ପଞ୍ଜରାସ୍ଥି ଭଗ୍ନ (rib fracture) କୁହାଯାଏ ଯେତେବେଳେ ପଞ୍ଜରା (rib) ଅସ୍ଥି ଭାଙ୍ଗିଯାଏ (break) ।[୧] ଏହାଦ୍ୱାରା ଛାତିରେ ଯନ୍ତ୍ରଣା ହୁଏ ଯାହା ପ୍ରଶ୍ୱାସ ନେବାବେଳେ ବୃଦ୍ଧି ପ୍ରାପ୍ତ ହୁଏ ।[୧] ଭଙ୍ଗା ସ୍ଥାନରେ ବ୍ରୁଜ (en:Bruising) ହୁଏ ।[୩] ଏକାଧିକ ପଞ୍ଜରା ଭିନ୍ନ ଭିନ୍ନ ସ୍ଥାନରେ ଭାଙ୍ଗିଗଲେ ଫ୍ଲେଆଲ ଛାତି (flail chest) ହୁଏ ।[୪] ଅଧିକ ଜଟିଳ ହେଲେ ରୋଗୀର ପଲମୋନାରି କଣ୍ଟ୍ୟୁଜନ (en:Pulmonary contusion), ନିମୋଥୋରାକ୍ସ, ନିମୋନିଆ ଇତ୍ୟାଦି ହୋଇପାରେ । [୨][୧]

ପଞ୍ଜରାସ୍ଥି ଭଗ୍ନ (Rib fracture)
Broken rib, cracked rib
ଏକ୍ସ‌-ରେ ଚିତ୍ରରେ ଭଙ୍ଗା ପଞ୍ଜରାସ୍ଥି
ବିଭାଗଆଶୁ ଚିକିତ୍ସା ବିଭାଗ (Emergency medicine)
ଲକ୍ଷଣଛାତି ଯନ୍ତ୍ରଣା ବିଶେଷତଃ ପ୍ରଶ୍ୱାସ ନେବା ବେଳେ [୧]
କାରଣଛାତି ଆଘାତ (Chest trauma)[୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ, ମେଡିକାଲ ଇମେଜିଙ୍ଗ (medical imaging)[୩]
ଔଷଧପାରାସେଟାମୋଲ (acetaminophen), ଏନଏସଏଆଇଡି (NSAIDs), ଓପିଓଏଡ (opioids)[୨]
Prognosis୬ ସପ୍ତାହ ପରେ ଉପଶମ[୩]
ପୁନଃପୌନିକସାଧାରଣ[୨]

ଗାଡ଼ି ଧକ୍କା (motor vehicle collision) ଓ କ୍ରସ ଆଘାତ (crush injury) ଯୋଗୁ ସାଧାରଣତଃ ପଞ୍ଜରାସ୍ଥି ଭଙ୍ଗିଯାଏ । [୨][୧] ଯୋର କାଶ ବା ମେଟାସ୍ଟାଟିକ କର୍କଟ ରୋଗ (metastatic cancer) ଯୋଗୁ ମଧ୍ୟ ଭାଙ୍ଗିପାରେ । [୧] ମଧ୍ୟ ସ୍ଥାନୀୟ ପଞ୍ଜରା ସାଧାରଣତଃ ଅଧିକ ଭାଙ୍ଗେ ।[୫][୧] ପ୍ରଥମ ବା ଦ୍ୱିତୀୟ ପଞ୍ଜରାସ୍ଥି ଭାଙ୍ଗିଲେ କେଶ ଜଟିଳ ହେବା ସମ୍ଭାବନା ଅଧିକ ରହେ ।[୬] ଲକ୍ଷଣ ଅନୁଶୀଳନ ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [୩]

