ନୀତା ଅମ୍ବାନୀ

ଭାରତୀୟ ବ୍ୟବସାୟୀ ମହିଳା

ନୀତା ଅମ୍ବାନୀ (ଜନ୍ମ: ନଭେମ୍ବର ୧, ୧୯୬୪) ଜଣେ ଭାରତୀୟ ମହିଳା ଉଦ୍ୟୋଗୀ ଅଟନ୍ତି । ସେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ଏବଂ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍ର ପ୍ରତିଷ୍ଠାତା ଧିରୁଭାଈ ଅମ୍ବାନୀଙ୍କ ବୋହୂ ଅଟନ୍ତି । ନୀତା ଅମ୍ବାନୀ ରିଲିଆନ୍ସ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଏବଂ ଧିରୁଭାଈ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲ ଏବଂ ରିଲିଆନ୍ସ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ଅଟନ୍ତି ।[୩] ସେ ପ୍ରଥମ ଭାରତୀୟ ମହିଳା ଯିଏକି ଆନ୍ତର୍ଜାତୀୟ ଅଲିଓମ୍ପିକ କମିଟି (IOC)ର ସଦସ୍ୟ ହୋଇଥିଲେ ।[୪]

ନୀତା ଅମ୍ବାନୀ
Born
ନିତା ଦଲାଲ

(1963-11-01) ୧ ନଭେମ୍ବର ୧୯୬୩ (ବୟସ ୬୦)[୧]
Occupationପରୋପକାରୀ[୨]
Spouse
ମୁକେଶ ଅମ୍ବାନୀ
(m. ୧୯୮୫)
Children
Relativesଧିରୁଭାଈ ଅମ୍ବାନୀ (ଶଶୁର)
ଅନିଲ ଅମ୍ବାନୀ (ଦିଅର)
ଟିନା ଅମ୍ବାନୀ (ଯା)

ସେ ଶ୍ରୀ ଚନ୍ଦ୍ରଶେଖରେନ୍ଦ୍ର ସରସ୍ବତୀ ବିଶ୍ୱ ମହାବିଦ୍ୟାଳୟ (SCSVMV ବିଶ୍ୱବିଦ୍ୟାଳୟ) କାଞ୍ଚିପୁରମରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି । ଏହି ଉପାଧି ତାଙ୍କୁ ଶିକ୍ଷା, ସାମାଜିକ ସେବା ଓ ମାନବ ପ୍ରେମ ପାଇଁ ମିଳିଛି ।

ନୀତା ଅମ୍ବାନୀ ଇଣ୍ଡିଆନ ପ୍ରିମିୟର ଲିଗ କ୍ରିକେଟ ଦଳ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ଅଟନ୍ତି ।[୫] ସେ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ନ୍ୟାସନାଲ ଆସୋସିଏସନ ଅଫ୍ ବ୍ଲାଇଣ୍ଡର "ଦୃଷ୍ଟୀ " ନାମକ ସାମାଜିକ ସେବା ସଂଗଠନ ସହିତ ମଧ୍ୟ ଜଡ଼ିତ ।

ସାମାଜିକ କଲ୍ୟାଣ କାର୍ଯ୍ୟ ପାଇଁ ସେ ୨୦୧୦ ମସିହାରେ ରିଲିଆନ୍ସ ଫାଉଣ୍ଡେସନ ନାମକ ଏକ ଦାନକାରୀ ଟ୍ରଷ୍ଟ ପ୍ରତିଷ୍ଠା କରିଛନ୍ତି । ଏହା ଦେଶର ସବୁଠାରୁ ବଡ଼ ଘରୋଇ ଦାନକାରୀ ଟ୍ରଷ୍ଟ ଅଟେ । ଏହା ଅଧିନରେ ଗ୍ରାମାଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, କଳା-ସଂସ୍କୃତି ଏବଂ କ୍ରୀଡ଼ା ପାଇଁ ସୁବିଧା ଯୋଗାଇ ଦିଆ ଯାଉଛି । ଏହା ବ୍ୟତିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଜାମ୍ମୁ, କାଶ୍ମୀର, ଚେନ୍ନାଇ, ଗୁଜରାଟ ଭଳି ଦେଶର ବିଭିନ୍ନ ସ୍ଥାନରେ ଏହି ଟ୍ରଷ୍ଟ ଉତ୍କୃଷ୍ଟ ସେବା ପ୍ରଦାନ କରିଛି ।

