ପଞ୍ଜାବୀ ଉଇକିପିଡ଼ିଆ
ପଞ୍ଜାବୀ ଉଇକିପିଡ଼ିଆ (ପଞ୍ଜାବୀ: پنجابی وکیپیڈیا (ଶଃମୁଖୀ ଲିପରେ); ਪੰਜਾਬੀ ਵਿਕੀਪੀਡੀਆ (ଗୁରମୁଖୀ ଲିପିରେ)) ହେଉଛି ଉଇକିମିଡ଼ିଆ ଫାଉଣ୍ଡେସନ ପରିଚାଳିତ ଉଇକିପିଡ଼ିଆର ପଞ୍ଜାବୀ ଭାଷା ସଂସ୍କରଣ, ଯାହାକି ଏକ ମାଗଣା ଅନଲାଇନ୍ ଏନ୍ସାଇକ୍ଲୋପିଡ଼ିଆ ।[୧][୨] ସମୁଦାୟ ଦୁଇଟି ପଞ୍ଜାବୀ ଉଇକିପିଡ଼ିଆ ସଂସ୍କରଣ ଅଛି | ପୂର୍ବ ପଞ୍ଜାବୀ ଉଇକିପିଡ଼ିଆ (ଗୁରମୁଖୀ ଲିପିରେ) ଏବଂ ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ (ଶଃମୁଖୀ ଲିପିରେ) ।
ୟୁ.ଆର.ଏଲ | pa pnb |
---|---|
ବ୍ୟବସାୟିକ | ନାହିଁ |
ସାଇଟର ପ୍ରକାର | ଇଣ୍ଟରେନେଟରେ ଥିବା ଜ୍ଞାନକୋଷ |
ମିଳୁଥିବା ଭାଷା | ପଞ୍ଜାବୀ |
କଣ୍ଟେଣ୍ଟ ଲାଇସେନ୍ସ | Creative Commons Attribution-ShareAlike 3.0 and GFDL, Media licensing varies |
ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
ଏବେକାର ସ୍ଥିତି | ଚାଲୁଅଛି |
ପୂର୍ବ ପଞ୍ଚାବୀ ଉଇକିପିଡ଼ିଆ
ସମ୍ପାଦନାପୂର୍ବ ପଞ୍ଚାବୀ ଉଇକିପିଡ଼ିଆ ଜୁନ୍ ୩, ୨୦୦୨ରେ ଆରମ୍ଭ ହୋଇଥିଲା [୩][୪] କିନ୍ତୁ ପ୍ରଥମ ତିନୋଟି ଲେଖା କେବଳ ଅଗଷ୍ଟ ୨୦୦୪ରେ ଲେଖାଯାଇଥିଲା ।[୫] ଜୁଲାଇ ୨୦୧୨ରେ ଏହି ଉଇକିପିଡ଼ିଆର ପ୍ରସଙ୍ଗ ସଂଖ୍ୟା ୨୪୦୦ରେ ପହଞ୍ଚିଥିଲା ।
ଅଗଷ୍ଟ ୨୦୧୨ଠାରୁ, ଏହାର ବିଶ୍ୱ ସ୍ତରରେ ପ୍ରାୟ ୨୬ ନିୟୁତ ପାଠକ ଅଛନ୍ତି ।[୬]
୨୮ ଜୁଲାଇ ୨୦୧୨ରେ ଲୁଧିଆନାଠାରେ ପ୍ରଥମ ପଞ୍ଜାବୀ ଉଇକିପିଡ଼ିଆ କର୍ମଶାଳା ସଂଗଠିତ ହୋଇଥିଲା ।[୧] ଅଗଷ୍ଟ ୧୬, ୨୦୧୨ରେ ଅନ୍ୟ ଏକ କର୍ମଶାଳା ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟରେ ଆୟୋଜନ କରାଯାଇଥିଲା ।[୭] ଏହି ଦୁଇଟି କର୍ମଶାଳରେ ଉଇକିପିଡ଼ିଆ ବିଷୟରେ ସମ୍ୟକ ଜ୍ଞାନ ପ୍ରଦାନ କରାଯିବା ସହିତ ସମ୍ପାଦନା ଶୈଳୀ ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଯାଇଥିଲା ।
ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ
ସମ୍ପାଦନାପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ ୨୪ ଅକ୍ଟୋବର ୨୦୦୮ରେ ଉଇକିମିଡ଼ିଆ ଇନକ୍ୟୁବେଟର ମାଧ୍ୟମରେ ଆରମ୍ଭ ହୋଇଥିଲା ଏବଂ ଏହାର ଡୋମେନ୍ ଅଗଷ୍ଟ ୧୩, ୨୦୦୯ରେ ସୃଷ୍ଟି ହୋଇଥିଲା । ଇସଲାମାବାଦର ଜଣେ କଲେଜ ପ୍ରଫେସର ଖାଲିଦ ମହମ୍ମଦ ଏହି ପ୍ରକଳ୍ପର ନେତୃତ୍ୱ ନେଇଥିଲେ।[୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Punjabi Wikipedia workshop in Delhi on 27th, Ludhiana on 28th of July". July 27, 2012. [YesPunjab.com]. Archived from the original on August 28, 2012. Retrieved October 14, 2012.
- ↑ "Contribute to Wikipedia Punjabi, says representative". Tribune India. Ludhiana. July 29, 2012. Retrieved October 10, 2012.
- ↑ "Contribute to Wikipedia Punjabi, says representative". Tribune India. Ludhiana. July 29, 2012. Retrieved October 10, 2012.
- ↑ pa:Special:Permalink/1
- ↑ Wikipedia:Multilingual statistics (2004)
- ↑ "Articles can be compiled in the Punjabi Version of Wikipedia". News. [PunjabNewsExpress]. August 18, 2012. Archived from the original on October 16, 2012. Retrieved October 14, 2012.
- ↑ "Punjabi Wikipedia Workshop at Punjabi University, Patiala". News. [CIS-India.org]. September 28, 2012. Retrieved October 14, 2012.
- ↑ Erhart, Ed (31 October 2016). "Remembering Khalid Mahmood". Wikimedia Blog. Retrieved 8 January 2016.