ପୌଷ ପୁତ୍ରଦା ଏକାଦଶୀ

ପୌଷ ଶୁକ୍ଳ ଏକାଦଶୀ

ପୌଷମାସ ଶୁକ୍ଳପକ୍ଷରେ ଯେଉଁ ଏକାଦଶୀ ପଡେ ତାହାକୁ ପୁତ୍ରଦା ଏକାଦଶୀ କୁହାଯାଏ । ପୁତ୍ରଦା ଏକାଦଶୀରେ ନାମମନ୍ତ୍ର ଜପ କରିବା ସହ ଶ୍ରୀହରିଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏକାଦଶୀ ତିଥିରେ ଦୀପଦାନ ସହ ସମସ୍ତ ଫଳ ପୂଜାକରିବା ବିଧାନ ରହିଛି । ଭଗବାନ୍ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି ବ୍ରତର ମହତ୍ତ୍ୱକୁ ବ୍ୟାଖ୍ୟା କରି କହିଥିଲେ – ଏହି ତିଥିର ଅଧିଦେବତା ହେଉଛନ୍ତି ଭଗବାନ ନାରାୟଣ । ଏହି ତିଥିରେ ସମସ୍ତ ପାପନାଶ ହୋଇଥାଏ I ପୂର୍ବକାଳରେ ଭଦ୍ରାବତୀପୁରୀ ରାଜା ସୁକେତୁମାନ୍ ଶାସନ କରୁଥିଲେ । ତାଙ୍କର କୌଣସି ସନ୍ତାନ ନଥିଲା ଏହି କାରଣରୁ ରାଜା ଓ ରାଣୀ ଚମ୍ପା ଚିନ୍ତାରେ ରହୁଥିଲେ । ଦିନେ ରାଜା ରାଜପରିବାରର କୌଣସି ସଦସ୍ୟଙ୍କୁ ନ ଜଣାଇ ବନ୍ୟ ଭ୍ରମଣ କରିବା ପାଇଁ ବାହାରିଲେ । ରାଜା ବନର ଶୋଭାକୁ ଦେଖୁ ଦେଖୁ ଦ୍ୱିପ୍ରହର ହୋଇଗଲା । ରାଜା ଭୋକ ଶୋଷରେ ଆଉଟୁ ପାଉଟୁ ହୋଇ ଖାଦ୍ୟ ସଂଗ୍ରହ ପାଇଁ ଖୋଜି ବୁଲିଲେ । ଶେଷରେ ଏକ ସରୋବର ଓ ସରୋବର ତଟରେ ଅନେକ ମୁନିଋଷିମାନଙ୍କର ଆଶ୍ରମ ସ୍ଥଳୀ ରହିଥିବାର ଦେଖିଲେ । ଏହା ରାଜାଙ୍କ ପାଇଁ ସୌଭାଗ୍ୟ ଥିଲା । ସେ ତତ୍‌କ୍ଷଣାତ ଘୋଡ଼ା ଉପରେ ବସି ସରୋବର ନିକଟରେ ପହଞ୍ଚି ସମସ୍ତ ମୁନିଋଷିମାନଙ୍କୁ ବନ୍ଦନା କରିବାକୁ ଲାଗିଲେ । ତାଙ୍କର ବନ୍ଦନାରେ ମୁନିଋଷିମାନେ ପ୍ରସନ୍ନ ହେଲେ । ରାଜା ମୁନିମାନଙ୍କୁ ଦେଖି ପଚାରିଲେ ଆପଣମାନେ କିଏ ? ଆପଣଙ୍କ ନାମ କ’ଣ ତଥା ଆପଣମାନେ ଏଠାରେ ଏକତ୍ର ହୋଇଛନ୍ତି କାହିଁକି ? ମୁନି କହିଲେ – ଆମେ ସମସ୍ତେ ବିଶ୍ୱେଦେବ । ସ୍ନାନ କରିବାକୁ ଆସିଛୁ । ମାଘମାସ ନିକଟରେ ଆସୁଛି । ଆଜିଠାରୁ ପାଞ୍ଚଦିନ ଧରି ମାଘ ସ୍ନାନ ଆରମ୍ଭ ହେବାକୁ ଯାଉଛି । ଆଜି ହିଁ ପୁତ୍ରଦା ଏକାଦଶୀ ଯିଏ ଏହି ବ୍ରତ ପାଳନ କରିବ ତା’ର ପୁତ୍ର ହେବ । ରାଜା କହିଲେ ହେ ବିଶ୍ୱେଦେବଗଣ ଯଦି ଆପଣମାନେ ମୋ ଉପରେ ପ୍ରସନ୍ନ ଅଛନ୍ତି ତ ମୋତେ ପୁତ୍ର ଦିଅନ୍ତୁ । ମୁନି କହିଲେ ରାଜନ୍ ଏହି ବ୍ରତ ବହୁତ ବିଖ୍ୟାତ I ଆଜିଠାରୁ ଏହିବ୍ରତ ପାଳନ କରନ୍ତୁ । ମହାରାଜ ଭଗବାନ୍ କେଶବଙ୍କ ଆଶୀର୍ବାଦରୁ ଆପଣଙ୍କୁ ପୁତ୍ର ଅବଶ୍ୟ ପ୍ରାପ୍ତ ହେବ । ଏହି ପ୍ରକାର ମୁନିଙ୍କ କହିବାନୁଯାୟୀ ରାଜା ଏହି ବ୍ରତକୁ ପାଳନ କରିବା ସହ ପୁତ୍ରଦା ଏକାଦଶୀ ଅନୁଷ୍ଠିତ କଲେ I ଦ୍ୱାଦଶରେ ସେ ନିଜ ବ୍ରତକୁ ଉଦ୍ ଯାପିତ କରି ମୁନିଙ୍କ ଚରଣ ସ୍ପର୍ଶ କରି ଘରକୁ ଫେରିଲେ । ସେହିଦିନ ରାଣୀ ଗର୍ଭଧାରଣ କଲେ । ରାଜାଙ୍କର ଏକ ତେଜସ୍ୱୀ ପୁତ୍ର ହେଲା ଯାହା ସମସ୍ତ ଗୁଣର ଅଧିକାରୀ ହେବା ସହ ପ୍ରଜାମାନଙ୍କର ପାଳକ ମଧ୍ୟ ହୋଇପାରିଥିଲେ । ଏହି ଦୃଷ୍ଟିରୁ ପୁତ୍ରଦା ଏକାଦଶୀ ବ୍ରତ ସମସ୍ତ ଏକାଦଶୀଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ । ଏହି ବ୍ରତ ରଖିବାଦ୍ୱାରା ପୁତ୍ର ପ୍ରାପ୍ତ ହୁଏ ବୋଲି ଅନେକଙ୍କ ବିଶ୍ୱାସ I [୧]

ପୌଷ ପୁତ୍ରଦା ଏକାଦଶୀ
ଅନ୍ୟ ନାମପୁତ୍ରଦା ଏକାଦଶୀ
ପାଳନକାରୀହିନ୍ଦୁ ଧର୍ମାବଲମ୍ବୀ
ବିଶେଷତାସନ୍ତାନ ପ୍ରାପ୍ତି ନିମନ୍ତେ
ପର୍ବ ପାଳନବିଷ୍ଣୁଙ୍କ ପୂଜା, ନାମ ଜପ, ଓଷା
ତାରିଖପୌଷ ଶୁକ୍ଳ ଏକାଦଶୀ
୨୦୨୪ ତାରିଖdate missing (please add)

ଆଧାର ସମ୍ପାଦନା

  1. ସମୟ, ୨୩ ଜାନୁଆରୀ ୨୦୧୩, ପୃଷ୍ଠା: ୨