ପାନିଟୁମୁମାବ (ଇଂରାଜୀ ଭାଷାରେ Panitumumab), ଭେକ୍ଟିବିକ୍ସ ଏହାର ବେପାର ନାମ, ହେଉଛି କଲୋରେକ୍ଟାଲ୍ କର୍କଟ ପାଇଁ ବ୍ୟବହୃତ ଏକ ଔଷଧ ଯାହା ଶରୀରର ଅନ୍ୟ ଅଂଶରେ ବ୍ୟାପିଥାଏ ।[୧] ଏହା ଏକାକୀ ବ୍ୟବ‌ହୃତ ହୁଏ କିମ୍ବା ଅନ୍ୟାନ୍ୟ ଔଷଧ ସହିତ ସାଧାରଣ ଆରଏଏସ (RAS) ଜିନ୍ ଥିବା ଅର୍ବୁଦ ପାଇଁ ବ୍ୟବହାର କରାଯାଇପାରେ ।[୧] ଅନ୍ୟାନ୍ୟ ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ ।[୨] ଏହାକୁ ଧୀରେ ଧୀରେ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ପାନିଟୁମୁମାବ
Monoclonal antibody
TypeWhole antibody
SourceHuman
TargetEGFR
Clinical data
Trade namesVectibix
SynonymsABX-EGF
AHFS/Drugs.commonograph
MedlinePlusa607066
data
Routes of
administration
intravenous
Legal status
Legal status
  • ℞ (Prescription only)
Pharmacokinetic data
Elimination half-life∼9.4 days (range: 4-11 days)
Chemical and physical data
FormulaC6398H9878N1694O2016S48
Molar mass୧,୪୪,୩୨୪.୧୨ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ପେଟ ଯନ୍ତ୍ରଣା, ଥକାପଣ, ଜ୍ୱର, ରାସ, ଗଲୁ ଏବଂ ଶୁଷ୍କ ଚର୍ମ ହୋଇପାରେ ।[୧] ଅନ୍ୟାନ୍ୟ ଚିନ୍ତା ମଧ୍ୟରେ ଫୁସ୍‌ଫୁସ୍ ଫାଇବ୍ରୋସିସ୍ ଅନୁର୍ବରତା ଏବଂ ସେପ୍ସିସ୍ ହୋଇପାରେ ।[୨] [୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏପିଡର୍ମାଲ୍ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (EGFR)କୁ ସଂଲଗ୍ନ ତ‌ଥା ଅବରୋଧ କରେ ।[୧]

୨୦୦୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପାନିମୁଟୁମାବ ଅନୁମୋଦିତ ହୋଇଥିଲା ।[୨] ଏହା ୨୦୦୭ରେ ୟୁରୋପରେ ସର୍ତ୍ତମୂଳକ ଭାବରେ ଅନୁମୋଦିତ ହୋଇଥିଲା ଏବଂ ୨୦୧୫ରେ ସମ୍ପୂର୍ଣ୍ଣ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତି ୪୦୦ ମିଗ୍ରା ପିଛା ୧୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୭୦୦ ଡଲାର ଅଟେ ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Vectibix". Archived from the original on 13 August 2021. Retrieved 26 October 2021.
  2. ୨.୦ ୨.୧ ୨.୨ "Panitumumab Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2016. Retrieved 26 October 2021.
  3. ୩.୦ ୩.୧ "Panitumumab (Vectibix) Use During Pregnancy". Drugs.com (in ଇଂରାଜୀ). Archived from the original on 1 December 2020. Retrieved 26 October 2021.
  4. BNF 81: March-September 2021. BMJ Group and the Pharmaceutical Press. 2021. p. 923. ISBN 978-0857114105.
  5. "Vectibix Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 10 February 2018. Retrieved 26 October 2021.