ରିଲିଆନ୍ସ ଫାଉଣ୍ଡେସନ ବ୍ୟତିତ ସେ ଦେଶରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଏବଂ ସମସ୍ତଙ୍କ ପାଇଁ ଶିକ୍ଷା (ଇଏଫଏ) ଆରମ୍ଭ କରିଛନ୍ତି । ଏ ପର୍ଯ୍ୟନ୍ତ ଏହି ଅଭିଯାନ ଦେଶର ୭୦୦୦୦ ଗରିବ ପିଲାଙ୍କୁ ଶିକ୍ଷା ଯୋଗାଇ ଦେଇଛି ।

ଜନ୍ମ ଏବଂ ପ୍ରାଥମିକ ଶିକ୍ଷା ସମ୍ପାଦନା

ନୀତା ଅମ୍ବାନୀ ୧ ନଭେମ୍ବର ୧୯୬୪ରେ ମୁମ୍ବାଇର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ବିଡଲାର ଏକ କମ୍ପାନୀରେ ଜଣେ ଉଚ୍ଚ ପଦାଧିକାରୀ ଥିଲେ । ଆରମ୍ଭରୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତି ନୀତା ବହୁତ ଆଗ୍ରହୀ ଥିଲେ ଏବଂ ଏଥିରେ କ୍ୟାରିୟର କରିବାକୁ ଚାହୁଁଥିଲେ ଯେତେବେଳେ ତାଙ୍କ ମା' ଚାହୁଁଥିଲେ ଯେ ସେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଟ ହୁଅନ୍ତୁ । ସେ ତାଙ୍କର ଉଚ୍ଚଶିକ୍ଷା ମୁମ୍ବାଇର ପ୍ରସିଦ୍ଧ ନରସି ମୋଞ୍ଜି କଲେଜ ଅଫ କମର୍ସ ଆଣ୍ଡ ଇକୋନୋମିକ୍ସରୁ କରିଥିଲେ ।

ନୀତା ଜଣେ ତାଲିମ୍ ପ୍ରାପ୍ତ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଅଟନ୍ତି । ସେ କଲେଜ ଦିନରେ ମଞ୍ଚ ପ୍ରଦର୍ଶନ ମଧ୍ୟ କରୁଥିଲେ । ଆଜି ବି ସେ ପ୍ରତିଦିନ ନୃତ୍ୟ ଅଭ୍ୟାସ କରନ୍ତି ।

କ୍ୟାରିୟର ସମ୍ପାଦନା

ଶିକ୍ଷାଦାନ ପାଇଁ ନୀତାଙ୍କର ଗଭିର ପ୍ରେମ ରହିଛି । ବିବାହ ପରେ ସେ ପ୍ରାଥମିକ ଶିକ୍ଷକ ଭାବରେ ଶିକ୍ଷାଦାନ ଆରମ୍ଭ କଲେ । ପରେ ଗ୍ରାମାଞ୍ଚଳର ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ପାତାଳଗଙ୍ଗାରେ ଏକ ଛୋଟ ବିଦ୍ୟାଳୟ ଆରମ୍ଭ କରିଥିଲେ । ଜାମ ନଗରରେ ଆଉ ଏକ ସମାନ ବିଦ୍ୟାଳୟ ଖୋଲାଯାଇଥିଲା ।

