ନ୍ୟାୟଶାସ୍ତ୍ର ଅନୁସାରେ ସାଧାରଣତଃ ପ୍ରଥମ ପକ୍ଷ, ଅର୍ଥାତ ବାଦୀ, ଅପର ପକ୍ଷ ବିରୁଦ୍ଧରେ କୌଣସି ଅଭିଯୋଗ ନେଇ ଅଦାଲତର ଦ୍ୱାରସ୍ଥ ହୁଅନ୍ତି । ଭାରତର ନ୍ୟାୟୀକ ବ୍ୟବସ୍ଥାରେ ବିଶେଷଭାବେ ଦେୱାନୀ ମକଦ୍ଦମାରେ ଅଭିଯୋଗର ସାମନା କରୁଥିବା ଏହି ଦ୍ୱିତୀୟ ପକ୍ଷକୁ ପ୍ରତିବାଦୀ କୁହାଯାଏ ।[][]

ଦ୍ୱିତୀୟ ପକ୍ଷର ବିବିଧତା

ସମ୍ପାଦନା
  • ବିବାଦର ପ୍ରକାର ଭେଦକୁ ନେଇ ଦ୍ୱିତୀୟ ପକ୍ଷ ବା ପ୍ରତିବାଦୀ ଏକ ବା ଏକାଧିକ ବ୍ୟକ୍ତିବିଶେଷ ହୋଇପାରନ୍ତି ।
  • ଦ୍ୱିତୀୟ ପକ୍ଷ (ପ୍ରତିବାଦୀ) ସର୍ବଦା ବ୍ୟକ୍ତି ବିଶେଷ ନ ହୋଇ କୌଣସି ଅନୁଷ୍ଠାନ ମଧ୍ୟ ହୋଇପାରେ ।
  • ଦେୱାନୀ ମକଦ୍ଦମାଟିଏ ଚାଲିଥିବାବେଳେ ଯଦି ପ୍ରତିବାଦୀଙ୍କର ମୃତ୍ୟୁ ଦୁଏ, ତେବେ ମୂଳ ପ୍ରତିବାଦୀଙ୍କର ଉତ୍ତରାଧିକାରୀ ଉକ୍ତ ମକଦ୍ଦମାରେ ବିକଳ୍ପିତ ପ୍ରତିବାଦୀ ଭାବେ ପକ୍ଷଭୁକ୍ତ ହେବେ ।[]
  • ଆଇନାନୁମୋଦିତ ବିଶେଷ ପରିସ୍ଥିତିରେ ଏକ ଦେୱାନୀ ମକଦ୍ଦମାର ପ୍ରତିବାଦୀ ମଧ୍ୟ ଅଦାଲତଙ୍କ ଅନୁମତି ପୂର୍ବକ ବାଦୀ ଭାବେ ନିଜର ପକ୍ଷ ପରିବର୍ତ୍ତନ କରିପାରିବେ । []
ମକଦ୍ଦମାର ଉଲ୍ଲେଖ ବେଳେ ପ୍ରଥମେ ବାଦୀ ଓ ପରେ ପ୍ରତିବାଦୀଙ୍କ ନାମ ଲେଖି ପ୍ରକାଶ କରାଯାଏ, ଯଥା; " ବାଦୀ ବନାମ ପ୍ରତିବାଦୀ"(Plaintiff Vs Defendant)
  1. Brian A. Garner, ed. (2014). ""Suit"". Black's Law Dictionary (10th ed.). West (publisher).
  2. Abram, Lisa L. (2000). "Civil Litigation". The Official Guide to Legal Specialties. Chicago: National Association for Law Placement, Harcourt Legal & Professional Publications. p. 71. ISBN 978-0-15-900391-6.
  3. Rule 4, Order XXII of Civil Procedure Code
  4. Civil Procedure Code, 1908, Order 1, Rule 10(2)