ନିବେଦିତା ଆଚାର୍ଯ୍ୟ

ଭାରତୀୟ ସମୁଦ୍ରଯାତ୍ରୀ

ନିବେଦିତା ଆଚାର୍ଯ୍ୟ, ଓଡ଼ିଶାର ପ୍ରଥମ ମହିଳା ଯେ ସମୁଦ୍ର ପଥରେ ଯାତ୍ରା କରି ଇଣ୍ଡୋନେସିଆରେ ପ‌ହଁଞ୍ଚିଥିଲେ ।[୧] ୧୯୯୨ରେ ସମୁଦ୍ର ପଥରେ ଡଙ୍ଗା ଚଳାଇ ବାଲି, ଇଣ୍ଡୋନେସିଆରେ ପ‌ହଁଞ୍ଚିବା ପାଇଁ ବଛାଯାଇଥିବା ଡଙ୍ଗା ଚାଳକଙ୍କ ମଧ୍ଧ୍ୟରେ ସେ ଏକମାତ୍ର ମହିଳା ଥିଲେ । ଓଡ଼ିଶା ସରକାର ଓ ଭାରତୀୟ ନୌବାହିନୀଦ୍ୱାରା ବିଭିନ୍ନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ଏହି ସୁଯୋଗ ପାଇଥିଲେ । ପୃଥିବୀର କୌଣସି ମହିଳା ଏପରି କାର୍ଯ୍ୟ ପାଇଁ ସାହସ ପ୍ରକାଶ କରିନଥିଲେ ମଧ୍ଧ୍ୟ, ଭାରତୀୟ ନୌବାହିନୀ ଓ ଓଡ଼ିଶା ସରକାର ଜଣେ ବେସାମରିକ ମହିଳାଙ୍କୁ ଏହି ଦଃସାହସିକ ଯାତ୍ରାରେ ପଠାଇ ନୂତନ ଅଧ୍ଧ୍ୟାୟ ସୃଷ୍ଟି କରିଥିଲେ । ସେହି ଅଭିଯାନର ନାଁ ଥିଲା, କଳିଙ୍ଗ ବାଲିଯାତ୍ରା- ୧୯୯୨', ଯାହା ଓଡ଼ିଶା ଓ ବାଲି, ଜାଭା ମଧ୍ଧ୍ୟରେ ଥିବା ପ୍ରଚୀନ ଐତିହାସିକ ଓ ସାଂସ୍କୃତିକ ବାଣିଜ୍ୟ ସମ୍ବନ୍ଧକୁ ଫେରାଇ ଆଣିବା ପାଇଁ ଏକ ଉଦ୍ୟମ ଥିଲା ।

ନିବେଦିତା ଆଚାର୍ଯ୍ୟ
ଜାତୀୟତାଭାରତୀୟ

ଯାତ୍ରା ସମ୍ପାଦନା

ଆଇଏନ୍ଏସ୍‌ଭି (INSV-SAMUDRA - Indian Naval Sailing Vessel –Samudra) ନାମକ ଏହି ଡଙ୍ଗାଟି ୧୦ ନଭେମ୍ବର ୧୯୯୨ରେ, ଓଡ଼ିଶାର ପାରାଦ୍ୱୀପ ବନ୍ଦରରୁ ଛାଡ଼ିଲା ଓ ୩୦ ଜାନୁଆରୀ ୧୯୯୩ରେ ବାଲି ଦ୍ୱୀପରେ ପ‌ହଁଞ୍ଚିଲା । ଏହି ଅଭିଯାନର କମାଣ୍ଡର ଆର୍ ଏସ୍ ଗିଲ୍ ଥବା ବେଳେ, ସର୍ବମୋଟ ୮ ଜଣ ସଦସ୍ୟ ଥିଲେ ।[୨]

ଆଧାର ସମ୍ପାଦନା

  1. [୧], First Odisha Women
  2. [୨] Archived 2018-11-21 at the Wayback Machine., BIJU PATNAIK DESIGNED ‘KALINGA- BALI YATRA’ 1992 TO TRACK THE ANCIENT SEA TRADE ROUTE BETWEEN ODISHA & INDONESIA