ପାର୍ବତୀ ବାଉଲ

ଭାରତୀୟ ବାଉଲ ଗାୟିକା

ପାର୍ବତୀ ବାଉଲ (ଇଂରାଜୀ ଭାଷାରେ Parvathy Baul (ଜନ୍ମ ୧୯୭୬) ବେଙ୍ଗଲର ଜଣେ ବାଉଲ ଲୋକ ସଙ୍ଗୀତ ଗାୟିକା, ସଙ୍ଗୀତକାର ଓ କଥାକାର ।[] ବେଙ୍ଗଳର ବାଉଲ ଗୁରୁ ଶାନ୍ତନୁ ଦାସ ବାଉଲ, ଶଶାଙ୍କ ଘୋଷାଇ ବାଉଲଙ୍କଠାରୁ ଶିକ୍ଷା ଗ୍ରହଣ କରି ସେ ଭାରତ ଓ ବିଦେଶରେ ସନ ୧୯୯୫ରୁ ବାଉଲ ସଙ୍ଗୀତ ପରିବେଷଣ କରିଛନ୍ତି ।

ପୁରୁଣା କିଲ୍ଲା ଦିଲ୍ଲୀରେ (Purana Qila) ଅନୁଷ୍ଠିତ ରୁହାନିୟତ (Ruhaniyat) ଆଧ୍ୟାତ୍ମିକ ସଙ୍ଗୀତ ସମ୍ମିଳନୀରେ ପରିବେଷଣ କରୁଛନ୍ତି ପାର୍ବତୀ ବାଉଲ - ସନ ୨୦୧୧

ସନ ୧୯୯୭ରୁ ତିରୁବନନ୍ତପୁରମ (Thiruvananthapuram), କେରଳରେ ବାସ କରିଥିବା ପବ କଥାକଲୀ (‌Pava Kathakali) ଗ୍ଲୋବ କଣ୍ଢେଇ ନୃତ୍ୟ କଳାକାର ରବି ଗୋପାଳନ ନାୟାରଙ୍କୁ ସେ ବିବାହ କରିଥିଲେ । ସେଠାରେ ସେ 'ଏକତାରା ବାଉଲ ସଙ୍ଗୀତ କଲାରି' ନାମକ ଏକ ସଙ୍ଗୀତ ବିଦ୍ୟାଳୟ ମଧ୍ୟ ପରିଚାଳନା କରନ୍ତି ।

ପ୍ରାକ୍ ଜୀବନ ଓ ପୃଷ୍ଠଭୂମି

ସମ୍ପାଦନା
 
କୋଲକାତାରେ ପାର୍ବତୀ, ୨୦୧୫

ପଶ୍ଚିମ ବଙ୍ଗର ଏକ ପାରମ୍ପରିକ ବ୍ରାହ୍ମଣ (Bengali Brahmin) ପରିବାରେ ମୌସୁମୀ ପରିଆଲ ନାମରେ ପାର୍ବତୀ ବାଉଲ‌ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପରିବାର ମୁଳତଃ ପୂର୍ବ ବଙ୍ଗର ଅଧିବାସୀ ଥିଲେ ଓ ଭାରତ ବିଭାଜନ (partition of India) ସମୟରେ ଦେଶାନ୍ତର ହୋଇ ପଶ୍ଚିମ ବଙ୍ଗକୁ ଆସି ବସବାସ କରିଥିଲେ । ଭାରତୀୟ ରେଲ‌ୱେରେ କାମ କରୁଥିବା ତାଙ୍କର ଇଞ୍ଜିନିଅର ପିତା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ରୁଚି ରଖୁତିଲେ ଓ କୌଣସି ସ୍ଥାନରେ ସଙ୍ଗୀତ କାର୍ଯ୍ୟକ୍ରମ ହେଉଥିଲେ ଝିଅକୁ ନେଇ ସେଠାକୁ ଯାଉଥିଲେ । ତାଙ୍କର ମାତା ରାମକୃଷ୍ଣଙ୍କର (Ramakrishna) ଭକ୍ତ ଥିଲେ । ପିତାଙ୍କ ଚାକିରୀ ଜୀବନରେ ବଦଳୀ ହେଉଥିବା ଯୋଗୁ ସେ ତାଙ୍କ ସ‌ହିତ ଆସାମ, କୁଚ ବେହାର (Cooch Behar) ଓ ପଶ୍ଚିମ ବଙ୍ଗର ବିଭିନ୍ନ ସ୍ଥାନରେ ରହି ବଢ଼ିଥିଲେ । କୁଚ ବିହାରର ସୁନିତୀ ଏକାଡେମୀରୁ ସେ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ପାସ କରିଥିଲେ ।[] []

