ପ୍ରତିମା ପୁହାଣ
ପ୍ରତିମା ପୁହାଣ(ଜନ୍ମ : ୧୯୯୧) କଟକର ଜଗତପୁରଠାରେ ଜନ୍ମ ଗ୍ରହଣ କରିଥିବା ଜଣେ ମହିଳା ନୌ-ଚାଳନା ଖେଳାଳି ।[୧] ସେ ଭାରତ ତରଫରୁ ୨୦୧୦ ମସିହାରେ ୧୬ତମ ଏସୀୟ କ୍ରୀଡ଼ା ପ୍ରତିଯୋଗୀତାରେ ଯୋଗ ଦେଇ ମହିଳା କକଲେସ୍ ପେୟାର ବିଭାଗରେ ପ୍ରମିଳାପ୍ରଭା ମିଞ୍ଜଙ୍କ ସହ ମିଶି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ନୌଚାଳନାରେ ଆନ୍ତର୍ଜାତିକ ପଦକ ଜିତିବାରେ ସେ ଭାରତର ପ୍ରଥମ ମହିଳା ପ୍ରତିଯୋଗୀ ।[୨]
ପ୍ରତିମା ପୁହାଣ | |
---|---|
ଜନ୍ମ | ପୋଡ଼ାବର, ଜଗତପୁର, କଟକ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଭଗବତୀ ବିଦ୍ୟାପୀଠ, ତୁଳସୀ ଦାସ ମଠ |
ପ୍ରସିଦ୍ଧି | ନୌ-ଚାଳନା |
ପିତାମାତା | ସନାତନ ପୁହାଣ, ସଂଯୁକ୍ତା ପୁହାଣ |
ଜୀବନୀ
ସମ୍ପାଦନାପ୍ରତିମା, କଟକ ମହାନଗର ନିଗମ ଅନ୍ତର୍ଗତ ପୋଡ଼ାବର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ସନାତନ ପୁହାଣ ଓ ମାତା ସଂଯୁକ୍ତାଙ୍କର ସେ ଥିଲେ ସାନ ଝିଅ । ସେ "ତୁଳସୀ ଦାସ ମଠ"ରୁ ପାଠପଢ଼ା ଆରମ୍ଭ କରିଥିଲେ । ପରେ ସେ ଭୈରପୁରର ଭଗବତୀ ବିଦ୍ୟାପୀଠରେ ସପ୍ତମ ଶ୍ରେଣୀ ପରୀକ୍ଷା ଦେବାପରେ ଜଗତପୁରଠାରେ ଥିବା ରୋଇଂ କ୍ରୀଡ଼ାରେ ଯୋଗ ଦେବା ପାଇଁ ଆବେଦନ କରିଥିଲେ । ଜଗତପୁରଠାରେ ପ୍ରଶିକ୍ଷଣ ଗ୍ରହଣ କରିବାର ୪ମାସ ମଧ୍ୟରେ ସେ ତାମିଲନାଡୁରେ ଏକ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ । ତାପରେ ସେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଓ ଭାରତକୁ ପ୍ରତିନିଧିତ୍ୱ କରି ପଦକ ହାସ୍ଲ କରିଛନ୍ତି ।
କୃତିତ୍ୱ
ସମ୍ପାଦନା- ୨୦୧୦ ଏସୀୟ କ୍ରୀଡ଼ା ପ୍ରତିଯୋଗୀତାରେ ମହିଳା କକଲେସ୍ ପେୟାର ବିଭାଗରେ ପ୍ରମିଳାପ୍ରଭା ମିଞ୍ଜଙ୍କ ସହ ମିଶି ବ୍ରୋଞ୍ଜ ପଦକ[୩]
ପୁରସ୍କାର
ସମ୍ପାଦନା- ଏକଲବ୍ୟ ପୁରସ୍କାର - ୨୦୧୧[୪]