ନିଶା ଅଗ୍ର‌ୱାଲ ଜଣେ ଭାରତୀୟ ପ୍ରାକ୍ତନ କଥାଚିତ୍ର ଅଭିନେତ୍ରୀ, ଯିଏକି ମୁଖ୍ୟତଃ ତେଲୁଗୁ, ତାମିଲ ଏବଂ ମାଲାୟଲମ୍ ଚଳଚ୍ଚିତ୍ରରେ ଅଭିନୟ କରୁଥିଲେ । ତାଙ୍କ ଭଉଣୀ କାଜଲ ଅଗ୍ରୱାଲ ମଧ୍ୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସ‌ହ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି ।[୨]

ନିଶା ଅଗ୍ର‌ୱାଲ
୨୦୧୦ରେ ନିଶା
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ
ସକ୍ରିୟ ବର୍ଷ୨୦୧୦ – ୨୦୧୪
ବୈବାହିକ-ସାଥୀକରଣ ବାଲେଚା (୨୦୧୩- ଏବେଯାଏଁ)
ପିତାମାତା(s)ବିନୟା ଅଗ୍ର‌ୱାଲ (ମାଆ)
ସୁମନ ଅଗ୍ର‌ୱାଲ (ବାପା)[୧]
ସମ୍ପର୍କୀୟକାଜଲ ଅଗ୍ରୱାଲ (ଭଉଣୀ)

ପ୍ରାରମ୍ଭିକ ଜୀବନ ସମ୍ପାଦନା

ନିଶା ମୁମ୍ବାଇରେ ୧୯୮୯ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସୁମନ ଅଗ୍ର‌ୱାଲ ଏବଂ ମାଆ ବିନୟା ଅଗ୍ର‌ୱାଲ । ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କର ସାନ ଭଉଣୀ ହେଉଛନ୍ତି ନିଶା ।[୩][୪]

ଅଭିନୟ ଜୀବନ ସମ୍ପାଦନା

୨୦୧୦ର ଶେଷ ଆଡ଼କୁ କାଜଲ ଅଗ୍ର‌ୱାଲ ଘୋଷଣା କରିଥିଲେ କି ନିଶା ମଧ୍ୟ ତେଲୁଗୁ ଚଳଚ୍ଚିତ୍ର ଜଗତରେ ଅଭିନୟ କରିବାକୁ ଯାଉଛନ୍ତି ।[୫] ନିଶା ମୁଖ୍ୟତଃ ତାଙ୍କ ଭଉଣୀ କାଜଲଙ୍କ ସ‌ହ ସୁଟିଂ ସେଟ୍‌କୁ ଯାଆନ୍ତି, ସେଠାରେ ନିର୍ଦ୍ଦେଶକମାନେ ତାଙ୍କୁ ଦେଖଥିଲେ ଏବଂ ଚଳଚ୍ଚିତ୍ରରେ ଅଭିନୟ ପାଇଁ ପ୍ରସ୍ତାବ ଦେଇଥିଲେ । ନିଶାଙ୍କର ଫଟୋକୁ ଗୋଟିଏ ପତ୍ରିକାରେ ଦେଖିବା ପରେ ତାଙ୍କୁ ଜଣେ ତେଲୁଗୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ତାଙ୍କ ଚଳଚ୍ଚିତ୍ରରେ ନିଶାଙ୍କୁ ସୁଯୋଗ ଦେଇଥିଲେ ।[୬] ତାଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ୟେମାଇନ୍ଦି ଏ ବେଲା । ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହୋଇଥିଲା ।[୭] ତାଙ୍କ ଅଭିନୟକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।[୮] ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ସୋଲୋ ୨୦୧୧ରେ ମୁକ୍ତିଲାଭ କରିଥିଲା ।[୯]

