ନିକୋଲାସ୍ କୋପର୍ନିକସ୍
ନିକୋଲାସ୍ କୋପର୍ନିକସ୍ (୧୯ ଫେବ୍ରୁୟାରୀ ୧୪୭୩ - ୨୪ ମଈ ୧୫୪୩) ହେଉଛନ୍ତି ଜଣେ ଜ୍ୟୋତିର୍ବିଜ୍ଞାନୀ । ସୂର୍ଯ୍ୟ ଓ ପୃଥିବୀ ବିଷୟରେ ତାଙ୍କର ମତବାଦ ଖୁବ୍ ଜଣାଶୁଣା । ସେ କହିଥିଲେ ଯେ ବିଶ୍ୱ ହେଉଛି ସୌରକୈନ୍ଦ୍ରିକ । ଅର୍ଥାତ୍, ସୌରମଣ୍ଡଳର କେନ୍ଦ୍ରରେ ସୂର୍ଯ୍ୟ ଓ ଚାରିପାଖରେ ଗ୍ରହମାନେ ଅଛନ୍ତି । ଏହା ସେ ତାଙ୍କର ଗୋଟିଏ ବହିରେ ପ୍ରକାଶ କରିଥିଲେ ।
କୋପର୍ନିକସ୍ ୧୪୭୩ରେ ପୋଲାଣ୍ଡ ରାଜ୍ୟର ଥର୍ନ ନାମକ ସହରରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ କ୍ରାକୋରେ ଶିକ୍ଷାଗ୍ରହଣ କରିଥିଲେ ଓ ପରେ ଇଟାଲୀରେ ଆଇନ୍ରେ ସ୍ନାତକ ହାସଲ କରିଥିଲେ । ସେ ଭେଷଜ ବିଜ୍ଞାନ ମଧ୍ୟ ପଢ଼ିଥିଲେ । ସେ ଜୀବନର ଅଧିକାଂଶ ସମୟ ୱାର୍ମିଆ କଟେଇ ୧୫୪୩ରେ ମୃତ୍ୟୁବରଣ କରିଥିଲେ ।
କୋପର୍ନିକସ୍ ତାଙ୍କ ସମୟର ଜଣେ ମହାନ ଗଣିତଜ୍ଞ ଥିଲେ । ସେ ଥିଲେ ଏକାଧାରାରେ ଗଣିତଜ୍ଞ, ଜ୍ୟୋତିର୍ବିଜ୍ଞାନୀ, ଡାକ୍ତର, ପ୍ରଶାସନିକ ଅଧିକାରୀ, ଅର୍ଥନୀତିଜ୍ଞ ଏବଂ ସୈନିକ । ଜ୍ୟୋତିର୍ବିଜ୍ଞାନ କେବଳ ତାଙ୍କର ସଉକ ଥିଲା । କିନ୍ତୁ, ତାଙ୍କ ପ୍ରଦତ୍ତ ସୌରକୈନ୍ଦ୍ରିକ ବ୍ରହ୍ମାଣ୍ଡର ତତ୍ତ୍ୱ ବୈଜ୍ଞାନିକ ଇତିହାସରେ ଏକ ମାଇଲ୍ଖୁଣ୍ଟ । ଏହା ଥିଲା ଆଧୁନିକ ଜ୍ୟୋତିର୍ବିଜ୍ଞାନର ଅୟମାରମ୍ଭ ।
ଅନ୍ୟ ୱେବ୍ସାଇଟ୍
ସମ୍ପାଦନା- ପ୍ରାଥମିକ ଉତ୍ସ
- ସାଧାରଣ
- Portraits of Copernicus: Portrait Archived 2007-09-27 at the Wayback Machine.; Nicolaus Copernicus
- Copernicus and Astrology — Cambridge University: Copernicus had – of course – teachers with astrological activities and his tables were later used by astrologers.
- Stanford Encyclopedia of Philosophy entry
- Find-A-Grave profile for Nicolaus Copernicus
- 'Body of Copernicus' identified — BBC article including image of Copernicus using facial reconstruction based on located skull
- ଡି ରିଭଲ୍ୟୁସନିବସ୍ ବିଷୟରେ
- The Copernican Universe from the De Revolutionibus
- De Revolutionibus, 1543 first edition — Full digital facsimile, Lehigh University
- The text of the De Revolutionibus
- ଉତ୍ତରାଧିକାର
- Chasing Copernicus: The book nobody read — was one of the greatest scientific works really ignored? All things considered. NPR
- Copernicus and his Revolutions — A detailed critique of the rhetoric of De Revolutionibus
- Article which discusses Copernicus's debt to the Arabic tradition