ନୀଳଗିରି ରାଜ୍ୟ ବ୍ରିଟିଶ ରାଜୁତି ସମୟରେ ଏକ ଗଡ଼ଜାତ ରାଜ୍ୟ ଥିଲା । ଏହା ଓଡ଼ିଶା ରାଜ୍ୟ ଏଜେନ୍ସି ଅଧୀନରେ ଥିଲା ଓ ଏହାର ରାଜଧାନୀ ରାଜ ନୀଳଗିରି[]ଥିଲା । ବର୍ତ୍ତମାନ ଏହା ନୀଳଗିରି ସହର ନାମରେ ପରଚିତ ।

ନୀଳଗିରି ରାଜ୍ୟ
ନୀଳଗିରି
Location of {{{official_name}}}
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)
ନୀଳଗିରି ରାଜମହଳର ଦ୍ୱାର

ଏହି ରାଜ୍ୟ ଉତ୍ତର ଓ ପଶ୍ଚିମରେ ମୟୂରଭଞ୍ଜ ରାଜ୍ୟଦ୍ୱାରା ପରିବେଷ୍ଟିତ ହୋଇଥିଲା ଓ ଦକ୍ଷିଣରେ ବାଲେଶ୍ୱର ଜିଲ୍ଲା ଥିଲା । ୧୯୪୦ରେ ନୀଳଗିରିର ଜନସଂଖ୍ୟା ୭୩,୧୦୯ ଥିଲା । ଏହାର ଆୟତନ ୨୬୩ ବର୍ଗ କିଲୋମିଟର ରହିଥିଲା । ଏହା ୧୯୪୯ରେ ବାଲେଶ୍ୱର ଜିଲ୍ଲାରେ ସମ୍ମିଳିତ ହୋଇଥିଲା ।[]

ଇତିହାସ 

ସମ୍ପାଦନା

ପ୍ରବାଦ ଅନୁସାରେ ନୀଳଗିରି ରାଜ୍ୟ ୧୧୨୫ ମସିହାରେ ଛୋଟନାଗପୁର ଅଞ୍ଚଳରୁ ଆସିଥିବା ଜଣେ ପୌରାଣିକ ବ୍ୟକ୍ତିଙ୍କଦ୍ୱାରା ସ୍ଥାପିତ ହେଇଥିଲା । ୧୫୨୫ ମସିହାରେ ଏଠିକାର ରାଜା ନାରାୟଣ ସିଂ ସମ୍ରାଟ ଆକବରଙ୍କୁ ଆଫଗାନ ଯୁଦ୍ଧରେ ସହାୟତା କରି ବିଶେଷ ପରିଚିତ ହୋଇଥିଲେ । ୧୬୧୧ ଓ ୧୭୯୭ ମଧ୍ୟରେ ଏହାର ୭ ଜଣ ଶାସକ ରହିଥିଲେ ।

ସ୍ୱାଧୀନତା ସଂଗ୍ରାମ ସମୟରେ ସେ ଅଞ୍ଚଳର ସଂଗ୍ରାମୀ ଗଣ : ବଳରାମ ରାଜ, ବନମାଳୀ ଦାସ, ଶ୍ୟାମସୁନ୍ଦର ପରିଡ଼ା ଆଦି ତତ୍କାଳୀନ ରାଜାଙ୍କୁ ପ୍ରବର୍ତ୍ତାଇ ନୂତନ ଭାରତ ରାଜ୍ୟ ସମୂହରେ ରାଜ୍ୟକୁ ମିଶାଇ ଦେବାକୁ ରାଜି କରାଇଥିଲେ । ଏହା ୧ ଜାନୁଆରୀ ୧୯୪୮ରେ ଭାରତୀୟ ରାଜ୍ୟ ସଂଘରେ ସମ୍ମିଳିତ ହେଲା ।[]

ଶାସକ ସମୂହ 

ସମ୍ପାଦନା

ଭଞ୍ଜ ରାଜପୁତ ବଂଶର ରାଜାମାନେ ନୀଳଗିରିକୁ ଶାସନ କରୁଥିଲେ ।[] ସେମାନେ ରାଜା ଓ ରାଣୀ ଉପାଧି ଧାରଣ କରୁଥିଲେ । ଚିରା ଦେବୀ ଏକଦା ସେଠାରେ ରାଣୀ ଭାବରେ ଶାସନ କରିଥିଲେ ।[]

ଭୂତପୂର୍ବ ଶାସକମାନଙ୍କ ସୂଚୀ

ସମ୍ପାଦନା
  • ୧୫୨୧ - ୧୫୬୪ : ନାରାୟଣ ସିଂ ଭୂଜଙ୍ଗ ମାନ୍ଧାତା ବିରାଟ ବସନ୍ତ ହରିଚନ୍ଦନ
  • ୧୫୬୪ - ୧୭୯୭ : ୨୩ ଜଣ ମଧ୍ୟବର୍ତ୍ତୀକାଳୀନ ଶାସକ
  • ୧୭୯୭ - ୧୮୩୨ : ରାମଚଂଦ୍ର ମର୍ଦ୍ଦରାଜ ହରିଚନ୍ଦନ
  • ୧୮୩୨ - ୧୮୩୩ : ଗୋବିନ୍ଦ ମର୍ଦ୍ଦରାଜ ହରିଚନ୍ଦନ
  • ୧୮୩୩ - ୧୮୪୩ : ଚିରାଦେବୀ, ରାଣୀ
  • ୧୮୪୩ - ୧୮୯୩ : କ୍ରିଷ୍ଣଚଂଦ୍ର ମର୍ଦ୍ଦରାଜ ହରିଚନ୍ଦନ (ଜନ୍ମ-୧୮୨୭, ମୃତ୍ୟୁ-୧୮୯୩)
  • ୧୮୯୩ - ୬ ଜୁଲାଇ ୧୯୧୩ : ଶ୍ଯାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ
  • ୬ ଜୁଲାଇ ୧୯୧୩ - ୧୫ ଅଗଷ୍ଟ ୧୯୪୭ : କିଶୋରଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ (ଜନ୍ମ-୧୯୦୪, ମୃତ୍ୟୁ-୧୯୬୦)
  • ୬ ଜୁଲାଇ ୧୯୧୩ - ୨ ଫେବ୍ରୁୟାରୀ ୧୯୨୫ : ରାଜପ୍ରତିନିଧି

ବାହ୍ୟ ଲିଙ୍କ

ସମ୍ପାଦନା