ନ୍ୟାସ ଦାରୁ ରଥ
ଜଗନ୍ନାଥଙ୍କ ନବକଳେବର ସମୟରେ ବିଗ୍ରହମାନଙ୍କର ବ୍ରହ୍ମ ପରିବର୍ତ୍ତନ ପୂର୍ବରୁ ଶ୍ରୀମନ୍ଦିର ବେଢ଼ା ପରିକ୍ରମା ଉଦ୍ଦେଶ୍ୟରେ ନିର୍ମିତ ଏକ ସ୍ୱତନ୍ତ୍ର ରଥ ।
ନିର୍ମାଣ ଶୈଳୀ
ସମ୍ପାଦନାଏହା ପୁରୀର ଦୋଳବେଦୀ ପରିସରରେ ନିର୍ମାଣ କରାଯାଏ । ନ୍ୟାସ ଦାରୁର ଦୈର୍ଘ୍ୟ ଓ ପ୍ରସ୍ଥ ୬ ଫୁଟ ଅଟେ । ଆଠ ଫୁଟ ବିଶିଷ୍ଟ ଏହି ନ୍ୟାସରେ ୧୨ ଇଞ୍ଚ ବିଶିଷ୍ଟ ଆଠଟି ଚକ ଅଛି । ଚକ ଗୁଡ଼ିକ ଫାଶି କାଠରେ ନିର୍ମିତ ହୋଇଥିବା ବେଳେ ଅସନ, ଧଉରା, ଓ ମହାଳ କାଠରେ ରଥର ବିଭିନ୍ନ ଅଂଶ ନିର୍ମାଣ ହୋଇଥାଏ । ଏହି ଅଷ୍ଟଚକ ବିଶିଷ୍ଟ ରଥରେ ଚାରିଗୋଟି ଘୋଡ଼ା, ଗୋଟିଏ ପ୍ରଭା, ନ୍ୟାସଦାରୁଙ୍କ ନିମନ୍ତେ ରଥର ରଥରେ ବଇଠି ଚକ (ଚକାସନ) ଚାରି ନହାକା, ଚାରି ଦୁଆର ବେଢ଼ା, ନାଟଗୋଡ଼, ଚନ୍ଦ୍ରଶାଳୀ, କଳସ, ଦୁଇ ଓଲଟ ଶୁଆ, ଚକ୍ର ପ୍ରସ୍ତୁତ ହୁଏ । ରଥରେ ପତଳ ଘଣ୍ଟି ଓ ଚାମର ଇତ୍ୟଦି ଲଗାଯାଇଥାଏ । ଏହି ରଥ ଉପରେ ମଣ୍ଡଣୀ ଭାବେ ଗାଢ଼ କଳା କନା ଅଛାଦିତ କରାଯାଏ । ପ୍ରାୟ ୨୫ ସିପଟ କାଠରେ ନିର୍ମିତ ନ୍ୟାସ ଦାରୁ ରଥର ନିର୍ମାଣ ସମ୍ପୁର୍ଣ୍ଣ ହେବାପରେ ଜଗନ୍ନାଥ ମନ୍ଦିରର ଉତ୍ତରଦ୍ୱାରା ବା ଦେବଯାନ ମାର୍ଗ ଦେଇ ରଥକୁ କୋଇଲି ବୈକୁଣ୍ଠ ପରିସରରେ ରଖାଯାଇଥାଏ । ସୂଚନା ଯୋଗ୍ୟ ଏହି ରଥରେ କୌଣସି ସାରଥୀ ରହି ନଥାଏ । ଏହି ରଥ ପ୍ରସ୍ତୁତ କରିବାରେ ମହାରଣା ବିଶେଷ ଭୂମିକା ନିର୍ବାହ କରନ୍ତି ।
ରଥ ପରିକ୍ରମା
