ନିଦ୍ରା ପକ୍ଷାଘାତ (ଇଂରାଜୀ ଭାଷାରେ Sleep paralysis) ଏକ ପ୍ରକାର ବେମାରୀ ଯେଉଁଥିରେ ରୋଗୀ ନିଦ୍ରା ପରବର୍ତ୍ତୀ ସଚେତ ଅବସ୍ଥା (during awakening) ବା ନିଦ୍ରା ପୂର୍ବବର୍ତ୍ତୀ ସଚେତ ଅବସ୍ଥାରେ (falling asleep) ଚଳପ୍ରଚଳ ବା କଥା କ‌ହିବାକୁ ଅକ୍ଷମ ହୁଏ ।[୧][୨] ସମୟ ସମୟରେ ରୋଗୀର ହାଲ୍ୟୁସିନେସନ (hear, feel, or see things that are not there|) ହୁଏ ଯେଉଁଥିରେ ସେ ନଥିବା ଜିନିଷକୁ ଶୁଣେ, ଅନୁଭବ କରେ ଓ ଦେଖେ ।[୧] ଏହ ଫଳରେ ତା ମନରେ ଭୟ (fear) ଜାତ ହୁଏ । [୧] ଏହି ଭଳି ଘଟଣା ଦୁଇ ମିନିଟରୁ କମ୍ ସମୟ ରହେ । [୨] ଏହି ଘଟଣା ଥରେ ବା ବାରମ୍ବାର ହୁଏ । [୧]

ନିଦ୍ରା ପକ୍ଷାଘାତ (Sleep paralysis)
ହେନରୀ ଫୁସେଲିଙ୍କର (Henry Fuseli, 1781)) ନାଇଟମେୟାର (The Nightmare ତୈଳଚିତ୍ର: ଏହା ନିଦ୍ରା ପକ୍ଷାଘାତ ବେମାରୀର ପ୍ରଦର୍ଶନ ହୋଇଥିବା ଚିନ୍ତା କରାଯାଏ, ଯେଉଁଥିରେ ଗୋଟିଏ ଝିଅ ମୁଣ୍ଡ ଓ ହାତ ତଳକୁ କରି ଝୁଲି ରହିଛି ଓ ଛାତି ପାଖରେ ରାକ୍ଷସୀୟ (demonic) ଭ୍ରମଣ ଥିବା ଦେଖାଯାଉଛି ।
ବିଭାଗନିଦ୍ରା ଭେଷଜ ବିଜ୍ଞାନ (Sleep medicine)
ଲକ୍ଷଣଜ୍ଞାତସାରରେ ଚାଲିବାକୁ ଅକ୍ଷମ ବା ନିଦ୍ରାଗତ falling asleep[୧][୨]
ଅବଧିଦୁଇ ମିନିଟରୁ କମ୍ [୨]
ବିପଦ କାରକନାର୍କୋଲେପ୍ସି (Narcolepsy), ଅବସ୍ଟ୍ରକ୍ଟିଭ ସ୍ଲିପ ଆପନିଆ (obstructive sleep apnea), ମଦ୍ୟାପାନ, ନିଦ୍ରା ଅଭାବ (sleep deprivation)[୨][୧]
ରୋଗ ନିର୍ଣ୍ଣୟ ପଦ୍ଧତିନିଦ୍ରା ବର୍ଣ୍ଣନା ଅନୁସାରେ ରୋଗ ନିର୍ଣ୍ଣୟ[୨]
ସଠିକ ରୋଗ ନିର୍ଣ୍ଣୟନାର୍କୋଲେପ୍ସି (Narcolepsy), ଆଟୋନିକ ବାତ (atonic seizure), ହାଇପୋକାଲେମିକ ପିରିଅଡିକ ପକ୍ଷାଘାତ (hypokalemic periodic paralysis), ନିଦ୍ରା ଭୟ (night terrors)[୨][୧]
ଚିକିତ୍ସାପ୍ରବୋଧନା (Reassurance), ନିଦ୍ରା ସ୍ୱାସ୍ଥ୍ୟରକ୍ଷା (sleep hygiene), କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy), ଅବସାଦରୋଧୀ (antidepressants)[୧]
ପୁନଃପୌନିକ୮–୫୦%[୨]

