ପ୍ରକୃତି ପାଇଁ ବିଶ୍ୱବ୍ୟାପୀ ପାଣ୍ଠି

ପ୍ରକୃତି ପାଇଁ ବିଶ୍ୱବ୍ୟାପୀ ପାଣ୍ଠି (ପ୍ର.ପା.ବି.ପା.), (WWF), ୧୯୬୧ ମସିହାରେ ସ୍ଥାପିତ ହୋଇଥିବା ଏକ ଅନ୍ତର୍ରାଷ୍ଟ୍ରୀୟ ବେସରକାରୀ ସଂସ୍ଥା ଯାହା ବନ୍ଯଜନ୍ତୁ ତଥା ପ୍ରକୃତି ଉପରେ ମାନବ ପ୍ରଭାବ କମାଇବା ପାଇଁ କାମ କରେ ।[୧] ଏହାକୁ ପ୍ରଥମେ ବିଶ୍ୱ ବନ୍ଯଜନ୍ତୁ ପାଣ୍ଠି ବୋଲି କୁହାଯାଉଥିଲା ।

ପ୍ରକୃତି ପାଇଁ ବିଶ୍ୱବ୍ୟାପୀ ପାଣ୍ଠି
ସ୍ଥାପନା29 ଅପ୍ରେଲ 1961; 62 years ago (1961-୦୪-29)
ପ୍ରକାରଅନ୍ତର୍ରାଷ୍ଟ୍ରୀୟ ବେସରକାରୀ ସଂସ୍ଥା
ଉଦ୍ଦେଶ୍ୟ
ମୁଖ୍ୟାଳୟରୁଏ ମୌଭର୍ଣ୍ଣେ ୨୮
ଗ୍ଲାଣ୍ଡ, ଭୌଡ, ସ୍ୱିଟ୍ଜର୍ଲାଣ୍ଡ
କାର୍ଯ୍ୟପାଳପବନ ଶୁଖଦେବ
କାର୍ଯ୍ୟପାଳ ଏମେରିଟସରାଜକୁମାର ଫିଲିପ, ଏଡିନ୍ବର୍ଗର ଡ୍ଯୁକ
ମୁଖ୍ଯ ନିର୍ଦ୍ଦେଶକମାର୍କୋ ଲାମ୍ବର୍ଟିନୀ
ୱେବ୍‌ସାଇଟwwf.panda.org
worldwildlife.org (USA)

ପ୍ର.ପା.ବି.ପା. ବିଶ୍ୱର ସର୍ବବୃହତ ସଂରକ୍ଷଣ ସଂସ୍ଥା ଅଟେ । ଏହାର ବିଶ୍ୱବ୍ୟାପୀ ପ୍ରାୟ ପାଞ୍ଚ ନିୟୁତ ସମର୍ଥକ ଅଛନ୍ତି, ଯେଉଁମାନେ ୧୦୦ଟି ଦେଶରେ କାମକରି ୩୦୦୦ରୁ ଉର୍ଦ୍ଧ୍ବ ସଂରକ୍ଷଣ ଯୋଜନାକୁ ସମର୍ଥନ କରୁଛନ୍ତି ।[୨] ୧୯୯୫ ମସିହାରୁ ଏହି ସମର୍ଥକମାନେ ଏକତ୍ର ପ୍ରାୟ ୭.୩ ଖର୍ବ ଟଙ୍କା ଖର୍ଚ୍ଚ କରିସାରିଛନ୍ତି ।[୩] WWF ଏକ ଅଣଲାଭଦାୟକ ସଂଗଠନ ଯାହାର ମୋଟ ଆୟର ଶତକଡା ୫୫ ଭାଗ ଜନସାଧାରଣଙ୍କ ଦାନରୁ, ଶତକଡା ୧୯ ଭାଗ ସରକାରୀ ସଂସ୍ଥାରୁ (ଯେପରିକି ବିଶ୍ୱ ବ୍ଯାଙ୍କ, ଅନ୍ତର୍ରାଷ୍ଟ୍ରୀୟ ବିକାଶ ବିଭାଗ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ତର୍ରାଷ୍ଟ୍ରୀୟ ବିକାଶ ସଂସ୍ଥା) ଓ ଶତକଡା ୮ ଭାଗ ବିଭିନ୍ନ ଅନୁଷ୍ଠାନମାନଙ୍କଠାରୁ ଆସିଥାଏ ।[୪][୫]

ଆଧାର ସମ୍ପାଦନା

  1. History | WWF". World Wildlife Fund. Retrieved 22 January 2019.
  2. Jackson, Peter F. R. (1978). "WWF Grants Rise Above 100 Million Swiss Francs". Environmental Conservation. 5 (4): 276–276. doi:10.1017/s0376892900006305. ISSN 0376-8929.
  3. "WWF - Endangered Species Conservation". World Wildlife Fund. Retrieved 18 April 2018.
  4. "How is WWF run?". Retrieved 21 July 2011.
  5. WWFN-International Annual Review (PDF). World Wide Fund for Nature. 2014. p. 37. Retrieved 17 September 2015.