ପୋଳୁହ

ମାଛ ଧରିବା ପାଇଁ ବ୍ୟବହାର କରାଯାଉଥିବା ଉପକରଣ

ପୋଳୁହ ବା ପୋହଳ, ମାଛ ଧରିବା ପାଇଁ ବ୍ୟବହାର କରାଯାଉଥିବା ଏକ ଉପକରଣ । ଏହା ମୁଖ୍ୟତଃ ବାଉଁଶରେ ନିର୍ମିତ ହୋଇଥାଏ । ମୁଖ୍ୟତଃ ଅଳ୍ପ ପାଣି ଥିବା ସ୍ଥାନମାନଙ୍କରେ ସହଜରେ ମାଛମାନଙ୍କୁ ବନ୍ଦୀ କରି ଧରିବାକୁ ଏହାକୁ ବ୍ୟବହାର କରାଯାଏ । ପାୟତଃ ବର୍ଷାଦିନରେ ଏହି ଉପକରଣଟିର ବ୍ୟବହାର ଅଧିକ ହୁଏ ।

ପୋଳୁହ

ଆବଶ୍ୟକ ଉପାଦାନ ସମ୍ପାଦନା

ପୋହଳ ନିର୍ମାଣ କରିବା ପାଇଁ ମୁଖ୍ୟତଃ ବାଉଁଶ ଆଶ୍ୟକ ହୋଇଥାଏ । ବାଉଁଶକୁ କାଟି ଏହାକୁ ବତା ଭଳି ଚିରିବାପରେ ସରୁ ସରି ପାତିଆ ନିର୍ମାଣ କରାଯାଏ । ଏହି ପାତିଆର ଏହାର ନିମ୍ନ ଭାଗକୁ ମୁନିଆ କରାଯାଇଥାଏ, ଫଳରେ ମାଛ ଧରିବାବେଳେ ଏହା ସହଜରେ ପଙ୍କ କିମ୍ବା କାଦୁଅ ଭିତରେ ପଶିପାରିବ । ସମାନ ମାପର କିଛି ପାତିଆ ତିଆରି କରିବାପରେ ତାକୁ ଝୋଟ ଦଉଡ଼ି କିମ୍ବା ପ୍ଲାଷ୍ଟିକ୍ ଦଉଡ଼ି ଜରିଆରେ ପାଖକୁ ପାଖ କରି ବନ୍ଧାଯାଏ ଏବଂ କାହାଳୀ ଆକାର କରି ନିର୍ମାଣ କରାଯାଏ, ଯେମିତି ତଳ ପଟ ଅଧିକ ଓଡ଼ିଆରିଆ ରହୁଥିବ ଏବଂ ଉପର ପଟ ଅଣଓସାରିଆ ହେଉଥିବ ।

ମାଛଧରିବା ପ୍ରଣାଳୀ ସମ୍ପାଦନା

ଏହାର ତଳ ଭାଗ ଅଧିକ ଓସାରିଆ ଏବଂ ଉପର ଭାଗ ଅଣ ଓସାରିଆ ହୋଇଥିବାରୁ ମାଛ ଧରିବାରେ ସହ ହୁଏ । ଏହାକୁ ଲୋକମାନେ ମୁଖ୍ୟତଃ ହାତରେ ଧରି ମାଛ ଧରିବାକୁ ଯାଆନ୍ତି ଏବଂ ସାମ୍ନାରେ ମଛା ଧରି ତାକୁ ବନ୍ଦୀ କରିବାକୁ ଏହାକୁ ତା' ଉପରେ ପକାଇ ଦିଅନ୍ତି, ଫଳରେ ମାଛଟି ଆଉ ଖସିକି ଯାଇପାରେ ନାହିଁ ଏବଂ ଉପର ପଟରୁ ହାତ ପୁରାଇ ମାଛକୁ ଧରିବା ସହଜ ହୋଇଯାଏ ।