ପାରସ ମାହମ୍ବ୍ରେ, କ୍ରିକେଟର

ଭାରତୀୟ କ୍ରିକେଟ ଖେଳାଳି

ପାରସ ଲକ୍ଷ୍ମୀକାନ୍ତ ମାହମ୍ବ୍ରେ( ଜନ୍ମ ୨୦ ଜୁନ ୧୯୭୨ ) ଜଣେ ପୂର୍ବତନ ଭାରତୀୟ   କ୍ରିକେଟ ଖେଳାଳି । ସେ ଘରେଇ କ୍ରିକେଟରେ ବହୁ ଅବଦାନ ଦେଇଥିଲେ ହେଁ ଜାତୀୟ ଦଳ ପାଇଁ ମାତ୍ର ୨ଟି ଟେଷ୍ଟ ଓ ୩ଟି ଏକଦିବାସୀୟ ଖେଳି ପାରିଥିଲେ । 

ଜାତୀୟ ଦଳ ପାଇଁ ପାରସ ୧୯୯୬ରେ ଇଂଲଣ୍ଡର ଏଡବାସ୍ତନ ପଡିଆରେ ପ୍ରଥମ ଥର ପାଇଁ ଟେଷ୍ଟ ଖେଳିଥିଲେ । ସେ ଜଣେ ଦ୍ରୁତ ଗତି ବୋଲର ହିସାବରେ ଏହି ଟେଷ୍ଟରେ ମାଇକେଲ ଅଥରଟନଙ୍କ ୱିକେଟ ନେଇଥିଲେ ହେଁ ସିରିଜରେ ମାତ୍ର ୨ଟି ଟେଷ୍ଟ ଖେଳି କେବଳ ୨ଟି ୱିକେଟ ପାଇଥିଲେ । 

ମାହମ୍ବ୍ରେ ବାଙ୍ଗାଲୋରସ୍ଥିତ  ଜାତୀୟ କ୍ରିକେଟ ଏକାଡେମିରୁ କୋଚିଙ୍ଗ ଡିପ୍ଲୋମା ହାସଲ କରି କୋଚ ଭାବରେ କାର୍ଯ୍ୟ କରୁଥିଲେ । ସେ ଘରେଇ କ୍ରିକେଟରେ ବେଙ୍ଗଲ ଦଳ ପାଇଁ ରଣଜୀ ଟ୍ରଫିରେ କୋଚ ଥିଲେ । ତାଙ୍କ ପ୍ରଶିକ୍ଷଣରେ ବେଙ୍ଗଲ ଦଳ ୧୬ ବର୍ଷ ବ୍ୟବଧାନ ପରେ ରଣଜୀ ଫାଇନାଲରେ ପହଞ୍ଚି ଥିଲେ । ପରେ ସେ ବରୋଦା ଦଳ ପାଇଁ ମଧ୍ୟ କୋଚ ହିସାବରେ କାର୍ଯ୍ୟ କରିଥିଲେ ।   

ସେ IPLରେ ମୁମ୍ବାଇ ଇଣ୍ଡିଆନ ଦଳର ସହକାରୀ କୋଚ ହିସାବରେ ବର୍ତ୍ତମାନ ରହିଛନ୍ତି । ଏହା ସହିତ ଇଂଲଣ୍ଡର କ୍ଲବ କ୍ରିକେଟରେ ମଧ୍ୟ ଖେଳୁଛନ୍ତି ।