ନିନା ଗୁପ୍ତା

ଭାରତୀୟ ଅଭିନେତ୍ରୀ

ନିନା ଗୁପ୍ତା  (ଜନ୍ମ: ୪ ଜୁଲାଇ ୧୦୫୯) ଜଣେ ଭାରତୀୟ ଫିଲ୍ମ ତଥା ଦୂରଦର୍ଶନ ଅଭିନେତ୍ରୀ । ସେ ୧୯୯୪ ମସିହାରେ ତାଙ୍କର ସହ - ଅଭିନେତ୍ରୀ ଭାବରେ ଅଭିନୟ ପାଇଁ " ୱୋ ଛୋକରି " ଫିଲ୍ମରେ ଜାତୀୟ ପୁରସ୍କାର ପାଇଥିଲେ । ସେ ଶାମ ବେନେଗାଳ ଓ ଅରବିନ୍ଦନଙ୍କ ପରି ସମାନ୍ତରାଳ ଫିଲ୍ମ ନିର୍ମାତାଙ୍କ ଫିଲ୍ମରେ ଅଭିନୟ କରି ଜାତୀୟ ଖ୍ୟାତି ପ୍ରାପ୍ତ ହେଇଥିଲେ । ଏହା ସହ ସେ ଟିଭି ସିରିୟାଲରେ ଅଭିନୟ ସହ ରିଆଲିଟି ଶୋରେ ମଧ୍ୟ ଆଙ୍କର ଭାବରେ କାର୍ଯ୍ୟ କରୁଥିଲେ । [୩]

ନିନା ଗୁପ୍ତା
Neena Gupta at Nishka Lulla and Masaba's designs preview at Oakwood Premier
Neena Gupta at Nishka Lulla and Masaba's designs preview at Oakwood Premier
ଜନ୍ମ (1959-07-04) ୪ ଜୁଲାଇ ୧୯୫୯ (ବୟସ ୬୪)[୧][୨]
ବୃତ୍ତି(s)actor, director
ସକ୍ରିୟ ବର୍ଷ1982–present
ଜୀବନସାଥୀVivek Mehra (2008–present)
PartnerViv Richards (?–1989)
ସନ୍ତାନMasaba Gupta

ପ୍ରାଥମିକ ଜୀବନୀ ଓ କାର୍ଯ୍ୟ ସମ୍ପାଦନ କରନ୍ତୁ

ନିନା ଗୁପ୍ତା ନୂଆ ଦିଲ୍ଲୀ ସହରରେ ଜନ୍ମ ଗ୍ରହଣ କରି ଲରେନ୍ସ ସ୍କୁଲରେ ଶିକ୍ଷା ଲାଭ କରିଥିଲେ । ସେ ସଂସ୍କୃତରେ ସ୍ନାତକୋତ୍ତର ସହ ଏମ୍. ଫିଲ୍ କରିଛନ୍ତି ।  

ଭାରତୀୟ ଫିଲ୍ମ ସମ୍ପାଦନ କରନ୍ତୁ

ନିନା ଖଳନାୟକ , ଯୁନୁନ , ସାଥ ସାଥ , ଯେ ନଜଦିକିୟାନ , ମାଣ୍ଡୀ , ଶ୍ରୀମାନ ଶ୍ରୀମତୀ ,  ନଜର , ଶାନ ଆଦି ଅନେକ ବ୍ଯବସାୟିକ ଫିଲ୍ମରେ ସହ ଅଭିନେତ୍ରୀ ଭାବରେ କାର୍ଯ୍ୟ କରି ଲୋକପ୍ରିୟ ହେଇଥିଲେ । ଏହା ସହ ସେ ଅନେକ ସମାନ୍ତରାଳ ଫିଲ୍ମରେ ଅଭିନୟ କରିଥିଲେ । 

ଆନ୍ତର୍ଜାତିକ ଫିଲ୍ମ ସମ୍ପାଦନ କରନ୍ତୁ

ନିନା ୧୯୮୨ ମସିହା ନିର୍ମିତ "ଗାନ୍ଧୀ ", ହଲିବୁଡ ନିର୍ମାତା ମାର୍ଚଣ୍ଟ ଆଇଭୋରୀଙ୍କ ଫିଲ୍ମ " The Deceivers" ,(୧୯୮୮)  " ମିର୍ଜା ଘାଲିବ ( ୧୯୮୯ ), " The Custody" (୧୯୯୩) ଓ " Cotton Mary " ( ୧୯୯୯)ରେ ଅଭିନୟ କରିଥିଲେ । 

