ପାଇରିମେଥାମିନ
ପାଇରିମେଥାମିନ (ଇଂରାଜୀରେ Pyrimethamine), ଏକ ବିକ୍ରୟ ନାମ ଡାରାପ୍ରିମ (Daraprim), ଏକ ଔଷଧ ଯାହା ଟକ୍ସୋପ୍ଲାଜମୋସିସ (toxoplasmosis) ଓ ସିସ୍ଟୋଆଇସୋସ୍ପୋରିଆସିସ (cystoisosporiasis) ରୋଗମାନଙ୍କରେ ଲିଉକୋଭୋରିନ (leucovorin) ସହ ଦିଆଯାଏ । [୧][୨] ଦ୍ୱତୀୟ ଧାଡ଼ିର ପ୍ରତିଷେଧ ରୂପେ ନିମୋସିସ୍ଟାଇଟିସ ଜିରୋଭେସି ନିମୋନିଆ (Pneumocystis jiroveci pneumonia ବା PCP) ରୋଗ ଭୋଗୁଥିବା ଏଚଆଇଭି/ଏଡସ ରୋଗଗ୍ରସ୍ତ ଲୋକଙ୍କୁ ଡାପସୋନ (dapsone) ଔଷଧ ସହିତ ଏହା ଦିଆଯାଏ । ଅତୀତରେ ଏହା ମ୍ୟାଲେରିଆ ରୋଗୀଙ୍କୁ ଦିଆଯାଉଥିଲା, କିନ୍ତୁ ଏହାର ପ୍ରତିରୋଧ ଯୋଗୁ ଅଧୁନା ଏହା ଦିଆଯାଉନାହିଁ । ପାଇରିମେଥାମିନ ପାଟିରେ ଦିଆଯାଏ ।[୧]
Clinical data | |
---|---|
Pronunciation | /ˌpɪr[invalid input: 'ɨ']ˈmɛθəmin/ |
Trade names | Daraprim |
AHFS/Drugs.com | monograph |
MedlinePlus | a601050 |
Pregnancy category | |
Routes of administration | By mouth |
ATC code | |
Legal status | |
Legal status | |
Pharmacokinetic data | |
Bioavailability | well-absorbed |
Protein binding | 87% |
Metabolism | Liver |
Elimination half-life | 96 hours |
Excretion | Kidney |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.000.331 |
Chemical and physical data | |
Formula | C12H13ClN4 |
Molar mass | 248.71 g/mol |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଗୋଳମାଳ, ସାଂଘାତିକ ଆଲର୍ଜି (allergic reactions), ଅସ୍ଥିମଜ୍ଜା ଅବରୋଧ (bone marrow suppression) ଇତ୍ୟାଦି ଲକ୍ଷଣ ଦେଖାଯାଏ । ଫୋଲେଟ ଅଭାବ ଜନିତ ଆନିମିଆରେ ଏହା ଦେବାକୁ ବାରଣ କରାଯାଏ । ଏହାଦ୍ୱାରା କର୍କଟ ରୋଗ ସଙ୍କଟ ସୃଷ୍ଟି ହୋଇପାରେ ।[୧] କ୍ୱଚିତ୍ ଏହା ଗର୍ଭାବସ୍ଥାରେ ଦିଆଗଲେ ମଧ୍ୟ ଶିଶୁ ନିମନ୍ତେ ଏହାର ନିରାପତ୍ତା ବିଷୟରେ ସନ୍ଦେହ ଅଛି ।[୩] ପାଇରିମେଥାମିନ ଏକ ଫୋଲିକ ଏସିଡ ବିରୋଧୀ (folic acid antagonist) ଔଷଧ । ଫୋଲିକ ଏସିଡ ଚୟାପଚୟ ବା ମେଟାବୋଲିଜ୍ମ ଅବରୋଧ ଯୋଗୁ ଡିଏନଏ ପ୍ରସ୍ତୁତ ହୋଇପାରେନାହିଁ । [୧]
ସନ ୧୯୫୨ରେ ପାଇରିମେଥାମିନ ଆବିଷୃତ ହେବା ପରେ ସନ ୧୯୫୩ରେ ଡାକ୍ତରୀ ବ୍ୟବହାରରେ ଉପଯୋଗ କରାଗଲା । [୧][୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସନ ୨୦୧୫ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଜେନେରିକ ନାମରେ ମିଳୁନାହିଁ, ଏହାର ମୂଲ୍ୟ ଟାବଲେଟ ପିଛା ୧୩.୫୦ରୁ ୭୫୦ ଆମେରିକୀୟ ଡଲାର ଥିଲା (ଗୋଟିଏ କୋର୍ଷର ମୂଲ୍ୟ ୭୫,୦୦୦ ଡଲାର) । [୬][୨][୭] ଅନେକ ଦେଶମାନଙ୍କରେ ଏହା ଜେନେରିକ ନାମରେ ମିଳେ ଓ ଏହାର ଏକ ଡୋଜର ମୂଲ୍ୟ ୦.୦୫ରୁ ୦.୧୦ ଆମେରିକୀୟ ଡଲାର । [୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "Pyrimethamine". The American Society of Health-System Pharmacists. Retrieved 2 December 2016.
- ↑ ୨.୦ ୨.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 54. ISBN 9781284057560.
- ↑ "Pyrimethamine (Daraprim) Use During Pregnancy". www.drugs.com. Retrieved 3 December 2016.
- ↑ Sylvie, Manguin; Pierre, Carnevale; Jean, Mouchet (2008). Biodiversity of Malaria in the world (in ଇଂରାଜୀ). John Libbey Eurotext. p. 6. ISBN 9782742009633.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ Mullin, Emily. "Turing Pharma Says Daraprim Availability Will Be Unaffected By Shkreli Arrest". Forbes. Retrieved 2016-11-10.
- ↑ Alpern, JD; Song, J; Stauffer, WM (19 May 2016). "Essential Medicines in the United States--Why Access Is Diminishing". The New England journal of medicine. 374 (20): 1904–7. PMID 27192669.
- ↑ "High Drug Prices: Should We Blame Pharma Or The FDA?". 29 September 2015.
ବାହ୍ୟ ଲିଙ୍କ
ସମ୍ପାଦନା- Daraprim – Package insert (PDF file) Archived 2005-12-19 at the Wayback Machine.
- Fansidar – sulfadoxine and pyrimethamine Archived 2006-09-26 at the Wayback Machine.
- Pyrimethamine page on GoodRx.com drug price transparency web site
- Open syntheses of pyrimethamine at Open Source Malaria by Alice Williamson Archived 2019-08-29 at the Wayback Machine. and Vasiliki Theologia Chioti Archived 2020-08-14 at the Wayback Machine.