ୍ଡ ହିଜ୍ ୱର୍ଲ୍ଡ
- ଓଡି଼ଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଅନ୍ତର୍ଗତ ଶ୍ରେଷ୍ଠ ଚିତ୍ରଗ୍ରହଣ ପୁରସ୍କାରକୁ ପ୍ରମୋଦ ପତିଙ୍କ ନାମରେ ନାମିତ କରାଯାଇଛି
ଆଧାର
ସମ୍ପାଦନା- ↑ "Remembering eminent film maker Pramod Pati". filmsdivision.org. Archived from the original on 20 January 2021. Retrieved 20 January 2021.
- ↑ India. Ministry of Information and Broadcasting; Pramod Pati; V. N. Gulawani (1974). Films Division Catalogue of Films, 1949-1972. Films Division, Ministry of Information and Broadcasting, Government of India. Retrieved 18 July 2013.
- ↑ "ଅଭିନବ ଭାରତୀୟ ଚଳଚ୍ଚିତ୍ରର ଜନକ". ପ୍ରମେୟ. ୨୦ଜାନୁଅରୀ ୨୦୨୧. Archived from the original on 20 January 2021. Retrieved 20 January 2021.
{{cite news}}
: Check date values in:|date=
(help) - ↑ Gaekwad, Manish. "The wondrous world of animator Pramod Pati". scroll.in. Retrieved 20 January 2021.
- ↑ ସିନେ ସମ୍ବାଦ ଅପ୍ରେଲ ୧୬-୨୨, ୨୦୧୫ ପୃଷ୍ଠା ୧୧
- ↑ "ବରିଷ୍ଠ ଚଳଚ୍ଚିିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ପ୍ରଶାନ୍ତ ନନ୍ଦ ପାଇବେ ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ". PRAMEYA. 11 March 2024. Retrieved 12 March 2024.
- ↑ http://dff.nic.in/Pramod_pati.asp
- ↑ "ଆର୍କାଇଭ୍ କପି". Archived from the original on 2013-08-01. Retrieved 2013-07-18.
{{cite web}}
: Cite has empty unknown parameter:|1=
(help) - ↑ http://theseventhart.info/tag/pramod-pati/
- ↑ "ଆର୍କାଇଭ୍ କପି". Archived from the original on 2013-04-11. Retrieved 2013-07-18.
{{cite web}}
: Cite has empty unknown parameter:|1=
(help) - ↑ India. Ministry of Information and Broadcasting (1963). The Chinese Threat. Publications Division, Ministry of Information and Broadcasting, Government of India. Retrieved 18 July 2013.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରମୋଦ ପତି
- Directorate of Film festivals. "ପ୍ରମୋଦ ପତି". Retrieved 19 July 2013.