ପିଙ୍ଗଳଶୀ ବ୍ରହ୍ମାନନ୍ଦ ଗଢ଼ବୀ

ଭାରତୀୟ ଗୁଜୁରାଟି ଗାୟକ

ପିଙ୍ଗଳଶୀ ବ୍ରହ୍ମାନନ୍ଦ ଗଢ଼ବୀ (୨୭ ଜୁଲାଇ ୧୯୧୪ – ୩୧ ମଇ ୧୯୯୮) ଜଣେ ଭାରତୀୟ ଲୋକଗୀତ ଗାୟକ ତଥା ଗୁଜରାଟି ଭାଷାର ଲେଖକ ଥିଲେ ।

ପିଙ୍ଗଳଶୀ ବ୍ରହ୍ମାନନ୍ଦ ଗଢ଼ବୀ
ଜନ୍ମ ଓ ଜନ୍ମସ୍ଥାନପିଙ୍ଗଳଶୀ ମେଘାନନ୍ଦ ଗଢ଼ବୀ
(1914-07-27)୨୭ ଜୁଲାଇ ୧୯୧୪
ଛତ୍ରଭା, ବ୍ରିଟିଶ ଭାରତ (ଏବେକାର ପୋରବନ୍ଦର ଜିଲ୍ଲା, ଗୁଜରାଟ, ଭାରତ)
ମୃତ୍ୟୁ୩୧ ମଇ ୧୯୯୮(1998-05-31) (ବୟସ ୮୩)
ଜାମନଗର, ଗୁଜରାଟ
ବୃତ୍ତିସାହିତ୍ୟକାର, ଲୋକଗୀତ ଲେଖକ ଏବଂ ଗାୟକ
ଭାଷାଗୁଜରାଟି
ଶୈଳୀଚରଣ ଶେଲି
ବିଷୟଗୁଜରାଟି ସାହିତ୍ୟ
ପୁରସ୍କାରସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୯୦
ଜୀବନସାଥୀଜୀବାବେନ ଉଧାସ ଗଢ଼ବୀ
ସନ୍ତାନ୪ ପୁଅ, ୪ ଝିଅ

ଜୀବନୀ ସମ୍ପାଦନା

୧୯୧୪ ମସିହାର ଜୁଲାଇ ୨୭ ତାରିଖରେ ବ୍ରିଟିଶ ଭାରତ ଅଧିନସ୍ଥ ଜୁନାଗଡ଼ ନିକଟରେ ଛତ୍ରଭା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ପିଙ୍ଗଳଶୀ । ସେ ମାତ୍ର ଅଳ୍ପକିଛି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିଥିଲେ । ସେ ଗୁଜରାଟି ଭାଷାର ବିଭିନ୍ନ ଧରଣର ଲୋକଗୀତ ରଚନା କରିଥିଲେ, ଯାହାକି ନିୟମିତ ଭାବରେ ଗୁଜରାଟି ଦୂରଦର୍ଶନ ଚେନାଲ୍ ଏବଂ ରେଡିଓ କାର୍ଯ୍ୟକ୍ରମ ଗୁଡ଼ିକରେ ସ୍ଥାନିତ ହେଉଥିଲା । ୧୯୯୮ ମସିହାର ମଇ ୩୧ ତାରିଖରେ ଗଜୁରାଟର ଜାମନଗରଠାରେ ୮୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ସେ ।[୧]

ପୁରସ୍କାର ସମ୍ପାଦନା

ଗୁଜରାଟି ଲୋକଗୀତରେ ତାଙ୍କର ଅବଦାନ ପାଇଁ ୧୯୯୦ ମସିହାରେ ଭାରତ ସରକାରଙ୍କଦ୍ୱାରା ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Pingaḷshi Gaḍhvi", The Oxford Encyclopaedia of the Music of India (in ଇଂରାଜୀ), Oxford University Press, 2011, doi:10.1093/acref/9780195650983.001.0001/acref-9780195650983-e-3829, ISBN 978-0-19-565098-3, retrieved 2020-03-29 – via Oxford Reference