ପାପନାଶିନୀ ଦେଉଳ

ଓଡ଼ିଶାର ଏକ ମନ୍ଦିର

ପାପନାଶିନୀ ଦେଉଳ ଭୁବନେଶ୍ୱରରେ ଥିବା ଏକ ପରିତ୍ୟକ୍ତ ହିନ୍ଦୁମନ୍ଦିର ଅଟେ । ମୁଖ୍ୟ ପାପନାଶିନୀ ଦେଉଳ ବ୍ୟତୀତ ଏହାର ପରିସରରେ ଅନ୍ୟ ଦୁଇଟି ଶୈବମନ୍ଦିର ରହିଛି ।

ପାପନାଶିନୀ ଦେଉଳ
Papanasini Temple 2.jpg
ଭୌଗୋଳିକ ଅବସ୍ଥିତି
ଦିଗବାରେଣି20°14′38″N 85°50′38″E / 20.24389°N 85.84389°E / 20.24389; 85.84389Coordinates: 20°14′38″N 85°50′38″E / 20.24389°N 85.84389°E / 20.24389; 85.84389
ଦେଶଭାରତ
ରାଜ୍ୟଓଡ଼ିଶା
ସ୍ଥାନଭୁବନେଶ୍ୱର
ଉଚ୍ଚତା୧୪ m (୪୬ ft)
ତିଆରି ଶୈଳୀକଳିଙ୍ଗ ସ୍ଥାପତ୍ୟକଳା

ଅବସ୍ଥିତିସମ୍ପାଦନ କରନ୍ତୁ

ଏହା ଭୁବନେଶ୍ୱରର ଓର୍ଲଡ ଟାଉନ ଅଞ୍ଚଳରେ ଥିବା ବଢ଼େଇବାଙ୍କ ଛକରେ ଅବସ୍ଥିତ ।[୧] ଏହାର ଅଳ୍ପ ଦୂରରେ ଚିତ୍ରକାରିଣୀ ମନ୍ଦିର ଅବସ୍ଥିତ ।

ମନ୍ଦିର ପରିସରସମ୍ପାଦନ କରନ୍ତୁ

ତିନୋଟି ଶୈବମନ୍ଦିର ଏବଂ ଗୋଟିଏ ପୁଷ୍କରିଣୀ ପାପନାଶିନୀ ମନ୍ଦିର ପରିସରରେ ଅନ୍ତର୍ଗତ । ତିନୋଟି ମନ୍ଦିରର ନାମ ପାପନାଶିନୀ ମନ୍ଦିର, ବନେଶ୍ୱର ଶିବମନ୍ଦିର ଏବଂ ମଇତ୍ରେଶ୍ୱର ମନ୍ଦିର[୨] ହୋଇଥିବାବେଳେ ପୁଷ୍କରିଣୀଟିର ନାମ ପାପନାଶିନୀ ପୁଷ୍କରିଣୀ ।

  • ପାପନାଶିନୀ ମନ୍ଦିର: ଯଦିଓ ମନ୍ଦିରସମୂହଟିକୁ ପାପନାଶିନୀ ମନ୍ଦିର କୁହାଯାଏ, ମାତ୍ର ପ୍ରକୃତ ପାପନାଶିନୀ ମନ୍ଦିର ପରିସରର ଗୋଟିଏ କୋଣରେ ଅବସ୍ଥିତ । ମନ୍ଦିରଟିରେ କେବଳ ଗର୍ଭଗୃହ ରହିଥିବାବେଳେ ଜଗମୋହନ ନାହିଁ । ମନ୍ଦିରବିମାନ ଭାଗଟି ପିଢ଼ା ବା ରେଖା ଦେଉଳ ଶୈଳୀରେ ନିର୍ମିତ । ମନ୍ଦିରଟି ଦକ୍ଷିଣ ଦିଗକୁ ମୁହାଁଇଛି । ଏହି ଛୋଟ ଶିବମନ୍ଦିରର ଗର୍ଭଗୃହରେ କୌଣସି ଦେବଦେବୀ ନଥିବାବେଳେ ଦ୍ୱାରଦେଶରେ ନବଗ୍ରହଙ୍କର ବିଗ୍ରହ ରହିଛି । ପ୍ରାୟ ଚତୁର୍ଦ୍ଦଶ-ପଞ୍ଚଦଶ ଶତାବ୍ଦୀରେ ଏହି ମନ୍ଦିର ତିଆରି ହୋଇଥିବାର ପ୍ରମାଣ ମିଳେ ।
  • ବନେଶ୍ୱର ଶିବମନ୍ଦିର: ପାପନାଶିନୀ ମନ୍ଦିରର ପୂର୍ବଦିଗରେ ଥିବା ଅନ୍ୟ ଏକ ଶିବମନ୍ଦିର ବନେଶ୍ୱର ଶିବମନ୍ଦିର ଭାବେ ଜଣା । ମନ୍ଦିରର ବିମାନ ତ୍ରିରଥ-ବିମାନ ଶୈଳୀରେ ନିର୍ମିତ । ମନ୍ଦିର ଚତୁଃପାର୍ଶ୍ୱରେ କୌଣସି ପାର୍ଶ୍ୱଦେବତା ନାହାନ୍ତି । ମନ୍ଦିର ମଧ୍ୟରେ ଭଗବାନ ଶିବ ପୂଜିତ ଏବଂ ଶିବଙ୍କ ଦିଗକୁ ମୁହାଁଇ ନନ୍ଦିଙ୍କ ମୂର୍ତ୍ତି ରହିଛି । ମନ୍ଦିରଟି ପୂର୍ବ ଦିଗକୁ ମୁହାଁଇଛି । ବନେଶ୍ୱର ମନ୍ଦିର ସୋମବଂଶୀୟ ରାଜାଙ୍କ ଶାସନକାଳରେ ଅର୍ଥାତ ନବମ ଶତାବ୍ଦୀରେ ନିର୍ମିତ ।
  • ମଇତ୍ରେଶ୍ୱର ମନ୍ଦିର: ଏହା ପାପନାଶିନୀ ମନ୍ଦିର ପରିସରରେ ଥିବା ମୁଖ୍ୟମନ୍ଦିର । ମନ୍ଦିରବିମାନ ଭାଗ ଏବଂ ଜଗମୋହନର ଉପରଭାଗ ରେଖା ଦେଉଳ ଶୈଳୀରେ ନିର୍ମିତ । ଗର୍ଭଗୃହରେ କୌଣସି ଦେବବିଗ୍ରହ ନାହିଁ । ମନ୍ଦିରର ଉପରଭାଗ ଭଗ୍ନ । କିନ୍ତୁ ନାଗ, ହାତୀ ଏବଂ ନାରୀମୂର୍ତ୍ତି ମନ୍ଦିର କାନ୍ଥରେ ଖୋଦିତ ହୋଇଛନ୍ତି । ଏହା ଗଙ୍ଗବଂଶୀୟ ରାଜାଙ୍କଦ୍ୱାରା ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ।
  • ପାପନାଶିନୀ ପୁଷ୍କରିଣୀ: ମନ୍ଦିର ପରିସରରେ ଥିବା ଏକ ବଡ଼ ପୋଖରୀ । ଏହା ମଧ୍ୟ ପାପନାଶିନୀ କୁଣ୍ଡ ଭାବେ ଜଣା । ପୁଷ୍କରିଣୀଟି ଏକାଦଶ ଶତାବ୍ଦୀରେ ଖନିତ ।

ଚିତ୍ରାବଳୀସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