ନିଶ ହେଉଛି ଉପର ଓଠରେ ଉଠୁଥିବା କେଶ। ବୟସ୍କ ପୁରୁଷଙ୍କ ମୁହଁର ନିମ୍ନଭାଗରେ ଉଠୁଥିବା ଦାଢ଼ି ସହିତ ନିଶ ରଖାଯାଇପାରେ ।

ନାଗାର୍ଜୁନ ବେଶରେ ମହାପ୍ରଭୁଙ୍କ ନିଶ

ଇତିହାସ ସମ୍ପାଦନା

ନୂତନ ପ୍ରସ୍ତର ଯୁଗରେ ପଥର କ୍ଷୁରରେ କ୍ଷୌର ହେବା ସମ୍ଭବ ଥିଲା, କିନ୍ତୁ ସର୍ବପୁରାତନ କ୍ଷୌର ହୋଇଥିବା ପୁରୁଷ ଖ୍ରୀ.ପୂ ୩୦୦ର ଏକ ପାରସ୍ୟ ଘୋଡ଼ାଚାଳକ ଚିତ୍ରରୁ ଜଣାପଡ଼େ । କିଛି ମହିଳାଙ୍କ ମୁଖକେଶ ବର୍ଦ୍ଧନ ହେଉଥିଲେ ମଧ୍ୟ, ସେମାନେ ଏଥିରୁ ମୁକ୍ତି ପାଇବାକୁ ଚାହାନ୍ତି ଓ ଏଥିପାଇଁ ବିଭିନ୍ନ ଉପାୟର ସାହାଯ୍ୟ ନିଅନ୍ତି । କ୍ୱଚିତ୍‌ ପରିସ୍ଥିତିରେ ମହିଳାମାନେ ଏପରି ପତଳା ନିଶକୁ ଆପଣେଇ ନେଇଥାଆନ୍ତି । କଳାଜଗତର କିଛି ଆଧୁନିକ ମହିଳା ଏପରି ପରମ୍ପରାକୁ ଅନୁସରଣ କରନ୍ତି। ଭିନ୍ନ ସଂସ୍କୃତିରେ ନିଶକୁ ଭିନ୍ନ ଭିନ୍ନ ରୂପରେ ଦର୍ଶାଯାଇଛି। ଆମ ଦେଶରେ ନିଶ ରଖିବା ଓ ନିଶ ମୋଡ଼ିବା ବୀରତ୍ୱର ପରିଚାୟକ ଅଟେ। ଲୋକେ ବୀରତ୍ୱର ଆସ୍ଫାଳନ କରିବା ସମୟରେ ନିଶକୁ ଆଉଁସନ୍ତି। ଆରବ ଦେଶମାନଙ୍କରେ ନିଶକୁ ଶକ୍ତି, ଦାଢ଼ିକୁ ଇସଲାମ ପରମ୍ପରା, ଓ କ୍ଷୌର ମୁହଁକୁ ସ୍ୱାଧୀନ ପାଶ୍ଚାତ୍ୟର ପ୍ରତୀକ ରୂପେ ଚିନ୍ତା କରନ୍ତି।

ବର୍ଦ୍ଧନ ଓ ଯତ୍ନ ସମ୍ପାଦନା

କିଶୋରମାନଙ୍କଠାରେ ନିଶ ବଢ଼ିବା ଆରମ୍ଭ କରେ। ବୟଃପ୍ରାପ୍ତି ସମୟରେ ପୁରୁଷଙ୍କଠାରେ ନିମ୍ନ କ୍ରମରେ ନିଶର ବର୍ଦ୍ଧନ ହୋଇଥାଏ।

  • ଉପର ଓଠର ଦୁଇକୋଣରେ ପ୍ରଥମ କେଶ ଉଠିବା ଆରମ୍ଭ କରେ (୧୧-୧୫ ବର୍ଷ)
  • ଏହା ବଢ଼ି ପୂରା ଉପର ଓଠକୁ ମାଡ଼ିଯାଏ (୧୬-୧୭ ବର୍ଷ)
  • ପରେ ତଳ ଓଠର ତଳେ ଓ ଗାଲର ନିମ୍ନ ଅଂଶରେ କେଶର ଆବିର୍ଭାବ ହୁଏ (୧୬-୧୮ ବର୍ଷ)
  • ଶେଷରେ କେଶ ଚିବୁକର ଦୁଇ ପାର୍ଶ୍ୱ ତଥା ମୁହଁର ନିମ୍ନ ଅଂଶକୁ ଦାଢ଼ିରେ ଘୋଡ଼ାଇ ଦିଏ।

