ପାଇରୋମିଟର
କୌଣସି ବସ୍ତୁର ତାପମାତ୍ରା ମାପ ପାଇଁ ଥର୍ମୋମିଟର ଲାଗିଥାଏ । ଏଥିପାଇଁ ଥର୍ମୋମିଟରଟିକୁ ସେହି ବସ୍ତୁରେ ଛୁଅାଁଇବାକୁ ପଡ଼େ । ଦୂରରୁ ଥାଇ ଥର୍ମୋମିଟର ଯୋଗେ କୌଣସି ବସ୍ତୁର ତାପମାତ୍ରା ମାପ କରାଯାଇ ପାରିବ ନାହିଁ । ବସ୍ତୁ ବା ପଦାର୍ଥର ତାପମାତ୍ରା ବେଶୀ ଅଧିକ ହୋଇଥିଲେ ବି ଥର୍ମୋମିଟର ଯୋଗେ ତାହାକୁ ମାପ କରାଯାଇ ପାରିବ ନାହିଁ । ସୂର୍ଯ୍ୟର ପୃଷ୍ଠ ଭାଗର ତାପମାତ୍ରା ପ୍ରାୟ ୫୬୦୦୦ସେ ହୋଇଥାଏ । କାଚ ତିଆରି ହେଉଥିବା ଭାଟିର ତାପମାତ୍ରା ପ୍ରାୟ ୧୭୦୦୦ସେ. ହୋଇଥାଏ । ଉଚ୍ଚ ତାପମାତ୍ରା ହେତୁ ଏଗୁଡ଼ିକର ତାପମାତ୍ରାକୁ ଥର୍ମୋମିଟର ଯୋଗେ ମପାଯାଇ ପାରିବ ନାହିଁ । ଏହି ତାପମାତ୍ରାରେ ଥର୍ମୋମିଟରଟି ଜଳି ପୋଡ଼ି ପାଉଁଶ ହୋଇଯିବ । ପୁଣି ସେଠାକୁ ତାପମାତ୍ରା ମାପ କରିବା ପାଇଁ କିଏ ଅବା ଯିବ ? ସାଧାରଣ ଥର୍ମୋମିଟରଟିରେ ୩୫୭୦ସେରୁ ଅଧିକ ତାପ ମାତ୍ରାକୁ ମାପ କରାଯାଇ ପାରିବ ନାହିଁ । ତେଣୁ ଏହି ପରି ଉଚ୍ଚ ତାପମାତ୍ରାକୁ ମାପ କରିବା ପାଇଁ ଆଉ ଗୋଟିଏ ଉପକରଣ ବ୍ୟବହୃତ ହୁଏ । ଏହାର ନାମ ହେଉଛି ପାଇରୋମିଟର । ଗ୍ରୀକ୍ ଭାଷାରେ "ପାଇରୋ'ଶବ୍ଦଟିର ଅର୍ଥ ହେଉଛି ନିଅାଁ ଓ ମିଟରର ଅର୍ଥ ହେଲା ମାପ । ତେଣୁ ପାଇରୋମିଟର କହିଲେ ଉଚ୍ଚ ତାପମାତ୍ରା ମାପକୁ ବୁଝାଇଥାଏ । ସାଧାରଣତଃ ୭୦୦୦ସେ.ରୁ ଅଧିକ ତାପମାତ୍ରାକୁ ଏହା ଯୋଗେ ମାପ କରାଯାଇପାରେ ।
ପ୍ରଥମେ ୧୯୦୧ ମସିହାରେ ଆଧୁନିକ ପାଇରୋମିଟରର ଉଦ୍ଭାବନ କରାଯାଇଥିଲା । ଏହାକୁ ଉଦ୍ଭାବନ କରିଥିଲେ ଏଲ.ହୋଲବର୍ଣ୍ଣ ଓ ଏଫ କର୍ଲବାଉମ୍ । କୌଣସି ବସ୍ତୁ ଗରମ ହୋଇଗଲେ ତାହାର ତାପମାତ୍ରା ବଢ଼ିଚାଲେ । ଗରମ ବସ୍ତୁଟିର ତାପମାତ୍ରା ଅନୁସାରେ ତାହାର ରଙ୍ଗ ବଦଳିଯାଏ । ବସ୍ତୁଟି କମ୍ ଗରମ ହୋଇଥିଲେ ତାହାର ରଙ୍ଗ ଲାଲ୍ ହୋଇଥାଏ । ମାତ୍ର ତାହା ଅଧିକ ଗରମ ହୋଇ ତାପମାତ୍ରା ବଢ଼ିଯାଇଥିଲେ ତାହା ହଳଦିଆ ବା ଧଳା ଦେଖାଯାଏ । ଗରମ ବସ୍ତୁର ରଙ୍ଗକୁ ଦେଖି ପାଇରୋମିଟର ଯୋଗେ ତାହାର ତାପମାତ୍ରା ମାପ କରାଯାଇଥାଏ । ପାଇରୋମିଟରରେ ଗୋଟିଏ ବିଦୁ୍ୟତ୍ ବଲ୍ବ ପରି ଫିଲାମେ ଲାଗିଥାଏ । ଏହା ମଧ୍ୟକୁ ବିଦୁ୍ୟତ୍ ପ୍ରବାହ କରାଗଲେ ତାହା ଉଜ୍ଜ୍ୱଳ ହୋଇଯାଏ । ତାହାର ତାପମାତ୍ରା ବଢ଼ିଯାଏ ଓ ରଙ୍ଗ ବଦଳିଯାଏ । ତାହା ମଧ୍ୟକୁ ଯୋଗାଇ ଦିଆଯାଉଥିବା ବିଦୁ୍ୟତ୍ ଶକ୍ତିକୁ ଗୋଟିଏ ରିଓଷ୍ଟାଟ୍ ଯୋଗେ ଅଧିକ କମ୍ ବି କରାଯାଇ ପାରେ । ବିଦୁ୍ୟତ୍ ଶକ୍ତିର ପରିମାଣ ଅନୁସାରେ ଫିଲାମେର ତାପମାତ୍ରା ବଦଳିବା ସହ ରଙ୍ଗ ବି ବଦଳୁଥାଏ । ଯେଉଁ ବସ୍ତୁଟିର ତାପମାତ୍ରା ମାପ କରାଯିବ ସେହି ବସ୍ତୁଟିର ରଙ୍ଗ ସହ ଫିଲାମେର ରଂଗ ମିଳାଇ ସେଥିରୁ ବସ୍ତୁଟିର ତାପମାତ୍ରା ମାପ କରାଯାଏ । ପାଇରୋମିଟର ମଧ୍ୟକୁ ବିଦୁ୍ୟତ୍ ଯୋଗାଣ ଅନୁସାରେ ସେଥିରେ ଲାଗିଥିବା ସୂଚକଟି ଘୂରି ଘୂରି ତାପମାତ୍ରାକୁ ନିର୍ଦ୍ଦେଶ କରୁଥାଏ । ପାଇରୋମିଟରର ଫିଲାମେ ବା ତନ୍ତୁର ରଙ୍ଗ ସହ ବସ୍ତୁଟିର ରଙ୍ଗକୁ ମେଳ କରିବା ବେଳେ ସମ୍ପୂର୍ଣ୍ଣ ସତର୍କତାର ସହ ଲକ୍ଷ୍ୟ କରିବା ଆବଶ୍ୟକ ପଡ଼ିଥାଏ ।