ଜୀବନର ପ୍ରଥମ ଭାଗରେ ସେ ଶ୍ରୀଲେଖା ମୁଖର୍ଜୀଙ୍କଠାରୁ ଶାସ୍ତ୍ରୀୟ କଥକ ନୃତ୍ୟ ଶିକ୍ଷା କରିଥିଲେ । ପ୍ରଥମେ ସେ ଶାନ୍ତିନିକେତନର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ କଳା ଭବନରେ ଭିଜୁଆଲ ଆର୍ଟିସ୍ଟ ଭାବରେ ଶିକ୍ଷା ଲାଭ କରିଥଲେ । [] ପୂର୍ବରୁ ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା (Hindustani classical music) ଲାଭ କରିଥିଲେ ମଧ୍ୟ ଶାନ୍ତିନିକେତନ‌କୁ ଟ୍ରେନରେ ଯାଉଥିବା ବେଳେ ଏକ ଦୃଷ୍ଟିହୀନ ବାଉଲ ଗାୟକ ପଶ୍ଚିମ ବଙ୍ଗର ପାରମ୍ପରିକ ଆଧ୍ୟାତ୍ମିକ ସଙ୍ଗୀତ ଗାଉଥିବା ଶୁଣିଲେ । ଏହା ପରେ ତାଙ୍କର ଶାନ୍ତିନିକେତନ ହତା ଭିତରକୁ ଅନେକ ସମୟରେ ଆସୁଥିବା ମହିଳା ବାଉଲ ଗାୟିକା ଫୁଲମାଲା ଦାସୀଙ୍କ ସ‌ହିତ ସାକ୍ଷାତ ହୋଇଥିଲା । ଅବିଳମ୍ବେ ସେ ଫୁଲମାଲାଙ୍କଠାରୁ ସଙ୍ଗୀତ ଶିକ୍ଷା କଲେ ଓ ଅନେକ ବାଉଲ ଆଶ୍ରମମାନଙ୍କୁ ପରିଦର୍ଶନ ନିମନ୍ତେ ଯିବା ପରେ ତାଙ୍କୁ ଅନ୍ୟ ଏକ ଶିକ୍ଷକଠାରୁ ଶିଖିବାକୁ ଫୁଲମାଲା ଉପଦେଶ ଦେଲେ ।[][] ଏହି ଅବଧିରେ ସେ ପଶ୍ଚିମ ବଙ୍ଗର ବାଙ୍କୁରାରୁ ଆସିଥିବା ଅଶୀ ବର୍ଷ ବୟସ୍କ ସନାତନ ଦାସ ବାଉଲଙ୍କ ପ୍ରଦର୍ଶନ ଦେଖିଲେ । ବାଙ୍କୁରା ଜିଲ୍ଲାସ୍ଥିତ ସୋନାମୁଖିରେ (Sonamukhi) ଥିବା ତାଙ୍କ ଆଶ୍ରମକୁ ଗଲେ । ପ୍ରାୟ ୧୬ ଦିନ ପରେ ତାଙ୍କଠାରୁ ଦିକ୍ଷା (diksha) ଗ୍ରହଣ କରି ତାଙ୍କୁ ପ୍ରଥମ ଗୁରୁ ପଦରେ ଅଭିଷିକ୍ତ କଲେ । ସାତ ବର୍ଷ କାଳ ସେ ଗୁରୁଙ୍କ ସାଥୀରେ ବୁଲି ବୁଲି ତାଙ୍କଠାରୁ ଶିକ୍ଷା ଗ୍ରହଣ କଲେ, ତାଙ୍କ ସାଥିରେ ଗାଇଲେ, ବାଉଲ ଗୀତ ନାଚ ଶିଖିଲେ, ଏକତାରା ଓ ଅଣ୍ଟାରେ ବନ୍ଧାଯାଇ ବଜାଉଥିବା ଡୁଗ୍ଗି ନାମକ ଏକ ଡ୍ରମ ବଜେଇଲେ । ଅବଶେଷରେ ସେ ନିଜେ ଗାଇବାକୁ ଅନୁମତିପ୍ରାପ୍ତ ହେଲେ ଓ ଏହା ପରେ ସେ ପରବର୍ତ୍ତୀ ଗୁରୁ ଶଶାଙ୍କ ଘୋଷାଇ ବାଉଲଙ୍କ ପାଖକୁ ଗଲେ । ସତାନବେ ବର୍ଷ ବୟସ୍କ ଘୋଷୀ ବାଙ୍କୁରା ଜିଲ୍ଲାର ଏକ କ୍ଷୁଦ୍ର ଗ୍ରାମ ଖୋଇରବୋନିରେ ବାସ କରୁଥିଲେ । ମହିଳା ଶିଷ୍ୟ ଗ୍ରହଣ କରିବାକୁ ଅନିଚ୍ଛୁକ ଘୋଷାଈ ପ୍ରଥମେ କିଛି ଦିନ ନିମନ୍ତେ ତାଙ୍କର ନିଷ୍ଠା ପରୀକ୍ଷା କଲା ପରେ ଗ୍ରହଣ କଲେ । ତାଙ୍କ ଜୀବନର ଅନ୍ତିମ ତିନି ବର୍ଷ ସେ ତାଙ୍କୁ ଅସଂଖ୍ୟ ଗୀତ ଓ ବାଉଲ ସଙ୍ଗୀତ ପରମ୍ପରାର ଜଟୀଳତା ବିଷୟ ଶିକ୍ଷାଦାନ କରିଥିଲେ । [][][]

  1. ୧.୦ ୧.୧ "Bengal folk meets Kerala's spirituality in Parvathy Baul's music". CNN-IBN. 9 November 2012. Archived from the original on 14 February 2014. Retrieved 30 May 2014.
  2. ୨.୦ ୨.୧ Academy, Himalayan (January–March 2013). "Sacred Arts: Poetess and Minstrel, Parvathy Baul Lives and Dances in her Beloved's Divine Heart". Hinduism Today Magazine. Retrieved 30 May 2014.
  3. ୩.୦ ୩.୧ K.K. Gopalakrishnan (25 December 2005). "A storyteller on a mission". The Hindu. Retrieved 30 May 2014.
  4. "Baul is not just music, it's a way of life: Parvathy Baul". The Times of India. 9 February 2013. Retrieved 30 May 2014.
  5. "Blissfully Baul". 27 September 2006. Retrieved 30 May 2014.
  6. Bhawani Cheerath (26 September 2008). "Baul music charts mental routes". The Hindu. Retrieved 30 May 2014.