ନୀତାଙ୍କ ନେତୃତ୍ୱରେ ଜୁନ୍ ୨୦୦୩ ମସିହାରେ ଧିରୁଭାଈ ଅମ୍ବାନୀ ଆନ୍ତର୍ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏହି ବିଦ୍ୟାଳୟଟି ମୁମ୍ବାଇର କେତେକ ମନୋନୀତ ଏବଂ ଶ୍ରେଷ୍ଠ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ ।[୬][୭] ଏହା ଭାରତର୩୭ଟି ମନୋନୀତ ବିଦ୍ୟାଳୟ ମଧ୍ୟରୁ ଗୋଟିଏ ଯାହା ଦେଶର ସମ୍ମାନ ଜନକ "ଆନ୍ତର୍ଜାତୀୟ ବ୍ୟାକାଲୁରେଟ ପ୍ରୋଗ୍ରାମ" ପ୍ରଦାନ କରିଥାଏ । ନୀତା ମଧ୍ୟ ଧିରୁଭାଈ ଫାଉଣ୍ଡେସନର ମୁଖ୍ୟ । ସେ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ୟୁଏନଏଆଈଡୀଏସର ଏଡସ୍ ଇନିସିଏଟିଭ୍ର ଏକ ଅଂଶ । ନୀତା ଅମ୍ବାନୀ ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ସାମାଜିକ ତଥା ପରୋପକାରୀ କାର୍ଯ୍ୟର ତଦାରଖ କରନ୍ତି ।[୮]

ପୁରସ୍କାର ଏବଂ ଉପାଧି ସମ୍ପାଦନା

  • ସେ ୨୦୦୫ ମସିହାରେ ଆନ୍ତର୍ଜାତୀୟ ମହିଳା ଦିବସରେ ଭାରତ ନାରୀ ଶକ୍ତି ସଂଗଠନରୁ ସାମାଜିକ ସେବା ବିଶ୍ୱ ଭୂଷଣ ଆଖ୍ୟା ପାଇଛନ୍ତି ।[୯]
  • ଟାଇମ୍ସ ଅଫ ଇଣ୍ଡିଆଦ୍ୱାରା ଦିଆଯାଇଥିବା ଇଣ୍ଡିଆନ ସ୍ପୋର୍ଟସର ଶ୍ରେଷ୍ଠ କର୍ପୋରେଟ ସମର୍ଥକ ପାଇଁ ସେ ପୁରସ୍କାର ପାଇଛନ୍ତି ।[୧୦][୧୧]

ଆଧାର ସମ୍ପାଦନା

  1. Rai, Manmohan (2014-11-03). "Nita Ambani celebrates her 50th birthday with family in Kashi". The Economic Times. Retrieved 18 April 2016.
  2. "Nita Ambani among top global philanthropists; ranked with Tim Cook, Oprah Winfrey".
  3. "Nita Ambani Becomes First Woman Director on Reliance Board - NDTV". profit.ndtv.com. Retrieved 18 April 2016.
  4. "Rio 2016: Nita Ambani is first Indian IOC member". indianexpress.com. 2016-08-05. Retrieved 2017-03-06.
  5. "Nita Ambani hosted a party for IPL 2015 Champions Mumbai Indians - Firstpost". Firstpost (in ଆମେରିକୀୟ ଇଂରାଜୀ). Retrieved 2016-04-18.
  6. "Nita M. Ambani". Da-is.org. Archived from the original on 1 ଫେବୃଆରୀ 2014. Retrieved 2010-12-31.
  7. Priya Tanna (2005-08-19). "Nita Ambani speaks her mind". DNAIndia.com. Archived from the original on 17 ମାର୍ଚ୍ଚ 2013. Retrieved 28 ଅଗଷ୍ଟ 2014.
  8. Rajiv Sharma (2010-05-06). "DAF in Nita Ambani's Responsible Hands". Indiaprwire.com. Archived from the original on 14 ଜୁଲାଇ 2014. Retrieved 2010-12-31.
  9. "Nita Ambani awarded Samaj Seva Vishwa Vibhushan - Smt. Nita Mukesh Ambani, President, Dhirubhai Ambani Foundation, was awarded the 'Samaj Seva Vishwa Vibhushan' at the hands of H.E. Shri S.M. Krishna, Governor of Maharashtra, at the Bharat Nari Shakti 200". Press.xtvworld.com. Archived from the original on ୭ ଫେବୃଆରୀ ୨୦୧୩. Retrieved 2010-12-31. {{cite web}}: Check date values in: |archive-date= (help)
  10. "Mahindra Scorpio Times of India Sports Award TOISA". Retrieved 2018-02-26.
  11. "Mahindra Scorpio TOISA: Nita Ambani receives Best Corporate Supporter of Indian Sports award". Retrieved 2018-03-01.