ପଶ୍ଚିମ ଓଡ଼ିଶା ବିଦ୍ୟୁତ ଯୋଗାଣ କମ୍ପାନୀ‌

ପଶ୍ଚିମ ଓଡ଼ିଶା ବିଦ୍ୟୁତ ଯୋଗାଣ କମ୍ପାନୀ(ୱେସ୍କୋ)ଓଡ଼ିଶା ସରକାରଙ୍କ ଏକ ପବ୍ଲିକ ଲିମିଟେଡ କମ୍ପାନୀ ।[୧] ଏହା ନଭେମ୍ବର ୧୯ ତାରଖ, ୧୯୯୭ରେ ପ୍ରତିଷ୍ଠିତ ହୋଇ ପଶ୍ଚିମ ଓଡ଼ିଶାର ବିଦ୍ୟୁତ ପରିବହନ, ବଣ୍ଟନ ରକ୍ଷଣା ବେକ୍ଷଣ ଓ ଶୁଳ୍କ ଆଦାୟ ପରି କାର୍ଯ୍ୟ ସମ୍ପାଦନ କରିଥାଏ । ଏହା ସାରା ଓଡ଼ିଶାର ବିଦ୍ୟୁତ ସଂଚାଳନ ଦାୟିତ୍ୱରେ ଥିବା ଗ୍ରୀଡ଼ କର୍ପୋରେସନ ଅଫ ଓଡ଼ିଶା(GRIDCO)ର ଏହା ସହଯୋଗୀ ପ୍ରତିଷ୍ଠାନ ହିସାବରେ ଆରମ୍ଭ ହେଇଥିଲା । ବର୍ତ୍ତମାନ ଏହା ସ୍ୱାଧୀନ ଭାବରେ ପରିଚାଳନା ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଦ୍ୱାରା ଆବଶ୍ୟକୀୟ ଅନୁମୋଦନ ପ୍ରାପ୍ତ ହୋଇଛି । ବିଦ୍ୟୁତର ପରିବହନ, ବଣ୍ଟନ ଓ ରକ୍ଷଣାବେକ୍ଷଣ କାର୍ଯ୍ୟର ବେସରକାରୀକରଣ ପରେ ମୁମ୍ବାଇସ୍ଥିତ ନାମକ ବିଏସଇଏସ(BSES) ନାମକ କମ୍ପାନୀ ୱେସ୍କୋର ୫୧% ଅଂଶୀଦାର କ୍ରୟ କରିଛି ।[୨]

ପଶ୍ଚିମ ଓଡ଼ିଶା ବିଦ୍ୟୁତ ଯୋଗାଣ କମ୍ପାନୀ‌
ପ୍ରକାରସରକାରୀ
ଶିଳ୍ପବିଦ୍ୟୁତ ଯୋଗାଣ
ପ୍ରତିଷ୍ଠିତ ସ୍ଥାନ୧୯୯୭
ମୁଖ୍ୟ କାର୍ଯ୍ୟାଳୟସମ୍ବଲପୁର, ଓଡ଼ିଶା, ଭାରତ
Area served
ଓଡ଼ିଶା
ଉତ୍ପାଦବିଦ୍ୟୁତ
ୱେବ୍‌ସାଇଟ୍www.wescoodisha.com

ସେବା ଅଞ୍ଚଳ ଓ ମୁଖ୍ୟ ଦପ୍ତର ସମ୍ପାଦନା

ଏହା ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲା ଯଥା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିରେ ସେବାପ୍ରଦାନ କରିଥାଏ । ଏହା ରାଜ୍ୟର ୪୮,୦୦୦ ବର୍ଗ କିଲୋମିଟର ଅଞ୍ଚଳକୁ ସେବା ପ୍ରଦାନ କରିଥାଏ । ଏହାର ମୁଖ୍ୟାଳୟ ବୁର୍ଲା ସହରଠାରେ ଅବସ୍ଥିତ ।[୩]

ଆଧାର  ସମ୍ପାଦନା

  1. R. V. Shahi (2006). Indian Power Sector: Challenge and Response : Compilation of Papers Presented During 1991-2001. Excel Books India. pp. 31–. ISBN 978-81-7446-369-2.
  2. "Congress demands CBI probe into irregularities in power sector". www.hindustantimes.com/. hindustan times. Retrieved 22 August 2019.
  3. "About The Company". WESCO. Archived from the original on 19 August 2014. Retrieved 18 August 2014.

ବାହାର ଲିଙ୍କ  ସମ୍ପାଦନା