ପରମହଂସ ଯୋଗାନନ୍ଦ
ଯୋଗୀ ଏବଂ ଗୁରୁ
ପରମହଂସ ଯୋଗାନନ୍ଦ (୧୮୯୩-୧୯୫୨) ବିଂଶ ଶତାବ୍ଦୀର ଜଣେ ବିଖ୍ୟାତ ଆଧ୍ୟାତ୍ମିକ ଗୁରୁ, ଯୋଗୀ ଓ ସନ୍ଥ ଥିଲେ । ସେ ଭାରତରେ ଯୋଗଦା ସତସଙ୍ଗ ସୋସାଇଟି ଅଫ ଇଣ୍ଡିଆ ଓ ଆମେରିକାରେ ସେଲଫ୍ ରିଏଲାଇଜେସନ ଫେଲୋସିପର ପ୍ରତିଷ୍ଠାତା ଥିଲେ [୧][୨][୩] । ସେ ନିଜ ଜୀବନର ସମସ୍ତ କାର୍ଯ୍ୟ ବିଦେଶରେ କରିଥିବା ପ୍ରଥମ ଭାରତୀୟ ଗୁରୁ ଥିଲେ । ଯୋଗାନନ୍ଦ ୧୯୨୦ ମସିହାରେ ଆମେରିକାକୁ ଯାଇଥିଲେ [୪][୧]। ସେ ସମଗ୍ର ଆମେରିକା ଭ୍ରମଣ କରି ଭାଷଣ ଦେଇ ଭାରତୀୟ ଦର୍ଶନ ଓ କ୍ରିୟାଯୋଗର ପ୍ରଚାର କରିଥିଲେ । ସେ ନିଜ ଜୀବନ ଭାଷଣ ଦେବାରେ, ପୁସ୍ତକ ରଚନା ଆଦି କାର୍ଯ୍ୟ କରିଥିଲେ । ସେ ଏକ ଆଧ୍ୟାତ୍ମିକ ପୁସ୍ତକ ଅଟୋବାୟୋଗ୍ରାଫୀ ଅଫ ଏ ଯୋଗୀର ରଚୟିତା [୧] । ଏହା ଏକ ଆଧ୍ୟାତ୍ମିକ ଗ୍ରନ୍ଥ ଭାବରେ ପରିଗଣିତ । ଓଡ଼ିଆରେ ଏହା "ଯୋଗୀର ଆତ୍ମଚରିତ" ନାମରେ ଅନୂଦିତ ହୋଇ ପ୍ରକାଶିତ ହୋଇଛି ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ Melton, J. Gordon, Martin Baumann (2010). Religions of the World: A Comprehensive Encyclopedia of Beliefs and Practices. ABC-CLIO. ISBN 9781598842043.
- ↑ Yogananda, Paramahansa (2004). The Second Coming of Christ: The Resurrection of the Christ Within You p.1566. Los Angeles, CA: Self-Realization Fellowship. ISBN 0-87612-555-0.
- ↑ Kress, Michael (2001). Publishers Weekly: Meditation is the message. New York: Cahners Business Information, a division of Reed Elsevier, Inc.
- ↑ "Swami yogananda giri speaks on "the inner life". ProQuest Historical Newspapers: The Boston Globe p.9. Boston, MA. 5 March 1921.