ପଲ୍ଲବୀ ମହାପାତ୍ର

ଭାରତୀୟ ବାୟୁସେନା ପାଇଲଟ୍


ପଲ୍ଲବୀ ମହାପାତ୍ର, ଭାରତର ପ୍ରଥମ ମହିଳା ଭାବରେ ଯୁଦ୍ଧ ବିମାନରୁ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲେ । "ଆକାଶ" କ୍ଷେପଣାସ୍ତ୍ରକୁ ଭୂପୃଷ୍ଠରୁ ଆକାଶକୁ ସଫଳତାର ସହ ସେ ନିକ୍ଷେପିତ କରିଥିଲେ ।[୧] ‘କ୍ରସ୍‌ବୋ-୨୦୧୮’ ଯୁଦ୍ଧବିମାନରୁ ଆକାଶକୁ କ୍ଷେପଣାସ୍ତ୍ର ସଫଳତାର ସହ ଉତ୍‌କ୍ଷେପଣ କରି ସେ ଏହି ଯୋଗ୍ୟତା ହାସଲ କରିଛନ୍ତି ।

ପଲ୍ଲବୀ ମହାପାତ୍ର
ପ୍ରସିଦ୍ଧିଭାରତର ପ୍ରଥମ ମହିଳା ଯୁଦ୍ଧବିମାନ କ୍ଷେପଣାସ୍ତ୍ରକାରୀ
ବୈବାହିକ-ସାଥୀପିନାକ୍ କୋଡ୍‌ଗୁଲେ
ସନ୍ତାନ

ଆସାମର ଜୋରହାଟ୍‌ଠାରେ ଥିବା ଏୟାର୍‌ ବେସ୍‌ ଡିଫେନ୍ସରେ ପ୍ରଥମ ମହିଳା ଅଧିକାରୀ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଛି । ୨୦୧୮ ଡିସେମ୍ବର ୫ରେ ଏଏଫ୍‌ଏସ୍‌ ସୂର୍ଯ୍ୟଲଙ୍କା ପକ୍ଷରୁ ମିଳିତ ଭାବେ ଜିଡବ୍ଲ୍ୟୁଏଫ୍‌ଆର୍‌ ଆୟୋଜନ କରାଯାଇଥିଲା। ଏଥିରେ ପଲ୍ଲବୀ ପ୍ରଥମ ମହିଳା ଭାବେ ଭୁପୃଷ୍ଠରୁ ଆକାଶ(ଏସ୍‌ଏଏମ୍‌)କୁ କ୍ଷେପଣାସ୍ତ୍ର ନିକ୍ଷେପ କରିବାର ଗୌରବ ଅର୍ଜନ କରିଥିଲେ ।[୧]

ବ୍ୟକ୍ତିଗତ ଜୀବନ ସମ୍ପାଦନା

୧୯ ଜୁନ୍ ୨୦୧୧ରେ ପଲ୍ଲବୀ ବାୟୁସେନାରେ ଜଣେ ହେଲିକପ୍ଟର ପାଇଲଟ୍ ଭାବେ ଯୋଗଦେଇଥିଲେ। ଭୁବନେଶ୍ୱର ସହରର ସେ ବାସିନ୍ଦା । ସ୍କ୍ବାଡର୍ଣ୍ଣ ଲିଡର ପିନାକ୍ କୋଡ୍‌ଗୁଲେଙ୍କୁ ସେ ବିବାହ କରିଛନ୍ତି । ଏଏନ୍‌-୩୨ରେ ପାଇଲଟ୍‌ ଭାବେ କାର୍ଯ୍ୟ କରୁଛନ୍ତି ପଲ୍ଲବୀଙ୍କ ସ୍ବାମୀ ପିନାକ । ତାଙ୍କର ଦୁଇଟି ପୁତ୍ର ସନ୍ତାନ ଅଛି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "ଇତିହାସ ରଚିଲେ ଓଡ଼ିଆ ଝିଅ ପଲ୍ଲବୀ | Samaja Live". samaja live (in ଆମେରିକୀୟ ଇଂରାଜୀ). Archived from the original on 15 March 2019. Retrieved 2019-02-18.