ପୁନିତ ରାଜକୁମାର

କନ୍ନଡ଼ ଅଭିନେତା

ପୁନିତ ରାଜକୁମାର(ଜନ୍ମ ୧୭ ମାର୍ଚ୍ଚ ୧୯୭୫-ମୃତ୍ୟୁ ୨୯ ଅକ୍ଟୋବର ୨୦୨୧) ଜଣେ ଭାରତୀୟ ଚଳଚ୍ଚିତ୍ର କଳାକାର, ଗାୟକ ଓ ଜଣେ ପ୍ରଯୋଜକ ମଧ୍ୟ ଯିଏକି ପ୍ରଥମେ କନ୍ନଡ ଚଳଚ୍ଚିତ୍ରରେ କାମ ଆରମ୍ଭ କରିଥିଲେ। ସେ ୨୭ଟି ଚ୍ଚଲଚିତ୍ରରେ ମୁଖ୍ୟ କଳାଲାର ଭାବେ କାମ କରିବା ସହ, ତାଙ୍କ ବାପା ରାଜକୁମାରଙ୍କ ଚଳଚ୍ଚିତ୍ରରେ ଶିଶୁ କଳାକାର ଭୂମିକାରେ ଦେଖାଯାଇଛନ୍ତି। ସେ ତାଙ୍କ ଚଳଚ୍ଚିତ୍ର ବସନ୍ତ ଗୀତା(୧୯୮୦),ଭାଗ୍ୟବନ୍ତ(୧୯୮୧),ଚାଲିଶୁଭା ମୋଡଗଲୁ(୧୯୮୨),ଏରାଡୁ ନକ୍ସାତ୍ରାଗାଲୁ(୧୯୮୩) ଓ ବେଟାଡ୍ଦା ହୋଭୁ(୧୯୮୫) ପାଇଁ ବେଶ୍ ପ୍ରଶଂସନୀୟ। ସେ ବେଟାଡ୍ଦା ହୋଭୁ ଚଳଚ୍ଚତ୍ରିରେ ଅପ୍ପୁ ଭୂମିକାରେ କାମ କରି ଶ୍ରେଷ୍ଠ ଶିଶୁ କଳାକାର ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିଲେ।[୧]୨୦୦୨ ମସିହାରେ ପୁନିତଙ୍କ ପ୍ରଥମ ଭୂମିକା ଥିଲା ଅପ୍ପୁ(୨୦୦୨ ଚଳଚ୍ଚିତ୍ର) । ସେ ଅପ୍ପୁ(୨୦୦୨), ଅଭି(୨୦୦୩), ବୀର ,କାନ୍ନାଡିଗ(୨୦୦୩), ମୌର୍ଯ୍ୟ(୨୦୦୪), ଆକାଶ(୨୦୦୫), ଆରାଶୁ(୨୦୦୭), ଭାମସୀ(୨୦୦୮), ରାମ(୨୦୦୯), ଜ୍ୟାକି(୨୦୧୦), ହୁଡୁଗାରୁ(୨୦୧୧), ରାଜକୁମାର(୨୦୧୭) ଓ ଅଞ୍ଜନୀ ପୁତ୍ର(୨୦୧୭) ଚଳଚ୍ଚିତ୍ରରେ ଜଣେ ସଫଳ କଳାକାର ରୂପେ ନିଜକୁ ପ୍ରମାଣିତ କରିଥିଲେ। [୨] ସେ କନ୍ନଡ ସିନେମା ଜଗତର ଉଚ୍ଚ ଦରମା ପ୍ରାପ୍ତ କଳାକାର ମଧ୍ୟ ଅଟନ୍ତି। [୩]

ପୁନିତ ରାଜକୁମାର
ଜନ୍ମ
ପୁନିତ ରାଜକୁମାର

(1975-03-17) ୧୭ ମାର୍ଚ୍ଚ ୧୯୭୫ (ବୟସ ୪୯)
ଜାତୀୟତାଭାରତୀୟ
ବୃତ୍ତିସମୂହ
  • କଳାକାର
  • ଗାୟକ
  • ପ୍ରଯୋଜକ
  • ମାନବପ୍ରେମୀ
ସକ୍ରିୟ ବର୍ଷ୧୯୭୬–୧୯୮୯
୨୦୦୨–ବର୍ତ୍ତମାନ
ବୈବାହିକ-ସାଥୀ
ଅଶ୍ୱିନୀ ରେବନ୍ତ
(m. ୧୯୯୯)
ସନ୍ତାନ
ପିତାମାତା(s)ରାଜକୁମାର (ପିତା)
ପର୍ବତମା (ମାତା)

ଆଧାର ସମ୍ପାଦନା

  1. "Puneeth Rajkumar". Retrieved 15 June 2019.
  2. "'I can never be my father'". web.archive.org. 6 December 2014. Archived from the original on 6 December 2014. Retrieved 15 June 2019.{{cite web}}: CS1 maint: bot: original URL status unknown (link)
  3. "Top 20 Highest Paid South Indian Actors of 2014". IBT. Retrieved 15 June 2019.