ପାଟେଲାର ଟେଣ୍ଡିନାଇଟିସ

ପାଟେଲାର ଟେଣ୍ଡିନାଇଟିସ, ଜମ୍ପର ଆଣ୍ଠୁ ରୂପେ ମଧ୍ୟ ପରିଚିତ, ଆଣ୍ଠୁର ଏକ ଆତ୍ୟଧିକ ଆଘାତ ଜନିତ ରୋଗ । [୧] ଏହି ରୋଗର ଲକ୍ଷଣରେ ଆଣ୍ଠୁ ଆଗରେ ଯନ୍ତ୍ରଣା ହୁଏ | [୧] ସାଧାରଣତଃ ପାଟେଲାର ନିମ୍ନ ଭାଗରେ ଯନ୍ତ୍ରଣା ଏବଂ ଦରଜ ହୁଏ, ଯଦିଓ ଉପର ଅଂଶ ମଧ୍ୟ ପ୍ରଭାବିତ ହୋଇପାରେ | [୨] ସାଧାରଣତଃ ବିଶ୍ରାମ ସମୟରେ ଯନ୍ତ୍ରଣା ହୁଏ ନାହିଁ | [୨] ରୋଗ ଜଟିଳତା ପ୍ରାପ୍ତ ହେଲେ ପାଟେଲାର ଟେଣ୍ଡର ଫାଟିଯାଇପାରେ | [୨]

Patellar tendinitis
Quadriceps tendinopathy, patellar tendinopathy, jumper's knee, patellar tendinosis, patellar tendinitis
Location of the pain in patellar tendinitis
ବିଭାଗOrthopedics, sports medicine
ଲକ୍ଷଣPain at the front of the knee[୧]
ବିପଦ କାରକJumping sports, being overweight[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and examination[୨]
ସଠିକ ରୋଗ ନିର୍ଣ୍ଣୟChondromalacia patella, Osgood-Schlatter disease, patellofemoral syndrome, infrapatellar bursitis[୧][୨]
ଚିକିତ୍ସାRest, physical therapy[୨]
ପୁନଃପୌନିକ14% of athletes[୧]

ଆଥଲେଟିକ୍ସରେ ଜଡ଼ିତ ହେଲେ ଏବଂ ଅଧିକ ଓଜନ ଥିଲେ ଏହି ବିପଦ ଆସିପାରେ | [୧] ବାସ୍କେଟବଲ୍ ଏବଂ ଭଲିବଲ୍ ଭଳି ଡିଆଁ କ୍ରୀଡ଼ାରେ ଜଡ଼ିତ ଥିବା ଆଥଲେଟ୍‌ମାନଙ୍କଠାରେ ଏହା ବିଶେଷ ଦେଖାଯାଏ | [୧][୨] ଏହି କ୍ରିୟାବିଧିରେ ପାଟେଲା ଓ ଟିବିଆ (shinbone) ସ‌ହିତ ସଂଯୁକ୍ତ ହୋଇଥିବା ଟେଣ୍ଡନ ଫାଟିଯାଇଥାଏ ବା ଚିରିଯାଇଥାଏ । [୨] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ ହୁଏ | ଇନଫ୍ରାପାଟେଲାର ବର୍ସାଇଟିସ୍, କଣ୍ଡ୍ରୋମାଲାସିଆ ପାଟେଲା ଏବଂ ପାଟେଲୋଫେମେରାଲ୍ ସିଣ୍ଡ୍ରୋମ୍ (patellofemoral syndrome) ଇତ୍ୟାଦି ରୋଗମାନଙ୍କରେ ସମାନ ଧରଣର ପରିସ୍ଥିତି ଦେଖାଯାଏ | [୧][୨]

ଏହାର ଚିକିତ୍ସାରେ ପ୍ରାୟତ ଆଣ୍ଠୁକୁ ବିଶ୍ରାମ ଦିଆଯାଏ ଏବଂ ଶାରୀରିକ ଚିକିତ୍ସା କରାଯାଏ | [୨] ବିଶ୍ରାମ ସମେତ ଚିକିତ୍ସାର ଫଳାଫଳର ପ୍ରମାଣ ଭଲ ନାହିଁ | [୩] [୪] ପୁନରୁଦ୍ଧାର ଏକ ବର୍ଷ ନେଇପାରେ | [୨] ସମ୍ପ୍ରତି ପ୍ରାୟ ୧୪% ଆଥଲେଟ୍‌ଙ୍କର ସାଧାରଣତଃ ଏହି ରୋଗ ହୁଏ । [୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୨] "ଜମ୍ପର ଆଣ୍ଠୁ" ଶବ୍ଦଟି ସନ ୧୯୭୩ରେ ସୃଷ୍ଟି ହୋଇଥିଲା [୨]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ King, D; Yakubek, G; Chughtai, M; Khlopas, A; Saluan, P; Mont, MA; Genin, J (February 2019). "Quadriceps tendinopathy: a review-part 1: epidemiology and diagnosis". Annals of Translational Medicine. 7 (4): 71. doi:10.21037/atm.2019.01.58. PMC 6409230. PMID 30963066.{{cite journal}}: CS1 maint: unflagged free DOI (link)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ Santana, JA; Sherman, Al (January 2019). "Jumpers Knee". PMID 30422564. {{cite journal}}: Cite journal requires |journal= (help)
  3. Mendonça, LM; Leite, HR; Zwerver, J; Henschke, N; Branco, G; Oliveira, VC (6 June 2019). "How strong is the evidence that conservative treatment reduces pain and improves function in individuals with patellar tendinopathy? A systematic review of randomised controlled trials including GRADE recommendations". British Journal of Sports Medicine. 54 (2): bjsports–2018–099747. doi:10.1136/bjsports-2018-099747. PMID 31171514.
  4. Saithna, Adnan; Gogna, Rajiv; Baraza, Njalalle; Modi, Chetan; Spencer, Simon (2012-11-30). "Eccentric Exercise Protocols for Patella Tendinopathy: Should we Really be Withdrawing Athletes from Sport? A Systematic Review". The Open Orthopaedics Journal. 6 (1): 553–557. doi:10.2174/1874325001206010553. ISSN 1874-3250. PMC 3522085. PMID 23248727.