ସମ୍ପାଦନାଦ୍ୱାଦଶୀ ଦିନ ଶ୍ରୀମନ୍ଦିର ପରିସର ଶୋଧ ପରେ ବିଦ୍ୟୁତ ଆଲୋକ ନିର୍ବାପିତ କରିସରିବା ପରେ ବିଳମ୍ବିତ ରାତ୍ରୀରେ ମଶାଲ ଆଲୋକ (ଦିହୁଡ଼ି)ରେ ବିଶ୍ୱାବସୁ ଓ ବିଦ୍ୟାପତି ପ୍ରମୁଖ ସେବକ ରଥର ସିଂହାସନ ଉପରେ ରଖାଯାଇଥିବା ଶେଯ ଓ ପଛପାଖେ ମାଣ୍ଡି ସଲଗ୍ନ ହୋଇ ନ୍ୟାସ ଦାରୁଙ୍କୁ ରୁନ୍ଧିଥାନ୍ତି । ଘଣ୍ଟ, ତ୍ରାସ, ଚାମର ଆଲଟ ଇତ୍ୟାଦି ସହ ଘଣ୍ଟ ବଜାଇ ସ୍ୱତନ୍ତ୍ର ଭାବେ ରଥରେ ୨୨ ଫୁଟ ଲମ୍ବ ବିଶିଷ୍ଟ ଦୁଇ ଗୋଟି ବାସୁଙ୍ଗା ପାଟରେ ନିର୍ମିତ ଦଉଡ଼ିକୁ ସଂଯୋଜିତ ପୂର୍ବକ ରଥକୁ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିଥାନ୍ତି । ଏହି ପରିଭ୍ରମଣ ଗୋପନରେ କରାଯାଏ । [୧]ବ୍ରହ୍ମ ପରିବର୍ତ୍ତନ ପୂର୍ବରୁ ବିଗ୍ରହଙ୍କ ଚାରି ବ୍ରହ୍ମ କବାଟକୁ ବିଜେ କରାଇ ଶ୍ରୀମନ୍ଦିରକୁ ସାତ ଥର ପରିକ୍ରମା କରନ୍ତି । ବିଗ୍ରହଙ୍କ ନାଭିଚକ୍ରର କ୍ଷୁଦ୍ର କୋଠରୀରେ ଯେଉଁଠାରେ ବ୍ରହ୍ମ ସ୍ଥାପନ କରାଯାଏ, ସେହିଠାରେ ନ୍ୟାସଦାରୁରେ ନିର୍ମିତ ବ୍ରହ୍ମରନ୍ଦ୍ର କପାଟିକା (କବାଟ) ଏଥିରେ ଖାପ ଖୁଆଇ ବନ୍ଦ କରାଯାଇଥାଏ । [୨]
ନ୍ୟାସ ଦାରୁ ଅବଶେଷ
ସମ୍ପାଦନାମନ୍ଦିର ପରିକ୍ରମା ପରେ ପତି ମହାପାତ୍ର ବିଦ୍ୟାପତି ବିଶ୍ୱାବସୁଙ୍କୁ ପ୍ରଦାନ କରନ୍ତି । ବିଶ୍ୱାବସୁ ଏହି ପ୍ରତିଷ୍ଠିତ ନ୍ୟାସ ଦାରୁଙ୍କୁ ନେଇ ବିଶ୍ୱକର୍ମା ମହାରଣାଙ୍କୁ ହସ୍ତାନ୍ତର କରିଥାନ୍ତି । ଏହାପରେ ଦଇତାପତିଙ୍କଦ୍ୱାରା ପ୍ରଦତ୍ତ ଏକ ନିର୍ଦ୍ଦିଷ୍ଟ ମାପ ଅନୁସାରେ ଚାରି ଖଣ୍ଡ କରାଯିବା ସହ ଏଥିରେ 'ବ୍ରହ୍ମକବାଟି' ବା ବ୍ରହ୍ମସ୍ଥଳୀର ଢାଙ୍କୁଣୀ ସମେତ ମାଧବଙ୍କ ନିମିତ୍ତ ଏକ ଖଣ୍ଡ, ଏହିପରି ମୋଟ ୫ ଖଣ୍ଡ କବାଟି ପ୍ରସ୍ତୁତ କରାଯାଏ । ନୂତନ ବିଗ୍ରହଙ୍କ ସହ ଚତୁର୍ଦ୍ଦଶୀ ରାତ୍ରରେ ଏହି ବ୍ରହ୍ମକବାଟି ବା ଢାଙ୍କୁଣୀ ଘଟ ପରିବର୍ତ୍ତନ ସ୍ଥଳକୁ ନିଆଯାଇଥାଏ ।