ଏହି ରୋଗ ଅନ୍ୟଥା ସୁସ୍ଥ ଲୋକ, ନାର୍କୋଲେପ୍ସି (Narcolepsy), ଅବସ୍ଟ୍ରକ୍ଟିଭ ସ୍ଲିପ ଆପନିଆ (obstructive sleep apnea), ମଦ୍ୟାପାନ, ନିଦ୍ରା ଅଭାବ (sleep deprivation) ଥିବା ଲୋକ‌ର ହୋଇପାରେ । [୨] ଏହି ରୋଗକୁ ଟ୍ରିଗର କରିବା ଅବସ୍ଥାମାନଙ୍କର ନାମ: ନିଦ୍ରାହୀନତା (sleep deprivation), ମାନସିକ ଚାପ (psychological stress) ବା ଅନିୟମିତ ନିଦ୍ରା ଚକ୍ର (sleep cycles) ।[୨] ଏହା ଆରଇଏମ ନିଦ୍ରାର (REM sleep) କାର୍ଯ୍ୟ ଅସୁବିଧା ଯୋଗୁ ହେଉଥିବା ବିଚାର କରାଯାଏ । [୨] ରୋଗର ବର୍ଣ୍ଣନା ଅନୁସାରେ ରୋଗ ନିର୍ଣ୍ଣୟ ହୋଇଯାଏ । [୨] ଏକ ଭଳି ଲକ୍ଷଣ ଦେଖାଯାଉଥିବା ଅନ୍ୟ ରୋଗମାନଙ୍କରେ ନାମ: ନାର୍କୋଲେପ୍ସି (Narcolepsy), ଆଟୋନିକ ବାତ (atonic seizure), ହାଇପୋକାଲେମିକ ପିରିଅଡିକ ପକ୍ଷାଘାତ (hypokalemic periodic paralysis) ।[୨]

ଏହାର ବିଭିନ୍ନ ଚିକିତ୍ସା ବିଧିର ଫଳ ଭଲ ଭାବରେ ଅନୁଶୀଳନ ହୋଇନାହିଁ ।[୧] ରୋଗୀକୁ ଆଶ୍ୱାସନା ଦେଇ କୁହାଯାଏ, ଏହା ଅନେକ ଲୋକଙ୍କର ହୁଏ ଓ ସାଂଘାତିକ ନୁହେଁ ।[୧] ଅନ୍ୟ ଚିକିତ୍ସା ମଧ୍ୟରେ ନିଦ୍ରା ସ୍ୱାସ୍ଥ୍ୟରକ୍ଷା (sleep hygiene), କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy), ଅବସାଦରୋଧୀ (antidepressants) ଔଷଧ ପ୍ରୟୋଗ କରାଯାଏ ।[୧]

ଯେ କୌଣସି ସମୟରେ ୮-୫୦% ଲୋକ ଏହି ରୋଗ ଅନୁଭବ କରନ୍ତି । [୨][୩] ପ୍ରାୟ ୫% ଲୋକଙ୍କର ଏହି ଅବସ୍ଥା ନିୟମିତ ଭାବରେ ହୁଏ ।[୨] ପୁରୁଷ ଓ ମହିଳାମାନେ ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[୨] ପୁରା ଇତିହାସରେ ଏହି ରୋଗର ବର୍ଣ୍ଣନା ଅଛି । [୧] ଆଲିଏନ ଆବଡକସନ (alien abduction) ଭଳି ଗଳ୍ପ ଓ ଅନ୍ୟାନ୍ୟ ଘଟଣାରେ (paranormal events) ଏହି ରୋଗର ଭୂମିକା ଥିବା ବିଶ୍ୱାସ କରାଯାଏ ।[୧]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Sharpless, BA (2016). "A clinician's guide to recurrent isolated sleep paralysis". Neuropsychiatric disease and treatment. 12: 1761–67. doi:10.2147/NDT.S100307. PMC 4958367. PMID 27486325.{{cite journal}}: CS1 maint: unflagged free DOI (link)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Avidan, Alon Y.; Zee, Phyllis C. (2011). Handbook of Sleep Medicine (in ଇଂରାଜୀ) (2 ed.). Lippincott Williams & Wilkins. p. Chapter 5. ISBN 9781451153859.
  3. Sharpless, Brian A.; Barber, Jacques P. (October 2011). "Lifetime prevalence rates of sleep paralysis: A systematic review". Sleep Medicine Reviews. 15 (5): 311–315. doi:10.1016/j.smrv.2011.01.007. PMC 3156892. PMID 21571556.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