ଟେଲିଭିଜନ କାର୍ଯ୍ୟ  ସମ୍ପାଦନ କରନ୍ତୁ

ନିନା ଭାରତୀୟ ଟେଲିଭିଜନରେ ଖୁବ ସଫଳ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ୧୯୮୫ ମସିହାର ଧାରାବାହିକ "ଖାନଦାନ" , ୧୯୮୭ର "ମିର୍ଜା ଘାଲିବ" , ୧୯୮୮ର "ଭାରତ ଏକ ଖୋଜ "୨୦୦୯ରେ ନିର୍ମିତ  " କିତନା ମୋହବ୍ୱତ ହେ " ଇତ୍ୟାଦି ଖୁବ ପସଦଜନକ ହେଇଥିଲା । ଅଭିନୟ ବ୍ୟତୀତ ଅନେକ ରିଏଲିଟି ଶୋ ଧାରାବାହିକରେ ସେ ଆଙ୍କର ଭାବରେ କାର୍ଯ୍ୟ କରିଛନ୍ତି । ନିର୍ଦ୍ଦେଶିକ ଭାବରେ " ଶାନ " , ସିସ୍କି " ପରି ଧାରାବାହିକରେ ସେ ନିଜର କଳା ଦେଖେଇଛନ୍ତି । 

ବ୍ୟକ୍ତିଗତ ଜୀବନ  ସମ୍ପାଦନ କରନ୍ତୁ

ନିନା ୧୯୮୦ ମସିହାରେ ୱେଷ୍ଟ ଇଣ୍ଡିଜର ପୂର୍ବତନ କ୍ରିକେଟ ତାରକା ଭିଭିଆନ ରିଚାର୍ଡଙ୍କ ସମ୍ପର୍କ ରଖିଥିଲେ ଓ ତାଙ୍କର ଜଣେ ଝିଅ ମାସାବା ଗୁପ୍ତା ବର୍ତ୍ତମାନ ଜଣେ ଫେସନ ଡିଜାଇନର[୪] ଭାବରେ କାର୍ଯ୍ୟ କରନ୍ତି । କିନ୍ତୁ ସେ ୨୦୦୮ ମସିହାରେ ନୂଆ ଦିଲ୍ଲୀରେ ବିବେକ ମେହେରା ନାମକ ଜଣେ ଚର୍ତାର୍ଡ ଆକାଉଣ୍ଟାନ୍ତଙ୍କୁ ବିବାହ କରିଥିଲେ । [୫][୬][୭]

ପୁରସ୍କାର  ସମ୍ପାଦନ କରନ୍ତୁ

  • ଜାତୀୟ ଫିଲ୍ମ ପୁରସ୍କାର - ୧୯୯୩ ଶ୍ରେଷ୍ଠ ଅଣ-କାଳ୍ପନିକ ଫିଲ୍ମ ପ୍ରଥମ ଅବଦାନ ନିର୍ଦ୍ଦେଶକ ଭାବରେ " ବାଜାର ସୀତାରାମ " ପାଇଁ
    • ୧୯୯୪ରେ ଜାତୀୟ ଫିଲ୍ମ ପୁରସ୍କାର , ଶ୍ରେଷ୍ଠ ସହ ଅଭିନେତ୍ରୀ ପାଇଁ " ୱୋ ଚୋକରି " ପାଇଁ[୮][୯]

ଆଧାର  ସମ୍ପାଦନ କରନ୍ତୁ

  1. "नीना गुप्ता : सुर्खियों में रहा प्रेम प्रसंग". India.com (in Hindi). 4 July 2016. Retrieved 6 July 2016. {{cite web}}: Unknown parameter |trans_title= ignored (|trans-title= suggested) (help)CS1 maint: unrecognized language (link)
  2. "Older actresses hardly have any role: Neena Gupta". News 18 (IANS). 29 July 2013. Retrieved 6 July 2016. the 54-year-old Neena
  3. Bold and dutiful MALA KUMAR, The Hindu, 16 December 2005.
  4. Tribune
  5. DNA newspaper
  6. Neena Gupta thrilled with marriage, but says "Masaba is priority" Sify.com, IANS, 29 July 2008.
  7. Neena Gupta opens up.
  8. "41st National Film Awards". International Film Festival of India. Retrieved 3 March 2012.
  9. "41st National Film Awards (PDF)" (PDF). Directorate of Film Festivals. Retrieved 3 March 2012.

ବାହାର ଲିଙ୍କ  ସମ୍ପାଦନ କରନ୍ତୁ

  • ଇଣ୍ଟରନେଟ ମୁଭି ଡାଟାବେସରେ Neena Gupta