୨୦୧୨ରେ ସେ ତାମିଲ ଚଳଚ୍ଚିତ୍ର ଇଷ୍ଟମ୍ ଜରିଆରେ ତାମିଲ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରଟି ତାଙ୍କର ପ୍ରଥମ ଚଳଚ୍ଚିତ୍ର ୟେମାଇନ୍ଦି ଏ ବେଲାର ରିମେକ ।[୧୦] ମାତ୍ର ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହୋଇନଥିଲା ।[୧୧] ୨୦୧୩ରେ ସେ ତେଲୁଗୁ ଅଭିନେତା ଆଦିଙ୍କ ସ‌ହ ସୁକୁମାରୁଡ଼ୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୨] ୨୦୧୪ରେ ସେ ଭୈୟା ଭୈୟା ଜରିଆରେ ମାଲାୟଲମ୍ ଚଳଚ୍ଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୬][୧୩] ୨୦୧୪ରେ ତାଙ୍କ ଅନ୍ୟ ଏକ ମାଲାୟଲମ୍ ଚଳଚ୍ଚିତ୍ର କଜନ୍ ମୁକ୍ତିଲାଭ କରିଥିଲା ।[୧୪] ବିବାହ ପରେ ସେ ଅଭିନୟ ଦୁନିଆରୁ ଦୂରେଇ ଯାଇଛନ୍ତି ।

ବୈବାହିକ ଜୀବନ ସମ୍ପାଦନା

ନିଶା ମୁମ୍ବାଇରେ ବାସ କରୁଥିବା ବ୍ୟବସାୟୀ କରଣ ବାଲେଚାଙ୍କୁ ଡିସେମ୍ବର ୨୮ ୨୦୧୩ରେ ବିବାହ କରିଥିଲେ ।[୧୫][୧୬]

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୧୦: ୟେମାଇନ୍ଦି ଏ ବେଲା (ତେଲୁଗୁ)
  • ୨୦୧୧: ସୋଲୋ (ତେଲୁଗୁ)
  • ୨୦୧୨: ଇଷ୍ଟମ୍ (ତାମିଲ)
  • ୨୦୧୩: ସୁକୁମାରୁଡ଼ୁ (ତେଲୁଗୁ)
  • ୨୦୧୩: ସରାଡଗା ଆମ୍ମାୟିତୋ (ତେଲୁଗୁ)
  • ୨୦୧୪: ଭୈୟା ଭୈୟା (ମାଲାୟଲମ)
  • ୨୦୧୪: କଜନ୍ (ମାଲାୟଲମ୍)

ଆଧାର ସମ୍ପାଦନା

  1. "Nisha Aggarwal on TeluguFilmnagar.com".
  2. Kajal Agarwal's sis to make entry. IndiaGlitz (12 December 2009). Retrieved on 5 June 2017.
  3. Being Kajal's sister helped me: Nisha Aggarwal - The Times of India
  4. Kajal Agarwal Sister | Nisha Agarwal | Brindavanam Heroine Kajal | Emaindi Evela Heroine Nisha. CineGoer.com (8 November 2010). Retrieved on 5 June 2017.
  5. "Kajal Agarwal Introduces her Sister Nisha Agarwal". Telugu.way2movies.com. Archived from the original on 1 August 2020. Retrieved 5 June 2017.
  6. ୬.୦ ୬.୧ You can’t fool the Malayali audience, says Nisha Agarwal - The Times of India
  7. High calibre - Hyderabad - The Hindu
  8. "Yemaindi Ee Vela film review – Varun Sandesh & Nisha Agarwal". Idlebrain.com. 12 November 2010. Retrieved 5 June 2017.
  9. Review: Solo is a one time watch - Rediff.com Movies
  10. I’m Kajal’s biggest critic: Nisha Aggarwal - The Times of India
  11. Actress Kajal Aggarwal's Sister Nisha to Wed Mumbai-Based Businessman
  12. 'I play a chatpata village girl in Sukumarudu' - Rediff.com Movies
  13. Brother to brother - The Hindu
  14. Nisha Aggarwal replaces Bhavana in Vysakh’s Cousins - The Times of India
  15. Nisha Aggarwal to marry in December | Deccan Chronicle
  16. Karan is totally cool with me acting after marriage: Nisha - The Times of India

ଅଧିକ ତ‌ଥ୍ୟ ସମ୍ପାଦନା