ଯନ୍ତ୍ରଣା ନିୟନ୍ତ୍ରଣ (Pain control) ଏହାର ଏକ ଜରୁରୀ ଆବଶ୍ୟକତା ।[୭] ପାରାସେଟାମୋଲ (acetaminophen), ଏନଏସଏଆଇଡି (NSAIDs), (opioids) ଇତ୍ୟାଦି ଔଷଧ ଏଥି ନିମନ୍ତେ ଦିଆଯାଏ ।[୨] ସ୍ନାୟୁ ଅବରୋଧ (nerve block) ଆବଶ୍ୟକ ହୋଇପାରେ ।[୧] ପୂର୍ବରୁ ଏହି ଭଙ୍ଗା ନିମନ୍ତେ ଛାତିରେ ଏକ ଅଠା ପଟି ଗୁଡ଼େଇ ଦିଆଯାଉଥିଲା, କିନ୍ତୁ ଦେଖାଗଲା ଏହାଦ୍ୱାରା ଜଟିଳତା ସୃଷ୍ଟି ହେଉଛି ।[୧] ଫ୍ଲେଆଲ ଛାତି ହୋଇଥିଲେ ଅପରେଶନ କଲେ ଉନ୍ନତି ହୁଏ । [୮][୯] ଆଘାତ ଜନିଟ ଭଙ୍ଗା ମଧ୍ୟରେ ଏହା ଏକ ସାଧାରଣ ଆଘାତ ।[୧୦]

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Mosby's Medical Dictionary (E-Book) (in ଇଂରାଜୀ). Elsevier Health Sciences. 2013. p. 1567. ISBN 0323112587. Archived from the original on 2017-10-13.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ May, L; Hillermann, C; Patil, S (January 2016). "Rib fracture management". BJA Education. 16 (1): 26–32. doi:10.1093/bjaceaccp/mkv011.
  3. ୩.୦ ୩.୧ ୩.୨ ୩.୩ Adams, James G. (2012). Emergency Medicine E-Book: Clinical Essentials (Expert Consult – Online) (in ଇଂରାଜୀ). Elsevier Health Sciences. p. 682. ISBN 1455733946. Archived from the original on 2017-10-13.
  4. Wanek, Sandra; Mayberry, John C (2004). "Blunt thoracic trauma: flail chest, pulmonary contusion, and blast injury". Critical Care Clinics. 20 (1): 71–81. doi:10.1016/S0749-0704(03)00098-8. PMID 14979330.
  5. Nanni, Christina (2012). PET-CT: Rare Findings and Diseases. Springer. p. 257. ISBN 978-3-642-24698-2.
  6. Murphy CE, 4th; Raja, AS; Baumann, BM; Medak, AJ; Langdorf, MI; Nishijima, DK; Hendey, GW; Mower, WR; Rodriguez, RM (27 May 2017). "Rib Fracture Diagnosis in the Panscan Era". Annals of Emergency Medicine. 70: 904–909. doi:10.1016/j.annemergmed.2017.04.011. PMID 28559032.{{cite journal}}: CS1 maint: numeric names: authors list (link)
  7. Brown, SD; Walters, MR (2012). "Patients with rib fractures: use of incentive spirometry volumes to guide care". Journal of trauma nursing : the official journal of the Society of Trauma Nurses. 19 (2): 89–91, quiz 92–03. doi:10.1097/JTN.0b013e31825629ee. PMID 22673074.
  8. Schuurmans, J; Goslings, JC; Schepers, T (April 2017). "Operative management versus non-operative management of rib fractures in flail chest injuries: a systematic review". European journal of trauma and emergency surgery : official publication of the European Trauma Society. 43 (2): 163–68. doi:10.1007/s00068-016-0721-2. PMC 5378742. PMID 27572897.
  9. Coughlin, TA; Ng, JW; Rollins, KE; Forward, DP; Ollivere, BJ (August 2016). "Management of rib fractures in traumatic flail chest: a meta-analysis of randomised controlled trials". The bone & joint journal. 98-B (8): 1119–25. doi:10.1302/0301-620X.98B8.37282. PMID 27482027.
  10. Senekjian, L; Nirula, R (January 2017). "Rib Fracture Fixation: Indications and Outcomes". Critical care clinics. 33 (1): 153–65. doi:10.1016/j.ccc.2016.08.009. PMID 27894495.

External links ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