ପ୍ରତିରୋଧୀ ନିଦ୍ରା ଶ୍ୱାସରୋଧ

ଶ୍ୱାସନଳୀରେ ଅବରୋଧ ଯୋଗୁ ଶ୍ୱାସକ୍ରିୟା ସାମୟିକ ବନ୍ଦ ହୋଇଯାଏ ।

ପ୍ରତିରୋଧୀ ନିଦ୍ରା ଶ୍ୱାସରୋଧ (ଇଂରାଜୀ ଭାଷାରେ Obstructive sleep apnea/ OSA) କୁହାଯାଏ ଯେତେବେଳେ ଶୋଇବା ସମୟରେ ବାରମ୍ବାର ଗଳା ସଂକୀର୍ଣ୍ଣ ହୋଇଥାଏ କିମ୍ବା ଅବରୋଧ ହୋଇଥାଏ ।[] ଏହାର ଲକ୍ଷଣ ମଧ୍ୟରେ ଦିନରେ ନିଦ୍ରା ଆସିବା, ଭୁଙ୍ଗୁଡ଼ି ମାରିବା, ସାମୟିକ ଶ୍ୱାସକ୍ରିୟା ବନ୍ଦ, ରାତିରେ ପରିସ୍ରା ଲାଗିବା ଏବଂ ସକାଳେ ମୁଣ୍ଡବିନ୍ଧା ହୋଇପାରେ ।[] [] ରୋଗ ଜଟିଳ ହେଲେ ହୃତ୍‌ପିଣ୍ଡ ରୋଗ, ଷ୍ଟ୍ରୋକ୍, ମଧୁମେହ ଏବଂ ମୋଟର ଯାନ ଧକ୍କା ହୋଇପାରେ ।[]

Obstructive sleep apnea
Obstructive sleep apnoea; obstructive sleep apnea syndrome (OSAS); obstructive sleep apnea–hypopnea syndrome (OSAHS)[]
Obstructive sleep apnea: As soft tissue falls to the back of the throat, it impedes the passage of air (blue arrows) through the trachea.
ବିଭାଗSleep medicine
ଲକ୍ଷଣDaytime sleepiness, snoring, periods of interrupted breathing, nighttime urination, morning headaches[][]
ଆକ୍ରାନ୍ତ ସମୟAge over 40[]
ବିପଦ କାରକOverweight, sedatives, large tonsils, smoking, nasal congestion, family history[]
ରୋଗ ନିର୍ଣ୍ଣୟ ପଦ୍ଧତିPolysomnography, home sleep testing[]
ସଠିକ ରୋଗ ନିର୍ଣ୍ଣୟCOPD, central sleep apnea, narcolepsy, periodic limb movement disorder[]
ଚିକିତ୍ସାCPAP, weight loss, avoiding sedatives, mandibular advancement device, surgery[][]
PrognosisDecreased life expectancy[]
ପୁନଃପୌନିକCommon[]

ବିପଦ କାରଣଗୁଡ଼ିକ ମଧ୍ୟରେ ଅଧିକ ଓଜନ ଥିବା, ପ୍ରଶାନ୍ତି ଔଷଧ ନେବା, ବଡ଼ ଆକାରର ଟନସିଲ୍, ଧୂମପାନ, ନାକ ଜନିତ ସମସ୍ୟା ଏବଂ ପାରିବାରିକ ଇତିହାସ ଥାଇପାରେ ।[] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଅମ୍ଳଜାନ ସ୍ତରର ହ୍ରାସ ଘଟିଥାଏ ଯାହା ଫଳରେ ରୋଗୀ ଆଂଶିକ କିମ୍ବା ସଂପୂର୍ଣ୍ଣ ଜାଗ୍ରତ ହୋଇଯାଏ ।[] ଲକ୍ଷଣଗୁଡିକ ପରିବାର କିମ୍ବା ସାଙ୍ଗମାନଙ୍କ ଦ୍ୱାରା ପ୍ରଥମେ ଲକ୍ଷ୍ୟ କରାଯାଏ, ନିଜେ ପ୍ରଥମେ ଜାଣିପାରେ ନାହିଁ ।[] ପଲିସୋମ୍ନୋଗ୍ରାଫି କିମ୍ବା ଗୃହ ଶୋଇବା ପରୀକ୍ଷଣରେ କରାଯାଉଥିବା ଆପ୍ନିଆ - ହାଇପୋପ୍ନିଆ ଇଣ୍ଡେକ୍ସରେ (AHI) ଘଣ୍ଟା ପ୍ରତି ଅତି କମରେ ୫ଥର ହେଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[] [] ଏହା ଏକ ପ୍ରକାର ଏକ ପ୍ରକାର ନିଦ୍ରା ଶ୍ୱାସରୋଧ ଯାହା କେନ୍ଦ୍ରୀୟ ନିଦ୍ରା ଶ୍ୱାସରୋଧଠାରୁ କମ୍ ସାଧାରଣ ଅଟେ ।[]

