ପାପମୋଚନୀ ଏକାଦଶୀ

ଚୈତ୍ର ମାସ କୃଷ୍ଣ ପକ୍ଷ ଏକାଦଶୀ

ପାପମୋଚନୀ ଏକାଦଶୀ ଚୈତ୍ର ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିକୁ ବୁଝାଏ । ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ ପାପ ହରଣ ନିମିତ୍ତ ଏହି ଏକାଦଶୀ ଦିନ ବ୍ରତ ରଖାଯାଏ । ଏହି ବ୍ରତ ଓଡ଼ିଶାର ଘରେ ଘରେ ପାଳନ ହୁଏ ।

କିମ୍ବଦନ୍ତୀ ସମ୍ପାଦନା

ପ୍ରାଚୀନ।କାଳରେ ଚୈତ୍ରରଥ ନାମକ ଏକ ସୁନ୍ଦର ବନ ଥିଲା। ଚୈତ୍ରରଥ ବଣରେ ଭ୍ରମଣ କରୁଥିବାବେଳେ ମଞ୍ଜୁଘୋଷା ନାମକ ଏକ ଅପସରା ନିଜ ଭାବ ଭଙ୍ଗୀରେ ମାଧବ ମୁନିଙ୍କୁ ବଶ କରିଥିଲେ । ନିଜ ତପସ୍ୟା ଭ୍ରଷ୍ଟ ହେବାରୁ ତପସ୍ୱୀ, ଅପସରାଙ୍କୁ ପିଶାଚ ହେବାକୁ ଅଭିଶାପ ଦେଲେ । ଅପସରାଙ୍କ ଆକୁଳ ପ୍ରାର୍ଥନା ଶୁଣି ତପସ୍ୱୀ ପାପମୋଚନୀ ବ୍ରତ କରିବାକୁ ପରାମର୍ଶ ଦେଇଥିଲେ । ବ୍ରତ ସମ୍ପୂର୍ଣ୍ଣ କରି ଅପସରା ପିଶାଚି ରୂପ ତ୍ୟାଗ କରି ସ୍ୱର୍ଗ ଚାଲିଯାଇଥିଲେ । ମାଧବ ମୁନି ମଧ୍ୟ ଏହି ବ୍ରତ କରି ଅପସରା ସଂସର୍ଗ ଜନିତ ପାପରୁ ମୁକ୍ତି ପାଇଥିଲେ ।[୧]

ଆଧାର ସମ୍ପାଦନା

  1. http://epaper.prameyanews.com/mpaper.aspx Archived 2017-05-05 at the Wayback Machine. 24 march 2017 page 7 all edition