ନିହାରିକା ସିଂହ (ଜନ୍ମ: ୩୧ ଅଗଷ୍ଟ ୧୯୮୨) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ୨୦୦୫ରେ ଫେମିନା ମିସ୍ ଇଣ୍ଡିଆ ଆର୍ଥର ବିଜୟିନୀ ହୋଇଥିଲେ । ୨୦୧୨ରେ ସେ ମିସ୍ ଲଭ୍‌ଲି କଥାଚିତ୍ର ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୧]

ନିହାରିକା ସିଂହ
୨୦୧୩ରେ ନିହାରିକା
ଜନ୍ମ (1982-08-31) ୩୧ ଅଗଷ୍ଟ ୧୯୮୨ (ବୟସ ୪୧)
ବୃତ୍ତିଅଭିନେତ୍ରୀ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ନିହାରିକା ୩୧ ଅଗଷ୍ଟ ୧୯୮୨ରେ ଜନ୍ମଗ୍ରହଣ କରିଥଲେ । ସେ ତାଙ୍କ ପିଲାଦିନ ପ୍ରାୟତଃ ଉତ୍ତର ଉତ୍ତର ଭାରତର ଛୋଟ ଛୋଟ ସ‌ହର ଏବଂ ପାହଡ଼ିଆ ଜାଗରେ କାଟିଥିଲେ । ସେତେବେଳେ ତାଙ୍କ ବାପା ଉତ୍ତର ପ୍ରଦେଶର ପ୍ରର୍ଯ୍ୟଟକ ବିଭାଗରେ କାର୍ଯ୍ୟ କରୁଥିଲେ ଏବଂ ବିଭାଜନ ପରେ ସେ ଉତ୍ତରାଖଣ୍ଡର ପର୍ଯ୍ୟଟନ ଉନ୍ନୟନ ବିଭାଗର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ । ମାତ୍ର ୪ବର୍ଷ ବୟସରେ ସେ ଏକ ମଞ୍ଚରେ ଭାରତ ନାଟ୍ୟମ ନୃତ୍ୟ ପ୍ରଦର୍ଶନ କରିଥିଲେ ।

ମଡେଲିଂ ସମ୍ପାଦନା

ନିହାରିକା ୧୭ବର୍ଷ ବୟସରେ ଡେରାଡୁନରେ ଏକ ସ୍ଥାନୀୟ କାର୍ଯ୍ୟକ୍ରମ ଜରିଆରେ ମଡେଲିଂରେ ପ୍ରବେଶ କରିଥିଲେ । ଏହାପରେ ସେ ଦିଲ୍ଲୀରେ ଶ୍ରୀ ରାମ କଲେକ ଅଫ୍ କମର୍ସ‌ରେ ସେ ବାଣିଜ୍ୟରେ ସ୍ନାତକ ହାସଲ ପାଇଁ ଯୋଗ ଦେଇଥିଲେ ଏବଂ ସେଠାରେ ମଧ୍ୟ ସେ ତାଙ୍କ ମଡେଲିଂ କାର୍ଯ୍ୟ ଜାରି ରଖିଥିଲେ । ମାତ୍ର ସେ ୨୦୦୩ରେ ପାଠପଢ଼ା ଅଧାରୁ ଛାଡ଼ି ମୁମ୍ବାଇ ଚାଲିଯାଇଥିଲେ । ୨୦୦୫ରେ ନିହାରିକା ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗୀତାରେ ଭାଗନେଇଥିଲେ । ସେଠାରେ ତାଙ୍କୁ ମିସ୍ ଇଣ୍ଡିଆ ଆର୍ଥ ପୁରସ୍କାର ମିଳିଥିଲା । ଏଥିସ‌ହ ମିସ୍ ଫଟୋଜେନିକ୍ ଏବଂ ମିସ୍ ବିଉଟିଫୁଲ ହେୟାର ପୁରସ୍କା ମଧ୍ୟ ତାଙ୍କୁ ମିଳିଥିଲା । ସେହିବର୍ଷ ଫିଲିପାଇନ୍ସରେ ଅନୁଷ୍ଠିତ ମିସ୍ ଆର୍ଥ ପ୍ରତିଯୋଗୀତାରେ ସେ ଭାରତର ଅଧକ୍ଷତା କରିଥିଲେ । ସେ କିଛି ଦୂରଦର୍ଶନ ବିଜ୍ଞାପନରେ ଅଭିନୟ କରିବା ସ‌ହ କିଛି ଆଲବମ୍‌ରେ ମଧ୍ୟ ଅଭିନୟ କରିଥିଲେ । ନିହାରିକା 'ବନୁଙ୍ଗି ମିସ୍ ଇଣ୍ଡିଆ' କାର୍ଯ୍ୟକ୍ରମର ମଧ୍ୟ ଉପସ୍ଥାପନା କରିଥିଲେ ।

