ନିବାରଣ ଜେନା

ଓଡ଼ିଆ ଗାଳ୍ପିକ

ନିବାରଣ ଜେନା (ଜନ୍ମ: ୨୯ ମାର୍ଚ୍ଚ ୧୯୫୭) ଜଣେ ଭାରତୀୟ ଓଡ଼ିଆ ଲେଖକ ଓ ସେ ମୁଖ୍ୟତଃ ଗଳ୍ପ ରଚନା ନିମନ୍ତେ ଜଣା । ୨୦୨୧ ମସିହାରେ ସେ ଜଗଦୀଶ ଯୁବ ସମ୍ମାନ ପାଇବାକୁ ମନୋନୀତ ହୋଇଥିଲେ । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ଅହଲ୍ୟା ଡାକେ (୨୦୦୬) ଓ ଶଙ୍ଖେ ସମୁଦ୍ର (୨୦୦୭) ଅନ୍ୟତମ ।

ନିବାରଣ ଜେନା
ଜନ୍ମ୨୯ ମାର୍ଚ୍ଚ ୧୯୫୭ Edit this on Wikidata (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ବୃତ୍ତିଗାଳ୍ପିକ, ଲେଖକ Edit this on Wikidata

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ସମ୍ପାଦନା

ନିବାରଣ ଜେନା ଓଡ଼ିଶାର ବାଲେଶ୍ୱର ଜିଲ୍ଲାସ୍ଥିତ ଜାମକୁଣ୍ଡାଠାରେ ୧୯୫୭ ମସିହା ମାର୍ଚ୍ଚ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

ସାହିତ୍ୟ ରଚନା

ସମ୍ପାଦନା

ସେ ପ୍ରାଥମିକ ସ୍କୁଲରେ ପଢ଼ିବା ବେଳେ ସାଥି ପିଲାଙ୍କ ସାଙ୍ଗେ ମିଶି ନାଟକ କରିବା ବେଳେ ସଂଳାପ ଲେଖାରୁ ସାହିତ୍ୟ ରଚନା ଆରମ୍ଭ କରିଥିଲେ । ପରେ ଉଚ୍ଚବିଦ୍ୟାଳୟର ସ୍ମରଣିକାରେ ଇଂରାଜୀରେ କବିତା ଓ ପରେ ମହାବିଦ୍ୟାଳୟ ପତ୍ରିକାରେ ଓଡ଼ିଆରେ କବିତା ଲେଖିଥିଲେ । ପରେ ଓଡ଼ିଆ ପତ୍ରପତ୍ରିକା ପାଇଁ କବିତା ଓ ଆକାଶବାଣୀ କଟକ ପାଇଁ ଗଳ୍ପ ରଚନା କରିଥିଲେ । ଏହା ପରଠାରୁ ସେ ବିଶେଷ କରି ଗଳ୍ପ ଓ ଉପନ୍ୟାସ ରଚନା କରିଛନ୍ତି । ତାଙ୍କ ରଚନାରେ ସାଧାରଣତଃ ସାମାଜିକ ରୂପ ଓ ପରିବର୍ତ୍ତନ ବର୍ଣ୍ଣିତ ।

ରଚନାବଳୀ

ସମ୍ପାଦନା
  • ଅରଣ୍ୟର ଅଜଗର
  • ନିଜ ଲୋକମାନେ
  • ପ୍ରିୟ ପରିଜନ
  • ସୁନିର୍ବାଚିତ ଗଳ୍ପ
  • ଦେହର ଦୋହା
  • ହାୟ ! ନାଟୁ ସୋରେନ୍
  • ବାପାଙ୍କ ଶେଷ ହସ
  • ପରକୀୟା
  • ମେଘମୋହ
  • ବିଶ୍ୱାସର ଭୂମି

ଉପନ୍ୟାସ

ସମ୍ପାଦନା
  • ବୈକୁଣ୍ଠ ସମାନ ଆହା
  • ଶଙ୍ଖେ ସମୁଦ୍ର
  • ଅହଲ୍ୟା ଡାକେ ଆ
  • କେତେଦିନକୁ ମନ
  • ବାଷ୍ଟାର୍ଡ
  • ଏମିତି ବାପାମାନେ

ପ୍ରବନ୍ଧ

ସମ୍ପାଦନା
  • ଶହେ ଦଶ ବର୍ଷର ଓଡ଼ିଆ ଗଳ୍ପ ଓ ଗାଳ୍ପିକ
  • ଓଡ଼ିଆ ଗଳ୍ପର ନୂତନ ଧାରା ପ୍ରବର୍ତ୍ତକ ଜଗଦୀଶ ମହାନ୍ତି

ସମ୍ମାନ ଓ ପୁରସ୍କାର

ସମ୍ପାଦନା

୨୦୨୧ ମସିହାରେ ସେ ଜଗଦୀଶ ଯୁବ ସମ୍ମାନ ପାଇବାକୁ ମନୋନୀତ ହୋଇଥିଲେ ।[][][][] ସେ ଦୀକ୍ଷା ପୁରସ୍କାର, ତୀରତରଙ୍ଗ ଗଳ୍ପ ପୁରସ୍କାର, ଗୋକରଣ୍ଣିକା ସମ୍ବର୍ଦ୍ଧନା, ବିବର୍ତ୍ତନ ଗଳ୍ପ ପୁରସ୍କାର ଆଦି ମଧ୍ୟ ପାଇଥିଲେ ।

  1. "ଜଗଦୀଶ କଥାସମ୍ମାନ ପାଇବେ ନିବାରଣ ଜେନା". sambadepaper.com. 2021-02-09. Archived from the original on 2021-02-09. Retrieved 9 February 2021.
  2. Otv, News Desk. "ଦେବବ୍ରତଙ୍କୁ ୧୦ମ ଜଗଦୀଶ କଥା ସମ୍ମାନ, ପ୍ରଜ୍ଞାପ୍ରବର୍ତ୍ତିକାଙ୍କୁ 'ଜଗଦୀଶ ଯୁବ ସମ୍ମାନ'". ଦେବବ୍ରତଙ୍କୁ ୧୦ମ ଜଗଦୀଶ କଥା ସମ୍ମାନ, ପ୍ରଜ୍ଞାପ୍ରବର୍ତ୍ତିକାଙ୍କୁ ‘ଜଗଦୀଶ ଯୁବ ସମ୍ମାନ’. Retrieved 2024-02-21.
  3. "କଥାକାର ଦେବବ୍ରତ ମଦନରାୟ ପାଇବେ 'ଜଗଦୀଶ କଥା ସମ୍ମାନ', ପ୍ରଜ୍ଞା ପ୍ରବର୍ତ୍ତିକାଙ୍କୁ 'ଜଗଦୀଶ ଯୁବ ସମ୍ମାନ'". Odisha Sambad. 2024-02-07. Retrieved 2024-02-21.
  4. ସହ-ସମ୍ପାଦକ (2024-02-07). "କଥାକାର ଦେବବ୍ରତଙ୍କୁ '୧୦ମ ଜଗଦୀଶ କଥା ସମ୍ମାନ' ଓ ସାହିତ୍ୟିକା ପ୍ରଜ୍ଞାପ୍ରବର୍ତ୍ତିକାଙ୍କୁ 'ଜଗଦୀଶ ଯୁବ ସମ୍ମାନ'". ଓଡ଼ିଶା ସାହିତ୍ୟ. Retrieved 2024-02-21.