ମଧ୍ୟମରୁ ଗୁରୁତର ରୋଗରେ ଆକ୍ରାନ୍ତ କ୍ରମାଗତ ସକରାତ୍ମକ ବାୟୁପଥ ଚାପ (CPAP) ଦେବା ହେଉଛି ଏହାର ଚିକିତ୍ସା ।[] ଏହା ଦିନରେ ନିଦ୍ରା ଏବଂ ଜୀବନ‌ଚର୍ଯ୍ୟରେ ଉନ୍ନତି ଆଣୁଥିବାବେଳେ ହୃତ୍‌ପିଣ୍ଡ ରୋଗ କିମ୍ବା ମୃତ୍ୟୁ ହେବାର ଆଶଙ୍କା ଅସ୍ପଷ୍ଟ ଅଟେ ।[] [] [] ଓଜନ ହ୍ରାସ କରିବାକୁ ଏବଂ ପ୍ରଶାନ୍ତିକାରୀ ଔଷଧଠାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।[] ଯେଉଁମାନେ ସିପିଏପି (CPAP)କୁ ସହ୍ୟ କରିପାରନ୍ତି ନାହିଁ ତାଙ୍କ ପାଇପାଇଁ ଏକ ମାଣ୍ଡିବୁଲାର୍ ଆଡଭାନ୍ସମେଣ୍ଟ୍ ଡିଭାଇସ୍ କିମ୍ବା ଅସ୍ତ୍ରୋପଚାର କରାଯାଏ ।[] [] ପ୍ରଭାବିତମାନଙ୍କ ମଧ୍ୟରେ ଆୟୁଷ କମ୍ ହୁଏ, ବିଶେଷତ ଯଦି ସେମାନେ ସିପିଏପିକୁ ସହ୍ୟ କରନ୍ତି ନାହିଁ ।[]

ପ୍ରତିରୋଧୀ ନିଦ୍ରା ଶ୍ୱାସରୋଧ ଏକ ସାଧାରଣ ରୋଗ ଯାହା ବିଶ୍ୱର ପ୍ରାୟ ଏକ ବିଲିୟନ ଲୋକଙ୍କୁ ପ୍ରଭାବିତ କରୁଛି ।[] ଯୁକ୍ତରାଷ୍ଟ୍ରରେ ଏହା ପ୍ରାୟ ୩୪% ମଧ୍ୟବିତ୍ତ ପୁରୁଷ ଏବଂ ୧୭% ମହିଳାମାନଙ୍କଠାରେ ଦେଖାଯାଏ ।[][] ଏହା ସାଧାରଣତଃ ୪୦ ବର୍ଷ ବୟସରୁ ଅଧିକ ବୟସ୍କମାନଙ୍କଠାରେ ହୁଏ ।[] ସ୍ଥିତି ଭଲ ନିୟନ୍ତ୍ରଣ ନହେବା ପର୍ଯ୍ୟନ୍ତ କେତେକ ଦେଶ ପ୍ରଭାବିତଙ୍କର ଗାଡ଼ି ଚଲାଇବା କ୍ଷମତାକୁ ସୀମିତ କରନ୍ତି ।[] ୧୮୩୭ ମସିହାରେ ଲିଖିତ ଚାର୍ଲ୍ସ ଡିକେନ୍ସଙ୍କ ଉପନ୍ୟାସ ଦି ପୋଷଥୁମସ ପେପର୍ସ ଅଫ୍ ପିକ୍କୱିକ୍ କ୍ଲବରୁ ଏହି ଅବସ୍ଥା ପ୍ରତି ଆଗ୍ରହ ବଢ଼ିଥିଲା; ୧୯୬୦ ଦଶକରେ ସ୍ୱୀକୃତିପ୍ରାପ୍ତ ବାୟୁପଥ ଅବରୋଧ ସହିତ ଲିଙ୍କ୍ କରାଯାଇ ଥିଲା ।[] [୧୦]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Obstructive sleep apnoea (OSA)". www.nhsinform.scot (in ଇଂରାଜୀ). Archived from the original on 10 May 2023. Retrieved 27 June 2023.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Veasey, Sigrid C.; Rosen, Ilene M. (11 April 2019). "Obstructive Sleep Apnea in Adults". New England Journal of Medicine. 380 (15): 1442–1449. doi:10.1056/NEJMcp1816152.
  3. ୩.୦ ୩.୧ ୩.୨ ୩.୩ Slowik, JM; Sankari, A; Collen, JF (January 2023). "Obstructive Sleep Apnea". StatPearls. PMID 29083619.
  4. "Obstructive sleep apnoea (OSA)". www.nhsinform.scot (in ଇଂରାଜୀ). Archived from the original on 10 May 2023. Retrieved 27 June 2023.
  5. Ton, Joey (20 August 2018). "#218 CPAP—Breath of life, or just hot air?". CFPCLearn. Archived from the original on 25 March 2023. Retrieved 16 June 2023.
  6. Laratta, Cheryl R.; Ayas, Najib T.; Povitz, Marcus; Pendharkar, Sachin R. (4 December 2017). "Diagnosis and treatment of obstructive sleep apnea in adults". Canadian Medical Association Journal. 189 (48): E1481–E1488. doi:10.1503/cmaj.170296.
  7. Gottlieb, Daniel J.; Punjabi, Naresh M. (14 April 2020). "Diagnosis and Management of Obstructive Sleep Apnea: A Review". JAMA. 323 (14): 1389. doi:10.1001/jama.2020.3514.
  8. Yeghiazarians, Yerem; Jneid, Hani; Tietjens, Jeremy R.; Redline, Susan; Brown, Devin L.; El-Sherif, Nabil; Mehra, Reena; Bozkurt, Biykem; Ndumele, Chiadi Ericson (20 July 2021). "Obstructive Sleep Apnea and Cardiovascular Disease: A Scientific Statement From the American Heart Association". Circulation. 144 (3). doi:10.1161/CIR.0000000000000988.
  9. Guilleminault, Christian (November 1985). "Obstructive Sleep Apnea: The Clinical Syndrome and Historical Perspective". Medical Clinics of North America. 69 (6): 1187–1203. doi:10.1016/s0025-7125(16)30982-8.
  10. Kryger, Meir H.; Roth, Thomas; Dement, William C. (29 December 2015). Principles and Practice of Sleep Medicine E-Book (in ଇଂରାଜୀ). Elsevier Health Sciences. p. 627. ISBN 978-0-323-37752-2. Archived from the original on 1 July 2023. Retrieved 1 July 2023.