ଅଭିନୟ ଜୀବନ ସମ୍ପାଦନା

୨୦୦୬ରେ ସେ ରାଜ କନ‌ୱରଙ୍କ ସ‌ହ ୧୦ଟି ଚଳଚ୍ଚିତ୍ର ପାଇଁ ଚୁକ୍ତି କରିଥିଲେ । ମାତ୍ର ସେହି ଚଳଚ୍ଚିତ୍ରଗୁଡ଼ିକ ନିର୍ମାଣ ହୋଇପାରିନଥିଲା । ଏହାପରେ ଜନ୍ ମାଥ୍ୟୁ ମାଟ୍ଟାନ ଏବଂ ଟି-ସିରିଜ୍ ତାଙ୍କୁ 'ଏ ନିଉ ଲଭ୍ ଇଷ୍ଟୋରୀ' ଚଳଚ୍ଚିତ୍ରରେ ଗାୟକ ହିମେସ ରସୈମିୟାଙ୍କ ସ‌ହ ସୁଯୋଗ ଦେଇଥିଲେ । ଏହାପରେ ସେ ମୁଧ ମୁଧ କେ ନା ଦେଖ୍ ମୁଧ ମୁଧ କେ ଏବଂ ପ୍ରାଇଭେଟ ନମ୍ବର ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ, ମାତ୍ର ଏହି ଚଳଚ୍ଚିତ୍ରଗୁଡ଼ିକ ମୁକ୍ତିଲାଭ କରିପାରିନଥିଲା ।

ନିହାରିକା ୨୦୧୨ରେ ମିସ୍ ଲଭ୍‌ଲୀ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୨] ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ୨୦୧୫ରେ IBNଲାଇଭ୍‌ ମୁଭି ଆୱାର୍ଡ଼ରେ ଶ୍ରେଷ୍ଠ ନବାଗତା ପୁରସ୍କା ପାଇଥିଲେ ।[୩]

ନିହାରିକା ଫିଲ୍ମ ଆଣ୍ଡ ଟେଲିଭିଜିନ ଇନିଷ୍ଟିଚିଉଟ୍ ଅଫ୍ ଇଣ୍ଡିଆରୁ ଅଭିନୟ ଶିକ୍ଷା ନେଇଥିଲେ ।[୪][୫]

ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନା

୨୦୦୫ରେ ନିହାରିକାଙ୍କୁ ଉତରରାଖଣ୍ଡର 'ରୋଟାରୀ ବ୍ଲଡ୍ ବ୍ୟାଙ୍କ'ର ପ୍ରମୁଖ ଦୂତ ଭାବରେ ନିଯୁକ୍ତି କାରାଯାଇଥିଲା ।[୬]

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୧୨: ମିସ୍ ଲଭ୍‌ଲୀ - ପିଙ୍କି/ସୋନୀକା/ପୂଜା
  • ୨୦୧୩: ଏ ନିଉ ଲଭ୍ ଇଷ୍ଟୋରୀ - କାମ୍ୟା ଧନରାଜ
  • ୨୦୧୩: ଅନ‌ୱର କା ଅଜବ କିସ୍ସା - ଆୟେଶା
  • ୨୦୧୫: ସୋହରା ବ୍ରିଜ୍ - ରିଆ

ଆଧାର ସମ୍ପାଦନା

  1. "Former Miss India Niharika Singh makes it big on the Cannes red carpet". Bollywoodlife.com. 2012-05-24. Retrieved 8 June 2017.
  2. Amrita Madhukalya (2014-01-19). "Meet Niharika Singh, Bollywood's new 'Miss Lovely' | Latest News & Updates at Daily News & Analysis". Dnaindia.com. Retrieved 8 June 2017.
  3. "IBNLive Movie Awards: Niharika Singh beats Kriti Sanon to win the Best Female Debut Award for 'Miss Lovely'". Ibnlive.in.com. Archived from the original on 2015-04-22. Retrieved 8 June 2017.
  4. "Student of cinema". The Indian Express. 2014-01-02. Retrieved 8 June 2017.
  5. "Meet miss lovely". Telegraphindia.com. 2014-01-14. Retrieved 8 June 2017.
  6. "Life Delhi / Talk Of The Town : All for a good cause". The Hindu. 2005-05-13. Retrieved 8 June 2017.

ଅଧିକ ତ‌ଥ୍ୟ ସମ୍ପାଦନା