ପନୀର ତରକାରୀ
ପନୀର ତରକାରୀ
ପନୀର ତରକାରୀ
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା
ମୁଖ୍ୟ ଉପାଦାନପନୀର,ମସଲା

ଆବଶ୍ୟକ ସାମଗ୍ରୀ ସମ୍ପାଦନା

  1. ପନୀର - ୨୫୦ ଗ୍ରାମ
  2. କାଜୁ - ୨ଚାମଚ
  3. ଟମାଟୋ - ୩ଟି
  4. ଲଙ୍କା - ୨-୩ଟି
  5. ଅଦା - ୧ ଇଞ୍ଚ ଲମ୍ବା ଟୁକୁଡା
  6. ଦ‌ହି - ୧ କପ୍
  7. ତେଲ କିମ୍ବା ଘିଅ -୩-୪ ଚାମଚ
  8. ହେଙ୍ଗୁ - ୧ ଚିମୁଟା
  9. ଜିରା - ଅଧା ଚାମଚ
  10. ହଳଦୀ ପାଉଡର - ୧/୪ ଚାମଚ
  11. ଧନିଆ ପାଉଡର - ୧ ଛୋଟ ଚାମଚ
  12. ଲଙ୍କା ଗୁଣ୍ଡ ପାଉଡର - ୧/୨ ଚାମଚ
  13. ଗରମ ମସଲା - ୧/୪ ଚାମଚ
  14. ଲୁଣ - ସ୍ୱାଦ ଅନୁସାରେ
  15. ଧନିଆ ପତ୍ର - ୧ ଚାମଚ(ଭଲରେ କଟା ହୋଇଥିବା)

ବିଧି ସମ୍ପାଦନା

ପନୀରକୁ ଛୋଟ ଛୋଟ ସମାନ ଟୁକୁଡାରେ କାଟି ଦିଅନ୍ତୁ।

ଏହାପରେ କାଜୁକୁ ଧୋଇକରି ୧ ଘଣ୍ଟା ପାଇଁ ପାଣିରେ ବତୁରାଇ ଦିଅନ୍ତୁ । କିଛି ସମୟପରେ କାଜୁକୁ ଛୋଟ ଛୋଟ ଟୁକୁଡାରେ କାଟିକରି ପାତ୍ରରେ ବାହାର କରି ଦିଅନ୍ତୁ ।[୧]

ଟମାଟୋ,ଲଙ୍କା ଏବଂ ଅଦାକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ।ଏହାପରେ ଦ‌ହିକୁ ସେଥିରେ ପକାଇ ଆଉଥରେ ମିକ୍ସର୍‌ରେ ମିଶାଇ ଦିଅନ୍ତୁ।

କରେଇରେ ଘିଅ ପକାଇ ଗରମ କରନ୍ତୁ। ପନିରର ୪-୫ ଟୁକୁଡାକୁ ଗରମ ଘିଅରେ ପକାଇ ସମ୍ପୁର୍ଣ ଖଇରିଆ ରଙ୍ଗ ହେବା ଯାଏଁ ଭାଜନ୍ତୁ । ଭଜା ଯାଇଥିବା ପନୀରକୁ ପ୍ଲେଟରେ ବାହାର କାରି ଦିଅନ୍ତୁ । ସବୁ ପନୀରକୁ ଏହିପରି ଭାବରେ ଭାଜିକରି ରଖନ୍ତୁ ।[୨]

ବାକି ରହିଥିବା ଘିଅରେ ହେଙ୍ଗୁ ଏବଂ ଜିରା ପକାନ୍ତୁ । ଜିରା ଭାଜି ହେବା ପରେ ହଳଦୀ ଗୁଣ୍ଡ,ଧନିଆ ଗୁଣ୍ଡ ଏବଂ ଲଙ୍କା ଗୁଣ୍ଡ ମିଶାଇ ଚାମଚରେ ଚଲାନ୍ତୁ, କାଜୁର ପେସ୍ଟ ପକାଇ ୨-୩ ମିନିଟ ପର୍ଯନ୍ତ ଭୁଣନ୍ତୁ। ଏହାପରେ ଭୁଣା ହୋଇଥିବା ମସଲାକୁ ଦ‌ହି,ଟମାଟୋର ମିଶ୍ରଣ ପକାଇ କରେଇରେ ସେତେବେଳ ପର୍ଯନ୍ତ ଚଲାନ୍ତୁ ଯେଉଁ ପର୍ଯନ୍ତ ମସଲା ଉପରେ ଘିଅ ନ ଭାସେ।

ଏବେ ସେହି ମସଲାରେ ନିଜ ଅନୁସାରେ ତରକାରିକୁ ପତଳା କରିବା ପାଇଁ ପାଣି ଏବଂ ଲୁଣ ପକାନ୍ତୁ। ତରକାରିରେ ପାଣି ଫୁଟିଲେ ଏଥିରେ ଭଜା ହୋଇଥିବା ପନୀର ଏବଂ ଗରମ ମସଲା ପକାଇ ୨-୩ ମିନିଟ ପର୍ଯନ୍ତ ଚଲାନ୍ତୁ । ଏବଂ ୫ ମିନିଟ ଢାଙ୍କୁଣି ଘୋଡାଇ ରଖି ଦିଅନ୍ତୁ । ୫ ମିନିଟ ପରେ ପନୀର ତରକାରି ପାତ୍ରରେ କାଢି ଗରମ ଗରମ ପରସନ୍ତୁ । [୩]

ଟିପ୍ପଣୀ ସମ୍ପାଦନା

  • ପନୀର ତରକାରୀରେ ଧନିଆ ପତ୍ର ପକାଇ ସଜାଇ ପାରିବେ ।
  • ଗରମ ଗରମ ପନୀର ତରକାରୀକୁ ଚପାତି,ପରଟା କିମ୍ବା ନାନ୍ ସ‌ହିତ ଖାଇପରିବେ ।

ଆଧାର ସମ୍ପାଦନା

  1. The World Religions Cookbook - Arno Schmidt, Paul Fieldhouse. p.120.
  2. http://spicemountain.co.uk/recipe/mutter-paneer-cheesy-peas/
  3. "ଆର୍କାଇଭ୍ କପି". Archived from the original on 2017-10-10. Retrieved 2017-10-21. {{cite web}}: Cite has empty unknown parameter: |1= (help)