ପୋକେମନ ଗୋ ପ୍ଳସ୍ ଏକ ବ୍ଲୁଟୁଥ୍ ଯନ୍ତ୍ର ଯାହାକି ପୋକେମନ୍ ଗୋର ଖେଳାଳିଙ୍କଦ୍ୱାରା ବ୍ୟବହାର ହୋଇଥାଏ । ଏହା ଦେଖିବାକୁ ଏକ ସ୍ମାର୍ଟ ୱାଚ୍ ପରି, ଯାହାକୁ ଖେଳାଳୀ ଜଣକ ନିଜ ହାତରେ ମଧ୍ୟ ପିନ୍ଧିପାରିବେ । ଏହି ଯନ୍ତ୍ରଟିର ନିର୍ମାଣ ଜାପାନର ନିଂଣ୍ଟେଣ୍ଡୋ ନାମକ ଏକ ନିଜସ୍ୱ କମ୍ପାନୀ କରିଅଛି । ୨୦୧୬ ମସିହା ସେପ୍ଟେମ୍ବର ମାସ ସୁଧା ଏହା ବଜାରରେ ଉପଲବ୍ଧ ହେବାର ସୁଚନା ମିଳି ଅଛି ।

କାର୍ଯ୍ୟକାରିତା ସମ୍ପାଦନା

ଏହି ଯନ୍ତ୍ରଟି ପୋକେମନ୍ ଗୋର ଖେଳାଳିଙ୍କ ଦୁରଭାଷ ଯନ୍ତ୍ର ସହିତ ବ୍ଲୁଟୁଥ୍ ଯୋଗେ ସଂଯୁକ୍ତ ହୋଇ ରହିଥାଏ । ଖେଳାଳୀ ଯେଉଁ ସମୟରେ କୌଣସି ପୋକେମନ୍ର ନିକଟବର୍ତ୍ତୀ ହୋଇଥାଏ ଏହା କମ୍ପମାନ ହୋଇ, ଖେଳାଳୀକୁ ଏହ ବିଷୟରେ ଜଣାଇ ଦେଇଥାଏ ।

କେବଳ ପୋକେମନ୍ ନୁହଁ, ନିକଟସ୍ଥ ପୋକେସ୍ଟପ୍ ଏବଂ ଜିମ୍ ବିଷୟରେ ଖେଳାଳିଙ୍କୁ ଅବଗତ କରାଇବା ବ୍ୟବସ୍ଥା ମଧ୍ୟ ଏଥିରେ ରହି ଅଛି ।

ଆଧାର ସମ୍ପାଦନା