ପିତମପୁରା ଟିଭି ଟାୱାର
ପିତମପୁରା ଟିଭି ଟାୱାର ଏକ ୨୩୫ ମିଟର (୭୭୧ ଫୁଟ) ଉଚ୍ଚ ଟେଲିଭିଜନ ଟାୱାର, ଯାହା ୧୯୮୮ ମସିହାରେ ନିର୍ମିତ ହୋଇଥିଲା । ଏହା ଦିଲ୍ଲୀର ପିତମପୁରାରେ ଅବସ୍ଥିତ ।
ଟିଭି ଟାୱାର ନିକଟରେ ଦିଲ୍ଲୀ ହାଟ ପିତମପୁରା ମଧ୍ୟ ଅବସ୍ଥିତ ।[୧] ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଜିତ କୁମାର ପଞ୍ଜଙ୍କଦ୍ୱାରା ୧୦ ଏପ୍ରିଲ ୧୯୯୨ ମସିହାରେ ଡ଼ଃ. ବି. ଆର. ଆମ୍ବେଦକର ଟେଲିଭିଜନ ଟାୱାର ଭାବରେ ଏହି ଟାୱାର ଦେଶ ପାଇଁ ଉତ୍ସର୍ଗ କରାଯାଇଥିଲା ।
ଇତିହାସ
ସମ୍ପାଦନାଟିଭି ଟାୱାର ୧୯୮୮ ମସିହାରେ ନୂଆ ଦିଲ୍ଲୀର ଏକ ବୃହତ ବାଣିଜ୍ୟିକ / ବ୍ୟବସାୟ ଜିଲ୍ଲାରେ ନିର୍ମିତ ହୋଇଥିଲା । ପିତମପୁରାରେ ଅବସ୍ଥିତ ନେତାଜୀ ସୁଭାଷ ସ୍ଥାନ ଦିଲ୍ଲୀବାସୀଙ୍କ ପାଇଁ ଏକ ପ୍ରମୁଖ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀ ଅଟେ । ଦିଲ୍ଲୀର ଦ୍ୱିତୀୟ ଦିଲ୍ଲୀ ହାଟ, ପାରମ୍ପାରିକ ଖାଦ୍ୟ ଏବଂ ହସ୍ତଶିଳ୍ପ ବଜାର, ଦିଲ୍ଲୀ ପର୍ଯ୍ୟଟନ ଏବଂ ପରିବହନ ବିକାଶ ନିଗମ (DTTDC)ଦ୍ୱାରା ପିତମପୁରାରେ ବିକଶିତ ହୋଇଥିଲା । ଏହା ଟିଭି ଟାୱାର ନିକଟରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଏପ୍ରିଲ ୨୦୦୮ ମସିହାରେ ହାଟ ୭.୨ ହେକ୍ଟର ପର୍ଯ୍ୟନ୍ତ ବ୍ୟାପିଥିଲା ।[୨] ଏହାର ପାର୍ଶ୍ୱରେ ପିତମପୁରା ସ୍ପୋର୍ଟସ କମ୍ପ୍ଲେକ୍ସ ମଧ୍ୟ ରହିଛି ।
ଅକ୍ଟୋବର ୨୦୧୦ ମସିହାରେ, ଭାରତୀୟ ସେନା ସ୍ପୋର୍ଟସ ସ୍କାଏ ଡାଇଭିଂ ଦଳର ଜଣେ ଅଧିକାରୀ ସତ୍ୟନ୍ଦ୍ର ବର୍ମା ୨୩୫ ମିଟର ଉଚ୍ଚତା ବିଶିଷ୍ଟ ଟାୱାରରୁ ଭାରତର ପ୍ରଥମ BASE ଜମ୍ପକୁ ସଫଳତାର ସହ ପ୍ରଦର୍ଶନ କରିଥିଲେ ।[୩][୪][୫] ୫ ଜାନୁୟାରୀ ୨୦୧୩ ମସିହାରେ ରାତି ପ୍ରାୟ ୧୦:୩୦ ମଧ୍ୟରେ ୨୦୦ ମିଟର ଉଚ୍ଚ ଟାୱାର ମଧ୍ୟରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡକୁ ୧୫ ଜଣ ଅଗ୍ନିଶମ କର୍ମଚାରୀ ନିୟନ୍ତ୍ରଣ କରିଥିଲେ ।
ଜନସାଧାରଣ ପ୍ରବେଶ
ସମ୍ପାଦନାସୁରକ୍ଷାକୁ ଦୃଷ୍ଟିରେ ରଖି, ଏହି ଟାୱାର ଆଉ ଜନସାଧାରଣଙ୍କ ପାଇଁ ଖୋଲା ନାହିଁ ।
ଉପଲବ୍ଧତା
ସମ୍ପାଦନାଏହା ଦିଲ୍ଲୀ ମେଟ୍ରୋ ରେଡ ଲାଇନର ନେତାଜୀ ସୁଭାଷ ସ୍ଥାନ ମେଟ୍ରୋ ଷ୍ଟେସନରେ ଅବସ୍ଥିତ । ଏହି ଟାୱାରର ନାମ ପିତମପୁରା ଅଞ୍ଚଳ ନାମରେ ରଖାଗଲା ଏବଂ ଏହା ନୂଆ ଦିଲ୍ଲୀର ପିତମପୁରା ଦିଲ୍ଲୀ ହାଟ ନିକଟରେ ଅବସ୍ଥିତ । ଏହା ଶ୍ରୀ ଗୁରୁ ଗୋବିନ୍ଦ ସିଂ କଲେଜ ଅଫ କମର୍ସ ସମ୍ମୁଖରେ ଅବସ୍ଥିତ ।
ଆଧାର
ସମ୍ପାଦନା- ↑ "Dilli Haat". delhitourism.nic.in. Archived from the original on 1 August 2013. Retrieved 1 August 2013.
{{cite web}}
: CS1 maint: bot: original URL status unknown (link) - ↑ "CM inaugurates Pitampura Haat". Indian Express. 14 Apr 2008. Archived from the original on 30 July 2012.
- ↑ "Armyman dares country's first BASE jump". The Hindu. 30 October 2010. Archived from the original on 21 April 2013.
- ↑ "Fall and rise of India's first BASE jumper". Indian Express. 30 October 2010.
- ↑ "Pitampura Haat to be opened in November". The Hindu. 3 June 2007. Archived from the original on 21 September 2008.