ପୋଲାଣ୍ଡ କଳା
ପୋଲାଣ୍ଡ କଳା ପୋଲାଣ୍ଡର ଦୃଶ୍ୟମାନ କଳାକୁ ବୁଝାଇଥାଏ । ଏହି କଳାର ଏକ ମୌଳିକ ଗୁଣ ହେଉଛି ଉଭୟ ବିଷୟବସ୍ତୁ, ଯାହାର ପୁନରାବୃତ୍ତି ସ୍ଥାନୀୟ ପରିବେଶରେ ସ୍ୱୀକୃତିପ୍ରାପ୍ତ ପରମ୍ପରା ଏବଂ ସୌନ୍ଦର୍ଯ୍ୟବର୍ଦ୍ଧକ ଚିତ୍ରର ପରିଣାମ ସ୍ୱରୂପ ହୋଇଥାଏ ।
ଊନବିଂଶ ଶତାବ୍ଦୀ
ସମ୍ପାଦନାପୋଲାଣ୍ଡ କଳା ନିଜର ଅନନ୍ୟ ଚରିତ୍ରକୁ ବଜାୟ ରଖି ୟୁରୋପୀୟ ଧାରାକୁ ପ୍ରତିଫଳିତ କରିଥାଏ । ଜନ ମାଟେଜକୋଙ୍କ ଦ୍ୱାରା ବିକଶିତ ହୋଇଥିବା "କ୍ରାକୋ ଐତିହାସିକ ଚିତ୍ରକଳା ବିଦ୍ୟାଳୟ" ପୋଲାଣ୍ଡ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାର ସ୍ମାରକ ଚିତ୍ରଣ କରିଥିଲା । ସେ ପୋଲାଣ୍ଡର ସବୁଠାରୁ ପ୍ରସିଦ୍ଧ ଚିତ୍ରକାର ତଥା ପୋଲାଣ୍ଡର "ଜାତୀୟ ଚିତ୍ରକାର" ଭାବରେ ଜଣାଶୁଣା ।[୧][୨][୩] ଷ୍ଟାନିସ୍ଲୋଭାସ୍ ଭିଟ୍କେଭିସିୟସ୍ ପୋଲାଣ୍ଡ କଳାରେ ବାସ୍ତବବାଦୀତାର ଜଣେ ଦୃଢ଼ ସମର୍ଥକ ଥିଲେ, ଏହାର ମୁଖ୍ୟ ପ୍ରତିନିଧୀ ଜୋସେଫ ଚେଲମୋନସ୍କି ଥିଲେ ।
ବିଂଶ ଶତାବ୍ଦୀ
ସମ୍ପାଦନାବିଂଶ ଶତାବ୍ଦୀର ଆଭାନ୍-ଗାର୍ଡ କଳାକାରମାନେ ବିଭିନ୍ନ ବିଦ୍ୟାଳୟ ଏବଂ ଜୀବନଶୈଳୀକୁ ପ୍ରତିନିଧିତ୍ୱ କରିଥିଲେ । ବିଶିଷ୍ଟ ସମସାମୟିକ କଳାକାରମାନଙ୍କ ମଧ୍ୟରେ ରୋମାନ୍ ଓପାଲ୍କା, ଲିଓନ୍ ତାରାସିଭିକ୍, ଜେର୍ଜି ନୋଭୋଏଲସ୍କି, ୱୋଜିଚ୍ ସିଆଡମାକ୍, ମିରୋସାୱ୍ ବାଲ୍କା ଏବଂ ଯୁବପିଢ଼ିମାନଙ୍କ ମଧ୍ୟରେ କାଟାର୍ଜିନା କୋଜିରା ଏବଂ ଜିବିନିଓ ୱାସିଲ୍ ସାମିଲ ଅଛନ୍ତି । ପୋଲାଣ୍ଡର କଳାକାର ତମାରା ଡେ ଲେମ୍ପିକା ଆର୍ଟ ଡେକୋ ପେଣ୍ଟିଂ ତିଆରି କରିଥିଲେ । Józef Czajkowski ଚିତ୍ରକଳା, ସ୍ଥାପତ୍ୟ ଏବଂ ଆସବାବପତ୍ର ଭଳି ଅନେକ ରୂପାଙ୍କନ ଚିତ୍ର କଳାକାର ଥିଲେ ।[୪] ପୋଲାଣ୍ଡର ସବୁଠାରୁ ପ୍ରସିଦ୍ଧ ମୂର୍ତ୍ତିକାରମାନଙ୍କ ମଧ୍ୟରେ ଜାଭେରୀ ଡୁନିକୋସ୍କି, କାଟାରଜାଇନା କୋବ୍ରୋ, ଆଲିନା କାଜାପୋଜ୍ନିକୋ ଏବଂ ମାଗଡାଲେନା ଆବାକାନୋଭିକ୍ ସାମିଲ ଅଛନ୍ତି । ଯୁଦ୍ଧ ମଧ୍ୟରେ ଚାଲୁଥିବା ବର୍ଷ ପରଠାରୁ, ପୋଲାଣ୍ଡର କଳା ଏବଂ ଡକ୍ୟୁମେଣ୍ଟାରୀ ଫଟୋଗ୍ରାଫି ବିଶ୍ୱବ୍ୟାପୀ ସ୍ୱୀକୃତି ଲାଭ କରିଛି ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୋଲାଣ୍ଡରେ ଚିତ୍ରକାର ଆଣ୍ଡ୍ରଜେଜ୍ ରୋବଲେଭସ୍କି, ବ୍ରୋନିସାଓ ଲିଙ୍କେ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଣ୍ଡ୍ରଜେ ୱାଜଡା (ସମ୍ମାନଜନକ ଓସ୍କାର ପ୍ରାପ୍ତକର୍ତ୍ତା) ନାଜି ଯୁଦ୍ଧର ପୀଡ଼ିତା, ୱାର୍ସ ଘାଟୋ ବିଦ୍ରୋହ ଏବଂ ୱାର୍ସ ବିଦ୍ରୋହର ଯୁଦ୍ଧ ପୀଡିତଙ୍କୁ ସ୍ମରଣ କରିଥିଲେ ।
ଆଧାର
ସମ୍ପାଦନା- ↑ "Jan Matejko: The Painter and Patriot Fostering Polish Nationalism". Info-poland.buffalo.edu. Archived from the original on 2007-05-26. Retrieved 2011-09-12.
- ↑ "History's Impact on Polish Art". Info-poland.buffalo.edu. Archived from the original on 2011-09-26. Retrieved 2011-09-12.
- ↑ William Fiddian Reddaway (1971). The Cambridge History of Poland. CUP Archive. p. 547. GGKEY:2G7C1LPZ3RN.
- ↑ "Józef Czajkowski Design". Retrieved 2020-12-31.