ଅନ୍ୟାନ୍ୟ ଜୈବିକ ପ୍ରକ୍ରିୟା ପରି, ଜିନଗତ ଓ ପରିବେଶ ପ୍ରଭାବରେ ନିଶ ଉଠିବାର କ୍ରମରେ ପରିବର୍ତ୍ତନ ଆସିପାରେଅନ୍ୟାନ୍ୟ ଜୈବିକ ପ୍ରକ୍ରିୟା ପରି, ଜିନଗତ ଓ ପରିବେଶ ପ୍ରଭାବରେ ନିଶ ଉଠିବାର କ୍ରମରେ ପରିବର୍ତ୍ତନ ଆସିପାରେ। ପୂରା ଦାଢ଼ି ନ ବଢ଼ିବା ପାଇଁ ଗାଲ ଓ ଚିବୁକ କ୍ଷୌର କରାଯାଏ। ନିଶର ଯତ୍ନ ପାଇଁ ଅନେକ ଉପକରଣ ଯଥା କ୍ଷୁର, ପାନିଆ, କଇଞ୍ଚି ଇତ୍ୟାଦି ବ୍ୟବହାର କରାଯାଏ। ମଧ୍ୟପ୍ରାଚ୍ୟରେ ନିଶ ପ୍ରତିରୋପଣ କରି ପୂର୍ଣ, ଆକର୍ଷଣୀୟ ନିଶ ରଖିବାର ଝୁଙ୍କ ଅଛି।

ଷ୍ଟାଇଲ୍‌ ସମ୍ପାଦନା

ନିଶକୁ ବଢ଼ାଯାଇ ବିଭିନ୍ନ ଶୈଳୀରେ ସଜାଯାଇଥାଏ। ୨୦୦୭ ନିଶ ଦାଢ଼ି ଚାମ୍ପିୟନଶିପ୍‌ ପାଇଁ ୬ଟି ବିଭାଗ ଥିଲା।

  • ପ୍ରାକୃତିକ - କୌଣସି ସହାୟତା ବିନା ସଜା ଯାଇପାରେ।
  • ହଙ୍ଗେରୀୟ - ବଡ଼ ଓ ଗହଳ, ଉପର ଓଠର ମଝିରୁ ଦୁଇପଟକୁ ଲମ୍ବିଥାଏ। ଉପର ଓଠର ଶେଷରୁ ସର୍ବାଧିକ ୧.୫ ସେମି ପର୍ଯ୍ୟନ୍ତ ବଢ଼ାଯାଇପାରେ।
  • ଡଲି - ପତଳା, ଗୋଜା, ଉପରକୁ ବଙ୍କା, ଓଠର ଶେଷଭାଗ କ୍ଷୌର ହେବା ଜରୁରୀ। ସାଲ୍‌ଭାଡର୍‌ ଡଲିଙ୍କ ନାମରେ ନାମିତ
  • ଇଂରେଜ ନିଶ - ପତଳା, ଉପର ଓଠର ମଝିରୁ ଆରମ୍ଭ ହୋଇ ଦୁଇ ପଟକୁ ଯାଇଥାଏ, ଶେଷ ଆଡ଼କୁ ସାମାନ୍ୟ ଉପରକୁ ଟେକା ଯାଇଥାଏ; ପାଟିର ଦୁଇ କୋଣ ସାଧାରଣତଃ କ୍ଷୌର ହୋଇଥାଏ।
  • ଇମ୍ପେରିଆଲ୍‌ - ଗାଲ ଓ ଉପର ଓଠକୁ ମାଡ଼ି ଉପରକୁ ବଙ୍କା ଥାଏ।
  • ମୁକ୍ତ ଷ୍ଟାଇଲ୍‌ - ଅନ୍ୟ କୌଣସି ଶ୍ରେଣୀରେ ଯାଉ ନଥିବା ନିଶ। ଓଠର ଶେଷରୁ ସର୍ବାଧିକ ୧.୫ ସେମି ବର୍ଦ୍ଧନ ଅନୁମିତ।

ଅନ୍ୟାନ୍ୟ ପ୍ରକାର ନିଶ ହେଉଛି:

  • ଫୁ ମାଞ୍ଚୁ – ଲମ୍ବା, ତଳ ଆଡ଼କୁ ଚିବୁକ ତଳ ପର୍ଯ୍ୟନ୍ତ, ଗୋଜା।
  • ପାଞ୍ଚୋ ଭିଲ୍ଲା – ଫୁ ମାଞ୍ଚୁ ସହିତ ସମାନ କିନ୍ତୁ ମୋଟା; ଇତିହାସର ପାଞ୍ଚୋ ଭିଲ୍ଲାଙ୍କଠାରୁ ଟିକେ ବେଶି।
  • ହାଣ୍ଡଲ୍‌ – ଗହଳିଆ, ଛୋଟ ଉପରମୁହାଁ ଶେଷାଗ୍ର।
  • ଅଶ୍ୱଖୁରା – କାଓବୟମାନଙ୍କଦ୍ୱାରା ପ୍ରସାରିତ ଏହି ନିଶ ଓଠର ଶେଷଭାଗରୁ ତଳକୁ ଲମ୍ବିଥାଏ ଯାହା ଅଶ୍ୱଖୁରା ପରି ଦେଖାଯାଏ।
  • ପେନ୍‌ସିଲ୍‌ ନିଶ – ପତଳା, ସିଧା ଓ ପେନ୍‌ସିଲ୍‌ରେ ଟାଣିଲା ପରି ପତଳା, ନାକ ଓ ନିଶ ମଧ୍ୟରେ କିଛି ଅଂଶ ଫାଙ୍କା ରଖି କ୍ଷୌର କରାଯାଏ। ୧୯୪୦ ଦଶକରେ ଏହାର ପ୍ରସିଦ୍ଧି ଥିଲା।