ପୋଟର ଅନୁକ୍ରମ
ପୋଟର ଅନୁକ୍ରମ ହେଉଛି ଶିଶୁର ଅସ୍ୱାଭାବିକ ବିକାଶ ଯାହା ଗର୍ଭାବସ୍ଥାରେ ପର୍ଯ୍ୟାପ୍ତ ପରିମାଣର ଆମ୍ନିଓଟିକ ଫ୍ଲୁଇଡ ଅଭାବ ହେତୁ ହୁଏ ।[୧] ଏହାର ଲକ୍ଷଣ ମଧ୍ୟରେ ଫୁସଫୁସର ଅନୁପଯୁକ୍ତ ବିକାଶ ଫଳରେ ଅଣନିଶ୍ୱାସ ଏବଂ ଜନ୍ମ ସମୟରେ ଦୃତ ଶ୍ୱାସକ୍ରିୟା ହୁଏ ।[୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେରେ ଅସ୍ୱାଭାବିକ ମୁଖ ମଣ୍ଡଳ ପରିବର୍ତ୍ତନ, କ୍ଲବଫୁଟ ଏବଂ ହାଡ଼ର ଅସ୍ୱାଭାବିକତା ହୋଇପାରେ ।[୧] ମୃତ୍ୟୁ ସାଧାରଣତଃ ଜନ୍ମ ପୂର୍ବରୁ କିମ୍ବା କିଛି ଘଣ୍ଟା ମଧ୍ୟରେ ଘଟିଥାଏ, ଯଦିଓ କେତେକ କ୍ଷେତ୍ରରେ ବଞ୍ଚିବା ସମ୍ଭବ ହୋଇପାରେ ।[୧] [୩]
Potter sequence | |
---|---|
Potter's syndrome, Potter's sequence, oligohydramnios sequence | |
ବିଭାଗ | Medical genetics |
ଲକ୍ଷଣ | Poor lung development, abnormal facial changes, clubbed feet, bone abnormalities[୧] |
ଆକ୍ରାନ୍ତ ସମୟ | During early development[୧] |
କାରଣ | Insufficient amiotic fluid during pregnancy[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Ultrasound[୧] |
ଚିକିତ୍ସା | Family support, regular injections of saline into the uterus, surgery[୨][୧][୩] |
Prognosis | Poor[୧] |
ପୁନଃପୌନିକ | 1 in 2,000 to 5,000 births[୧] |
ଏହାର କାରଣ ମଧ୍ୟରେ ବୃକ୍କ ସମସ୍ୟା ହେତୁ ଆମନିଓଟିକ୍ ଫ୍ଲୁଇଡ୍ ଅଭାବ ହୁଏ ଯାହାକୁ ଓଲିଗୋହାଇଡ୍ରାମ୍ନିଅସ କୁହାଯାଏ ।[୧] ଏହି ବୃକ୍କ ସମସ୍ୟା ମଧ୍ୟରେ ଦ୍ୱିପାକ୍ଷିକ ବୃକ୍କ ଆଜେନେସିସ (BKA), ପଲିସିଷ୍ଟିକ କିଡନୀ ରୋଗ ( ଅଟୋସୋମାଲ୍ ପ୍ରାଧାନ୍ୟ ବା ରିସେସିଭ୍ ), ବୃକ୍କ ଡିସପ୍ଲେସିଆ କିମ୍ବା ବୃକ୍କ ଥିବା ୟୁରେଟର କିମ୍ବା ପେଲଭିସରେ ବାଧା ହୋଇପାରେ ।[୧] ଅନ୍ୟାନ୍ୟ କାରଣ ମଧ୍ୟରେ ପ୍ରସବପୂର୍ବ ଝିଲ୍ଲିରେ ଫାଟ ଏବଂ ପ୍ରୁନ ବେଲି ସିଣ୍ଡ୍ରୋମ (Prun belly syndrome) ହୋଇପାରେ | [୧] [୩] ଅଲଟ୍ରାସାଉଣ୍ଡଦ୍ୱାରା ରୋଗ ନିର୍ଣ୍ଣୟ ବାରମ୍ବାର ନିଶ୍ଚିତ କରାଯାଏ ।[୧]
ଏହାର ଚିକିତ୍ସା ମଧ୍ୟରେ ପରିବାର ପାଇଁ ମାନସିକ ସମର୍ଥନ ଆବଶ୍ୟକ ହୁଏ ।[୨] ଗର୍ଭଧାରଣ କିମ୍ବା ଅସ୍ତ୍ରୋପଚାର ସମୟରେ ବେଳେବେଳେ ଗର୍ଭାଶୟରେ ସାଲାଇନ୍ର ନିୟମିତ ଇଞ୍ଜେକ୍ସନ ହୁଏତ ଏକ ବିକଳ୍ପ ହୋଇପାରେ । [୧] [୩] ଶିଶୁ ଜନ୍ମ ପରେ କିଡନୀ ବିଫଳତା ଏବଂ ଫୁସଫୁସର ବିକାଶର ପରିଚାଳନା କରାଯାଏ ।[୧] ଏହି ରୋଗ ୨,୦୦୦ରୁ ୫୦୦୦ ପ୍ରସବ ମଧ୍ୟରୁ ପ୍ରାୟ ଜଣକୁ ପ୍ରଭାବିତ କରିଥାଏ ।[୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ଏହି ଅବସ୍ଥା ପ୍ରଥମେ ୧୯୪୬ ମସିହାରେ ଏଡିଥ ପୋଟର ବର୍ଣ୍ଣନା କରିଥିଲେ ଓ ତାଙ୍କର ନାମାନୁସାରେ ଏହି ରୋଗର ନାମକରଣ ହୋଇଥିଲା ।[୪]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Bhandari, J; Thada, PK; Sergent, SR (January 2020). "Potter Syndrome". PMID 32809693. Archived from the original on 2021-08-29. Retrieved 2020-11-08.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ "Potter Syndrome". NORD (National Organization for Rare Disorders). Archived from the original on 23 October 2020. Retrieved 8 November 2020.
- ↑ ୩.୦ ୩.୧ ୩.୨ ୩.୩ "Potter sequence | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Archived from the original on 20 October 2020. Retrieved 8 November 2020.
- ↑ Shastry, SrikanthM; Kolte, SachinS; Sanagapati, PandurangaR (2012). "Potter′s sequence". Journal of Clinical Neonatology. 1 (3): 157. doi:10.4103/2249-4847.101705. PMID 24027716.
{{cite journal}}
: CS1 maint: unflagged free DOI (link)